ସୂଚନା ଅଧିକାର ଆଇନ ଅବମାନନା କରିବା ପଡ଼ିଲା ମହଙ୍ଗା, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜରିମାନା

ଛତ୍ରପୁର,୨୨ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ସୂଚନା ଅଧିକାର ଆଇନକୁ ଅବମାନନା କରିବା ମହଙ୍ଗା ପଡ଼ିଛି। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜରିମାନା ହୋଇଛି।

ସୂଚନାଯୋଗ୍ୟ, ଗଞ୍ଜାମ ବ୍ଲକ ଅଧୀନ ହୁମା ପାଞ୍ଚାୟତର ଯୋଗୀ ବିଶ୍ୱାଳଙ୍କ ପୁଅ ପ୍ରଶାନ୍ତ କୁମାର ବିଶ୍ୱାଳ ୨୪.୦୬.୨୦୨୧ରେ ହୁମା ପଞ୍ଚାୟତର କିଛି ସରକାରୀ ସୂଚନା ପାଇବା ପାଇଁ ହୁମା ପଞ୍ଚାୟତ କାର୍ଯ୍ୟାଳୟରେ କେତେକ ବିଷୟକୁ ନେଇ ସମସ୍ତ ତଥ୍ୟ ମୌଖିକ ଭାବରେ ପ୍ରଦାନ ପାଇଁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ। ସୂଚନା ଅଧିକାର ବଳରେ ମାଗିଥିବା ସୂଚନା ସେ ସମୟର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ସୂଚନା ଦେଇ ନ ପାରିବାରୁ ସୂଚନା ଅଧିକାର କର୍ମୀ ପ୍ରଶାନ୍ତ କୁମାର ବିଶ୍ୱାଳ ସେହି ବର୍ଷ ୧୩. ୦୮. ୨୦୨୧ରେ ଗଞ୍ଜାମ ବ୍ଲକ ବିଡିଓଙ୍କ ପାଖରେ ପ୍ରଥମ ଅପିଲ କରିଥିଲେ। ବ୍ଲକ ଅଧିକାରୀ ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ସୂଚନା ପ୍ରଦାନ କଲେ ନାହିଁ କି ଆବେଦନକାରୀଙ୍କ ପ୍ରଥମ ଅପିଲର ଶୁଣାଣି କଲେ ନାହିଁ। ଫଳରେ ପ୍ରଶାନ୍ତ କୁମାର ବିଶ୍ୱାଳ ୨୦୨୨ରେ ରାଜ୍ୟ ସୂଚନା କମିଶନରଙ୍କ ନିକଟରେ ଦ୍ବିତୀୟ ଅପିଲ କରିଥିଲେ। ରାଜ୍ୟ ସୂଚନା କମିଶନର ୨୦୨୨ରେ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା ରଙ୍ଗେଇଲୁଣ୍ଡା ବ୍ଲକ କୋଲଥି ପଞ୍ଚାୟତକୁ ସ୍ଥାନାନ୍ତର ହୋଇଥିଲେ। ରାଜ୍ୟ ସୂଚନା କମିଶନର ବାରମ୍ବାର ଚିଠି କରିବା ସତ୍ତ୍ୱେ ସନ୍ତୋଷ କୁମାର ବେହେରା ଅନୁପସ୍ଥିତ ରହିବା ଏବଂ ରାଜ୍ୟ ସୂଚନା କମିଶନରଙ୍କ ନିକଟରେ ଦାଖଲ କରାଯାଇଥିବା ସୂଚନା ସନ୍ତୋଷଜନକ ନ ଥିବା ବେଳେ ଏହା ସୂଚନା ଅଧିକାର ଆଇନକୁ ପଥଭ୍ରଷ୍ଟ କରୁଥିବାର ବିଷୟକୁ କମିଶନ ଅନୁଭବ କରିଥିଲେ। ଏଥି ନେଇ ସଂପୃକ୍ତ ଅଧିକାରୀଙ୍କ ଉପରେ କ’ଣ ପାଇଁ ଜରିମାନା ଆଦାୟ କରାଯିବ ନାହିଁ ଏହାର କାରଣ ଦର୍ଶାଇବାକୁ ରାଜ୍ୟ ସୂଚନା କମିଶନର ନିର୍ଦ୍ଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ୨୦୨୪ ଜାନୁଆରୀ ୧୦ ତାରିଖକୁ ଧାର୍ଯ୍ୟ କରିଥିଲେ। ସୂଚନା ଅଧିକାର କର୍ମୀ ପ୍ରଶାନ୍ତ କୁମାର ବିଶ୍ୱାଳ ୨୦୨୧ରେ ଘଟଣା ବାବଦରେ ତଥ୍ୟ ମାଗିଥିବା ବେଳେ ସେ ଅନୁପସ୍ଥିତ ଥିଲେ। ଉଭୟପକ୍ଷଙ୍କ ଯୁକ୍ତିଙ୍କୁ ବିଚାରକୁ ନେଇ ସୂଚନା ଅଧିକାର ଆଇନର ଅବମାନନା ତଥା ଅନ୍ୟାନ୍ୟ କାରଣକୁ ନେଇ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ଜନସୂଚନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ୧୦,୦୦୦ ଟଙ୍କା ଜରିମାନା ରାଜକୋଷରେ ପଇଠ କରିବାକୁ ରାଜ୍ୟ ସୂଚନା କମିଶନର ତାଙ୍କ ରାୟରେ ଉଲ୍ଲେଖ କରିଥିଲେ। ଉକ୍ତ ଜରିମାନା ୩୦ଦିନ ମଧ୍ୟରେ ରାଜକୋଷରେ ପଇଠ ନ କଲେ ରଙ୍ଗେଇଲୁଣ୍ଡା ବ୍ଲକ ଅଧିକାରୀ ଦୁଇଟି କିସ୍ତିରେ ଉକ୍ତ ଜରିମାନା ସନ୍ତୋଷଙ୍କ ନିକଟରୁ ଆଦାୟ କରି ଏହି ଅର୍ଥ ରାଜକୋଷରେ ଜମା କରିବାକୁ ରାୟ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି: ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଅତିରିକ୍ତ ବିଡ଼ିଓ ଉମେଶ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ ଏବେ ଏହି ଦେଶ: ନିଜେ କଲେ ଖୁଲାସା, ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପରେ ତାଙ୍କର ପରବର୍ତ୍ତୀ ଟାର୍ଗେଟ ବିଷୟରେ ପ୍ରକାଶ କରିଛନ୍ତି। ସେ ଖୋଲାଖୋଲି ଭାବରେ ଇଙ୍ଗିତ କରିଛନ୍ତି ଯେ ତାଙ୍କର…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri