ଅବ୍ୟବସ୍ଥା ଭାରତର କାଳ

ନୂଆଦିଲ୍ଲୀ,୧୩ା୫: ଭାରତ ପାଇଁ କାଳ ହୋଇଛି ଚରମ ଅବହେଳାରୁ ସୃଷ୍ଟ ଅବ୍ୟବସ୍ଥା। ଦେଶର ଅଢ଼େଇ ଲକ୍ଷ ଲୋକଙ୍କ ଜୀବନ ନେଇ କୋଟି କୋଟି ଭାରତୀୟଙ୍କୁ ଛଟପଟ କରୁଥିବା ଘାତକ କରୋନା ଭାଇରସ୍‌କୁ ରୋକିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। କେତେବେଳେ କୁମ୍ଭମେଳା ତ ପୁଣି କେବେ ନିର୍ବାଚନ ପ୍ରଚାରରେ ମାତି କେନ୍ଦ୍ରୀୟ ନେତୃତ୍ୱ ଦେଶକୁ ବିପଦ ମୁହଁକୁ ଠେଲିଦେଇଛନ୍ତି। ରାଜ୍ୟଠାରୁ ଦେଶ ଏପରି କି ବିଦେଶରୁ ମଧ୍ୟ ଆସିଛି ଅବସ୍ଥା ସୁଧାରି ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ପରାମର୍ଶ। କିନ୍ତୁ କେନ୍ଦ୍ର ସରକାର କାହା କଥା ଶୁଣିଲେ ନାହିଁ। ମିଛଟାରେ ପ୍ରଚାର କରିଦେଲେ ମହାମାରୀ ଉପରେ ବିଜୟ ହୋଇଛି ବୋଲି। ଦେଶବାସୀ ମଧ୍ୟ ନିଜ ଜୀବନଶୈଳୀକୁ ନେଇ ଏକପ୍ରକାର ନିଶ୍ଚିତ ହୋଇଗଲେ ଯେ ଆଉ କିଛି ହେବ ନାହିଁ। କରୋନା ଚାଲିଗଲାଣି ଏବଂ ଆମେ ସୁରକ୍ଷିତ। ସରକାରଙ୍କ ଗୋଟିଏ ପରେ ଗୋଟିଏ ଭୁଲ୍‌ ପଦକ୍ଷେପ ଓ ଲୋକଙ୍କ ଭ୍ରାନ୍ତ ଧାରଣା ଆଜି ଦେଶକୁ ବିପର୍ଯ୍ୟୟ ଭିତରକୁ ଟାଣିନେଇଛି। ସବୁ ସହର ରୋଗୀଙ୍କ ଗନ୍ତାଘର, ପ୍ରତ୍ୟେକ ସମାଧି ସ୍ଥଳରେ ସ୍ଥାନାଭାବ। ଶ୍ମଶାନ ଚିତା ଲିଭିପାରୁ ନାହିଁ। ଗଙ୍ଗାନଦୀରେ ଭାସୁଛି ଶତାଧିକ ମୃତଦେହ। ଭାକ୍ସିନ ନାହିଁ କି ଅକ୍ସିଜେନ ନାହିଁ। ଜୀବନ ରକ୍ଷାକାରୀ ଔଷଧ, ଇଞ୍ଜେକ୍ସନ ଓ ଅନ୍ୟ ଉପକରଣ ଅଭାବରୁ ଲୋକେ ମରୁଛନ୍ତି। ସବୁଠି ଶୁଭୁଛି ଆମତ୍ୀୟଙ୍କୁ ହରାଇଥିବା ସମ୍ପର୍କୀୟଙ୍କ କ୍ରନ୍ଦନରୋଳ। ତଥାପି ଭାଙ୍ଗୁନି ନିଦ। ଭୁଶୁଡ଼ିପଡ଼ିଥିବା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲେ କେନ୍ଦ୍ର କହୁଛି ବିରୋଧୀ ରାଜନୀତି କରୁଛନ୍ତି।
