ନିଯୁକ୍ତି ଦାବିରେ ମେଳି ବାନ୍ଧିଲେ ବିସ୍ଥାପିତ

ଯାଜପୁର ଅଫିସ/କଳିଙ୍ଗନଗର,୭ା୧୧ (ଡି.ଏନ.ଏ.):ଶିଳ୍ପ, ଖଣି ଓ ଅନ୍ୟାନ୍ୟ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଲୋକଙ୍କ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଅଶାନ୍ତକର ପରିସ୍ଥିତି ଉପୁଜୁଛି। ଆନ୍ତରିକତାର ସହ ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଦୃଢୋକ୍ତି ପ୍ରକାଶ କରୁଛନ୍ତି। ଅଥଚ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏହାର ସମାଧାନ ହୋଇପାରୁନାହିଁ। ବିଭିନ୍ନ କାରଖାନାରେ ନିଯୁକ୍ତି ପାଇଥିବା ବିସ୍ଥାପିତମାନଙ୍କ ମଧ୍ୟରୁ କେତେକଙ୍କ ମୃତ୍ୟୁ ହୋଇଥିବାବେଳେ କେତେକ ଅକ୍ଷମ ମଧ୍ୟ ହେଉଛନ୍ତି। ହେଲେ ସେମାନଙ୍କ ପରିବାରବର୍ଗଙ୍କୁ ନିଯୁକ୍ତି ମିଳୁନାହିଁ। ଏନେଇ ଜିଲାପାଳଙ୍କଠାରୁ ଆରମ୍ଭ କରି ଅତିରିକ୍ତ ଜିଲାପାଳ, ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଉଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଏହି ମର୍ମରେ ରବିବାର ତ୍ରିଜଙ୍ଗା କଲୋନୀ ବିସ୍ଥାପିତ ବାସିନ୍ଦା ମେଳି ବାନ୍ଧିଛନ୍ତି। ଆସନ୍ତା ୮ ତାରିଖରେ ଏକ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିସ୍ଥାପିତ ପରିବାରବର୍ଗ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁସାରେ ୨୦୦୫ରୁ ବିସ୍ଥାପିତ ପରିବାରଙ୍କ ପାଇଁ କଲୋନୀ ତିଆରି କରାଯାଇ ସେମାନଙ୍କୁ ଥଇଥାନ କରାଯାଇଛି ସତ, ହେଲେ ସେମାନଙ୍କ ଅସୁବିଧାକୁ ଅଣଦେଖା କରାଯାଉଛି। କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଉପରୋକ୍ତ ଦାବିଗୁଡିକର ସମାଧାନ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଏପରିସ୍ଥଳେ ଜମି, ଘର, ବୃତ୍ତି ସବୁ କିଛି ହରାଇଥିବା ଲୋକେ ବିଦ୍ରୋହୀ ହୋଇଛନ୍ତି। ପ୍ରଭାବିତ ଗ୍ରାମଗୁଡିକର ଚାଷଜମି ପ୍ରଦୂଷଣ ଯୋଗୁ ଚାଷ ଅନୁପଯୋଗୀ ହୋଇସାରିଛି। କେତେକ ଗ୍ରାମ ବିସ୍ଥାପନ ଅପେକ୍ଷାରେ ରହିଛନ୍ତି। ବିସ୍ଥାପିତମାନେ ନିଯୁକ୍ତି, କ୍ଷତିପୂରଣ ଥଇଥାନ ସୁବିଧା ଦାବି ମୁତାବକ ନ ପାଇବା ପର୍ଯ୍ୟନ୍ତ ଗାଁ ଘର ଛାଡ଼ି ଯିବାକୁ ପ୍ରସ୍ତୁତ ନ ଥିବାବେଳେ ବିବାଦ ମଧ୍ୟ ଦିନକୁ ଦିନ ବଢ଼ିଚାଲିଛି। ଏଭଳି ପରିସ୍ଥିତିରେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକ ଏବଂ ବିଭିନ୍ନ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବ୍ୟବଧାନ ବଢ଼ିଚାଲିଛି। ଉଚ୍ଚସ୍ତରରେ ପ୍ରତିନିଧିତ୍ୱ କରୁଥିବା ଜନ ପ୍ରତିନିଧିଙ୍କ ଭୂମିକା ମଧ୍ୟ ବିସ୍ଥାପିତ ଲୋକଙ୍କ ପାଇଁ ଗ୍ରହଣଯୋଗ୍ୟ ହେଉନାହିଁ। କେନ୍ଦ୍ର ଓ ରାଜ୍ୟରେ ପରସ୍ପର ବିରୋଧୀ ସରକାର ଥିବାରୁ ନେତାଏ ଖାଲି ରାଜନୈତିକ ଦୃଷ୍ଟିରୁ ପରସ୍ପର ଉପରେ ଦୋଷ ଲଦାଲଦିରେ ବ୍ୟସ୍ତ ରହୁଛନ୍ତି। ଆଉ ବିସ୍ଥାପିତ ଲୋକେ ଯେଉଁ ତିମିରେକୁ ସେହି ତିମିରେ। କ୍ଷତିଗ୍ରସ୍ତ ଲୋକେ ସର୍ବହରା ହୋଇଥିବାବେଳେ ମୁଷ୍ଟିମେୟ ରାଜନେତା, ଶିଳ୍ପ ମାଲିକ, ଦଲାଲ କଣ୍ଟ୍ର୍ରାକ୍ଟର ଓ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ ଲାଭବାନ ହେଉଛନ୍ତି। ବିଭିନ୍ନ ସଭାସମିତି, ଆନ୍ଦୋଳନ କରି ଦାବି ଉପସ୍ଥାପନ କଲେ କେତେଜଣ ନେତାଙ୍କ ଦ୍ୱାରା ଆନ୍ଦୋଳନକାରୀଙ୍କ ପରିବାରବର୍ଗଙ୍କୁ ଧମକଚମକ ଦିଆଯାଉଛି। ଶିଳ୍ପ ଓ ଖଣିରେ ଚାକିରି କରୁଥିବା ପରିବାରବର୍ଗଙ୍କୁ ହଟେଇ ଦିଆଯିବ ବୋଲି ଚେତାବନୀ ଦିଆଯାଉଛି। ତେବେ ଏଥିରେ ବିଚଳିତ ନ ହୋଇ ଦାବିଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିସ୍ଥାପିତମାନେ ଚେତାବନୀ ଦେଉଛନ୍ତି। ବିସ୍ଥାପିତମାନଙ୍କ ଆହୁରି କହିବା ଅନୁସାରେ ଯେଉଁ ବିସ୍ଥାପିତମାନଙ୍କୁ ନିଯୁକ୍ତି ମିଳିଛି ସେମାନେ ଅବସର ଗ୍ରହଣ କରିବା ପରେ ଟଙ୍କାଟିଏ ମିଳିବ ନାହିଁ। ସେତେବେଳେ ସେହି ପରିବାର କେମିତି ଚଳିବ। ଜମିବାଡି ଥିଲେ ଚାଷ କରି ପରିବାର ଚଳନ୍ତା। ଏହି ବିସ୍ଥାପିତ କଲୋନୀର ପ୍ରାୟ ୨୫ ଜଣ କର୍ମଚାରୀଙ୍କ ଚାକିରି ସମୟରେ ମୃତ୍ୟୁ ହୋଇସାରିଛି। ସେମାନଙ୍କ ପରିବାରବର୍ଗଙ୍କୁ କୌଣସି ପେନସନ କିମ୍ବା ଅନ୍ୟାନ୍ୟ ସହାୟତା କମ୍ପାନୀ ଦେଉନାହିଁ। ତେଣୁ ମୃତ କର୍ମଚାରୀଙ୍କ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ଏବଂ ମୃତ ପରିବାରବର୍ଗଙ୍କୁ ଉପଯୁକ୍ତ ସହାୟତା ଦିଆଯାଉ ବୋଲି ଦାବି ହୋଇଛି।
ବିସ୍ଥାପିତ ପରିବାରର ଜୀବନ ପାତ୍ର, ସାଜିଦ ଖାନ, ସେକ୍‌ ରିଆଜୁଦ୍ଦିନ ପ୍ରମୁଖ କୁହନ୍ତି, ଦୀର୍ଘ ୧୭ ବର୍ଷ ହେଲା ବିସ୍ଥାପିତ ହୋଇଛୁ। କିନ୍ତୁ ଏଇଠି ବେକାରି ସମସ୍ୟା ବହୁତ। ମୃତ କର୍ମଚାରୀଙ୍କ ପରିବାରବର୍ଗ ଆର୍ଥିକ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତ ଦାବି ହେଉଥିଲେ ହେଁ କେହି ଶୁଣୁ ନାହାନ୍ତି। ଏଣୁ ଆନ୍ଦୋଳନ ହିଁ ଏକମାତ୍ର ଉପାୟ। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବିସ୍ଥାପିତମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଆଇନ ଅନୁସାରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ସେମାନଙ୍କ ଦାବି ଯଦି ଆଇନସଙ୍ଗତ ଥିବ ତେବେ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri