ସ୍ବାଭିମାନ ଅଞ୍ଚଳରେ ଆଉ ୧୦ ପଞ୍ଚାୟତ ସାମିଲ

ଚିତ୍ରକୋଣ୍ଡା,୨୭ା୮(କ୍ଷୀରୋଦ ବେହେରା)ମାଲକାନଗିରି ଜିଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ସେତୁ ମଞ୍ଜୁର କରିବା ସହ ସ୍ବାଭିମାନ ଅଞ୍ଚଳରେ ଆଉ ୧୦ ପଞ୍ଚାୟତକୁ ସାମିଲ କରିଛନ୍ତି ା ଫଳରେ ୧୯ ପଞ୍ଚାୟତକୁ ନେଇ ସ୍ବାଭିମାନ ଅଞ୍ଚଳ ହୋଇଛି। ଏ ନେଇ ଶନିବାର ଚିତ୍ରକୋଣ୍ଡା ବ୍ଲକ ଶିବ ମନ୍ଦିରଠାରେ ସ୍ବାଭିମାନ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ ଓ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଯୋଗଦେଇଥିଲେ। ଏଥିରେ ସ୍ବାଭିମାନ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଆଗରୁ ସ୍ବାଭିମାନ ଅଞ୍ଚଳରେ ଚିତ୍ରକୋଣ୍ଡା ବ୍ଲକର ୯ ପଞ୍ଚାୟତ ବଡପଡା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣସପୁଟ, ଯନ୍ତ୍ରୀ, ଅଣ୍ଡିରାପାଲି ଓ ଗାଜୁଲୁମାମୁଡି ଥିବାବେଳେ ବର୍ତ୍ତମାନ ଆଉ ୧୦ ପଞ୍ଚାୟତକୁ ସାମିଲ କରାଯାଇଛି। ସେଗୁଡିକ ହେଲା ବଡପଦର, ଚିତ୍ରକୋଣ୍ଡା, ଦୋରାଗୁଡା, ନୂଆଗୁଡା, ଗୁଣ୍ଠାୱାଡା, କପାତୁଟି, ଟନେଲକ୍ୟାମ୍ପ, କୁରୁମାନୁର ଓ ପାପୁଲୁର ଏବଂ କୋରୁକୋଣ୍ଡା ବ୍ଲକର ନାକାମାମୁଡି ା ଫଳରେ ମୋଟ ୧୯ ପଞ୍ଚାୟତ ସ୍ବାଭିମାନ ଅଞ୍ଚଳ ଭାବେ ନାମିତ ହୋଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ସ୍ବାଭିମାନ ଅଞ୍ଚଳକୁ ୩ ସେତୁ ନିମନ୍ତେ ଅର୍ଥ ମଞ୍ଜୁର କରିଥିବାରୁ ଆୟୋଜିତ ସଭାରେ ସ୍ବାଭିମାନ ଅଞ୍ଚଳର ୧୯ ପଞ୍ଚାୟତ ତରଫରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି l ମଞ୍ଜୁର ହୋଇଥିବା ୩ଟି ସେତୁ ମଧ୍ୟରେ ଖଲିଆଗଡ ନାଳ ଉପରେ ଯନ୍ତ୍ରୀଠାରୁ ଧାକଡପଦର ରାସ୍ତା ପର୍ଯ୍ୟନ୍ତ ୧୧୧ ମିଟର ଦୈଘ୍ୟ ବିଶିଷ୍ଟ ଗୋଟିଏ ସେତୁ ନିର୍ମାଣ କରାଯିବ। ଏଥିପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ। ପଣସପୁଟ ଓ ଯନ୍ତ୍ରୀ ପଞ୍ଚାୟତ ଲୋକମାନେ ଏହାଦ୍ୱାରା ଉପକୃତ ହେବେ। କମୁଡାଗୁଡା ନଦୀ ଉପରେ ଘନବେଢାଠାରୁ କୋଡଗନ୍ଧି ରାସ୍ତା ପର୍ଯ୍ୟନ୍ତ ସେତୁ ନିର୍ମାଣ କରାଯିବ। ମାଛକୁଣ୍ଡ ନଦୀ ଉପରେ ବିଶୋଇଗୁଡାଠାରୁ ଯନ୍ତ୍ରୀ ପର୍ଯ୍ୟନ୍ତ ୩୭୨ ମିଟର ସେତୁ ନିର୍ମାଣ କରାଯିବ, ଯାହାର ବ୍ୟୟ ଅଟକଳ ରହିଛି ୫୪ କୋଟି ଟଙ୍କା।
ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ୍‌, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ଟେଲି ଯୋଗାଯୋଗ ଆଦି ବିଭିନ୍ନ ମୌଳିକ ସେବା ସୁବିଧାରେ ଉପଲବ୍ଧ ହେଉଛି। ଏଥିସହ ସ୍ବାଭିମାନ ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସେହି ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ନେଇ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିତ୍ରକୋଣ୍ଡା ବ୍ଲକର ୩ଟି ବୃହତ୍‌ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନେବା ସହ ୧୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ୱାରା ସ୍ବାଭିମାନ ଅଞ୍ଚଳର ୩୫ ହଜାର ଲୋକ ଉପକୃତ ହେବେ। ଗମନାଗମନ ସୁବିଧା ସହିତ ସାମାଜିକ ସୁବିଧାସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ମାର୍ଚ୍ଚ ୨୯ରେ ମାଲକାନଗିରି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲାରେ ୩ ନୂତନ ସେତୁ ନିର୍ମାଣ ପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?