ଦେଶରେ କୋଭିଡ୍‌-୧୯ର ଦ୍ୱିତୀୟ ଲହର ଅଚଳାବସ୍ଥା ସୃଷ୍ଟି କରିଛି। ଭାଇରସ୍‌ ରୋକିବାରେ ସରକାରୀ ବିଫଳତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ବାରମ୍ବାର ଦୁଃଖଦ ଖବର ଆସୁଛି। ଏଯାଏ ମୌଳିକ ସମସ୍ୟାର ସମାଧାନ ହୋଇପାରି ନାହିଁ। ଏହି ମହାମାରୀ ପାଇଁ ଯେଉଁମାନେ ଦାୟୀ ସେମାନେ କେଉଁଠି ନା କେଉଁଠି ଲୁଚିଯାଉଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ଠୁରତାକୁ ଭାରତୀୟମାନେ ଆଉ କେତେଦିନ ସହ୍ୟ କରିବେ ବୋଲି ରାହୁଲ ଟୁଇଟରରେ ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟିକା ସଙ୍କଟକୁ ନେଇ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ରାଜ୍ୟଗୁଡ଼ିକୁ ଟିକା ଯୋଗାଇ ଦେଇ ନ ଥିଲେ। ବିଶ୍ୱର ସର୍ବବୃହତ୍‌ ଟିକା ଉତ୍ପାଦନକାରୀ ରାଷ୍ଟ୍ର ଭାରତରେ ଏଭଳି ସ୍ଥିତି କାହିଁକି ସୃଷ୍ଟି ହୋଇଛି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ, ଭାକ୍ସିନ ଉତ୍ପାଦନ ବୃଦ୍ଧି କରିବା ପାଇଁ ଗତ ମାର୍ଚ୍ଚରେ ପାର୍ଲାମେଣ୍ଟର ଏକ ଷ୍ଟାଣ୍ଡିଂ କମିଟି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲା। ଫେବୃୟାରୀ ୧୭ରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ବିଜ୍ଞାନ ଓ କାରିଗରି ବିଦ୍ୟା, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ୩୧ ସଦସ୍ୟ ବିଶିଷ୍ଟ ସ୍ଥାୟୀ ସଂସଦୀୟ କମିଟିର ଅଧ୍ୟକ୍ଷତା କରିଥିଲେ। ବାୟୋଟେକ୍ନୋଲୋଜି ବିଭାଗ ପାଇଁ ଅନୁଦାନ ଦାବି ଉପରେ ଉକ୍ତ ରିପୋର୍ଟ ମାର୍ଚ୍ଚ ୮ରେ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିଲା। ଉକ୍ତ କମିଟିରେ ଶାସକ ଭାଜପାର ୧୪ ସଦସ୍ୟ ରହିଛନ୍ତି। ଦେଶରେ ଉତ୍ପାଦିତ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ଆଗକୁ ନିଅଣ୍ଟ ହୋଇପାରେ। ତେଣୁ ଅଧିକରୁ ଅଧିକ ଲୋକ ଯେମିତି ଯଥାଶୀଘ୍ର ସମ୍ଭବ ଟିକା ପାଇପାରିବେ ସେଦିଗରେ ଉଦ୍ୟମ କରିବାକୁ କୁହାଯାଇଥିଲା। କିନ୍ତୁ ସରକାର ଉକ୍ତ ପ୍ରସ୍ତାବକୁ ଗ୍ରହଣ କରି ନ ଥିବା ଜଣାପଡ଼ିଛି।

କୋଭିଡ୍‌ ନିୟନ୍ତ୍ରଣ ପାଇଁ ୯ ପ୍ରସ୍ତାବ

ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରବଳ ବେଗରେ ମାଡ଼ିଚାଲିଥିବାବେଳେ ହସ୍ପିଟାଲଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ମିଳୁନି। ପ୍ରତିଦିନ ହଜାର ହଜାର ଲୋକ ମହାମାରୀରେ ପ୍ରାଣ ହରାଉଛନ୍ତି। ଏହାକୁ ସର୍ବନାଶକାରୀ ମାନବୀୟ ଦୁଃଖ ଭାବେ ଅଭିହିତ କରି ଏହାକୁ ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦେଶର ୧୨ ପ୍ରମୁଖ ବିରୋଧୀ ଦଳ ଦାବି କରିଛନ୍ତି। ଏହି ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ସମସ୍ତଙ୍କୁ ମାଗଣାରେ ଟିକା ଦେବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ୯ଟି ପ୍ରସ୍ତାବ ଦେଇଛନ୍ତି। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ଏବଂ କୃଷି ଆଇନ ପ୍ରତ୍ୟାହାର କରିନେବା ପାଇଁ ମଧ୍ୟ ସେମାନେ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କୁ ବ୍ୟକ୍ତିଗତ ଭାବେ ଓ ମିଳିତ ଭାବେ ଏକାଧିକ ଥର ବିଭିନ୍ନ ପ୍ରସ୍ତାବ ଓପରାମର୍ଶ ଦିଆଗଲାଣି। ତେବେ ଦୁର୍ଭାଗ୍ୟର କଥା ସରକାର ଏହାକୁ ଅଣଦେଖା କରୁଛନ୍ତି କିମ୍ବା ଗ୍ରହଣ କରିବାକୁ ରାଜି ହେଉନାହାନ୍ତି। ଫଳରେ ଦେଶ ଆଜି ଏଭଳି ସ୍ଥିତିରେ ପହଞ୍ଚତ୍ଛି ବୋଲି ଚିଠିରେ କୁହାଯାଇଛି। ଦେଶ ତଥା ଦେଶବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପତ୍ରରେ ଅନୁରୋଧ କରାଯାଇଛି। ବିଏସ୍‌ପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ବ୍ୟତୀତ ଅନ୍ୟ ସମସ୍ତ ପ୍ରମୁଖ ବିରୋଧୀ ଦଳର ପ୍ରତିନିଧି ଉକ୍ତ ପତ୍ରରେ ସ୍ବାକ୍ଷର କରିଛନ୍ତି।
ସ୍ପ ଘରୋଇ ସମେତ ଅନ୍ତର୍ଜାତୀୟ ବଜାରରୁ କେନ୍ଦ୍ର ସରକାର ଟିକା କିଣନ୍ତୁ।
ତୁରନ୍ତ ମାଗଣା ଓ ସାର୍ବଜନୀନ ଗଣ ଟିକାକରଣ ଅଭିଯାନ ଆରମ୍ଭ ହେଉ।
ଘରୋଇ ଟିକା ଉତ୍ପାଦନ ବୃଦ୍ଧି ପାଇଁ ବାଧ୍ୟତାମୂଳକ ଲାଇସେନ୍ସ ଦିଆଯାଉ।
ଟିକାକରଣ ପାଇଁ ବଜେଟରେ ବ୍ୟୟବରାଦ ହୋଇଥିବା ୩୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉ।
ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ବନ୍ଦ କରି ସେହି ଅର୍ଥକୁ ଅକ୍ସିଜେନ ଓ ଟିକା ପାଇଁ ବ୍ୟବହାର କରାଯାଉ।
ହିସାବ ବହିର୍ଭୁକ୍ତ ଘରୋଇ ଟ୍ରଷ୍ଟ ଫଣ୍ଡ ଏବଂ ପିଏମ୍‌ କେୟାର୍ସ ପାଣ୍ଠିରେ ଟିକା, ଅକ୍ସିଜେନ୍‌ ଏବଂ ମେଡିକାଲ ଉପକରଣ କିଣାଯାଉ।
ବେରୋଜଗାରୀମାନଙ୍କୁ ମାସିକ ୬୦୦୦ ଟଙ୍କା ଦିଆଯାଉ।
ଗରିବଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉ।
ଚାଷୀମାନଙ୍କୁ କରୋନା କବଳରୁ ବଞ୍ଚାଇବା ପାଇଁ ନୂଆ କୃଷି ଆଇନ ପ୍ରତ୍ୟାହାର କରାଯାଉ।

 

‘ଅନୁମାନ ଆଧାରରେ ଅଣଦେଖାର ଫଳ’
କରୋନାର ପ୍ରଥମ ଲହର ନିୟନ୍ତ୍ରଣକୁ ନ ଆସୁଣୁ ମହାମାରୀ ଶେଷ ହୋଇଯାଇଥିବା ନେଇ ଭାରତ ‘ଭୁଲ୍‌ ଧାରଣା’ କରିନେଇଥିଲା। ଫଳରେ ସମୟ ପୂର୍ବରୁ ଦେଶରେ ଲକ୍‌ଡାଉନ୍‌ ତାଲା ଖୋଲିଦେବା ସହ ଅନ୍ୟାନ୍ୟ କଟକଣା ହଟାଇ ଦିଆଯାଇଥିଲା। ଏହି କାରଣରୁ କରୋନାର ଦ୍ୱିତୀୟ ଲହର ଭାରତରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି ବୋଲି କହିଛନ୍ତି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଆନ୍ଥୋନି ଫାଉଚି। ଏଭଳି ସ୍ଥିତିକୁ କେବଳ ଅନୁମାନ ଆଧାରରେ ଅଣଦେଖା କରିବା ଉଚିତ୍‌ ନୁହେଁ ବୋଲି ବର୍ତ୍ତମାନ ଭାରତର ସ୍ଥିତି ଶିକ୍ଷା ଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri