ସାତକୋଶିଆରୁ ବିସ୍ଥାପନ ସ୍ଥଗିତ

ଅନୁଗୋଳ, ୨୭।୮(ଅମିତ ସାମଲ)ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବସବାସ କରୁଥିବା ପରିବାର ବିସ୍ଥାପିତ ହେବେନାହିଁ। ବିସ୍ଥାପନ ପ୍ରକ୍ରିୟାରେ ଅନେକ ତ୍ରୁଟିବିଚ୍ୟୁତି ରହିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାମୟିକ ଭାବେ ଏହାକୁ ସ୍ଥଗିତ ରଖାଯାଇଛି। ଏହା ଜଣାପଡ଼ିବା ପରେ ବିସ୍ଥାପିତ ହେବାକୁ ଥିବା ପୁରୁଣାକୋଟ, ଟିକରପଡ଼ା ଓ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ୨୨ ଗ୍ରାମର ବାସିନ୍ଦା ସାମୟିକ ଭାବେ ଆଶ୍ୱସ୍ତ ହୋଇଛନ୍ତି। ଏଥିଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ବିଜେଡି ନେତା ନଳିନୀକାନ୍ତ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ବନ୍ୟପ୍ରାଣୀ ଏବଂ ଅଭୟାରଣ୍ୟ ସୁରକ୍ଷା ଆଳରେ ସାତକୋଶିଆରେ ବର୍ଷ ବର୍ଷ ଧରି ବସବାସ କରିଆସୁଥିବା ଆଦିବାସୀ ପରିବାରକୁ ବିସ୍ଥାପନ କରାଯିବାକୁ ଯୋଜନା କରାଯାଇଥିଲା। ପ୍ରଶାସନ ଏବଂ ବନ ବିଭାଗର ଏଭଳି ନିଷ୍ପତ୍ତିକୁ ୨ ବର୍ଷ ହେଲା ସମ୍ପୃକ୍ତ ଅଞ୍ଚଳବାସୀ ବିରୋଧ କରିଆସୁଥିଲେ। ବିନା ଗ୍ରାମସଭାରେ ବିସ୍ଥାପନ କରାଯାଉଥିବା ଏବଂ ପ୍ରଶାସନିକ ଅଧିକାରୀମାନେ ଚକ୍ରାନ୍ତ କରି ବିଷମଞ୍ଜି ବୁଣୁଥିବା ଅଭୟାରଣ୍ୟବାସୀ ଅଭିଯୋଗ କରିଥିଲେ। ଆଦିବାସୀଙ୍କୁ ପ୍ରଲୋଭିତ କରି ୨୦ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା, ଖାଲି ପଡ଼ିଥିବା ଘରକୁ କବ୍‌ଜା କରାଯିବା, ବାସହୀନ ପରିବାରକୁ ଗଁା ଛାଡ଼ି ଚାଲିଯିବାକୁ କହିବା, ସପକ୍ଷବାଦୀ-ବିପକ୍ଷବାଦୀ ଗୋଷ୍ଠୀ ସୃଷ୍ଟି କରି ବିସ୍ଥାପନ ପ୍ରକ୍ରିୟା ଜାରି ରଖିବା, ବିନା ଆଲୋଚନାରେ ମୁଷ୍ଟିମେୟ ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ ଆଦିକୁ ନେଇ ଅସନ୍ତୋଷ ତୀବ୍ର ହୋଇଥିଲା। ଅଞ୍ଚଳବାସୀ ଏକାଧିକ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ। ଏ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କମିଶନକୁ ଲିଖିତ ଭାବେ ଜଣାଇବା ସହ ଆଇନର ଆଶ୍ରୟ ନେଇଥିଲେ। ସମସ୍ୟା ନେଇ ସେମାନେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଏ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ବିସ୍ଥାପନ ପ୍ରକ୍ରିୟା ଆଇନ ଅନୁଯାୟୀ ହେଉ ନ ଥିବା ଏବଂ ଏଥିରେ ଭୁଲ ରହିଥିବା ଜଣାପଡ଼ିଥିଲା। ଏହାପରେ ପ୍ରଧାନ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ସହସ୍ରାଧିକ ଆଦିବାସୀ ପରିବାରର ମୌଳିକ ଅଧିକାରକୁ ସୁରକ୍ଷା ଦେବାକୁ ଯାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବିସ୍ଥାପନ ପ୍ରକ୍ରିୟା ବନ୍ଦ ରଖାଯାଇଥିବା ଜଣାପଡ଼ିଛି।
ଏ ନେଇ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମଗୋପନ ରଖି କହିଛନ୍ତି, ବିସ୍ଥାପନ ସାମୟିକ ସମୟ ପାଇଁ ସ୍ଥଗିତ ରହିଛି। ଉପରୁ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri