Categories: ଫୁରସତ

ଡିଜ୍‌ନୀ ଓ୍ବାଲର୍‌ଡ

ଆମେରିକାର ଫ୍ଲୋରିଡ଼ାରେ ଥିବା ଓ୍ବାଲ୍ଟ ଡିଜ୍‌ନୀ ଓ୍ବାଲର୍‌ଡ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଲାଗି ଏକ ଡ୍ରିମ୍‌ ପ୍ଲେସ୍‌। ୧୯୭୧ ମସିହାରେ ଓ୍ବାଲ୍ଟ ଏବଂ ରଏ ଡିଜ୍‌ନୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସୁନ୍ଦର କାର୍ଟୁନ୍‌ ଦୁନିଆ ସମ୍ପର୍କରେ ଜାଣିବା କେତୋଟି କୌତୂହଳପୂର୍ଣ୍ଣ ତଥ୍ୟ…
ଡିଜ୍‌ନୀ ଓ୍ବାଲର୍‌ଡ ମଧ୍ୟରେ ଅନେକ ଗୁପ୍ତ ସଡ଼କ ଏବଂ ସୁଡ଼ଙ୍ଗ କରାଯାଇଛି, ଯାହାକୁ କେବଳ ସେଠାକାର କର୍ମଚାରୀମାନେ ହିଁ ବ୍ୟବହାର କରିଥା’ନ୍ତି। ଫଳରେ ସେମାନେ ଠିଆ ହୋଇଥିବା ସ୍ଥାନଗୁଡ଼ିକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।
ଏହା ମଧ୍ୟରେ ସବୁଆଡ଼େ ବାତାବରଣ ମୃଦୁ ମୃଦୁ ଭାସିଲା ପରି ବାସ୍ନା ହୋଇଥାଏ, ଯାହାକୁ ଖ୍ରୀଷ୍ଟମାସ୍‌ ସମୟରେ ପିପରମିଣ୍ଟ ବାସ୍ନା ସହିତ ବଦଳାଇ ଦିଆଯାଇଥାଏ।
ଡିଜ୍‌ନୀ ଓ୍ବାଲର୍‌ଡ ମଧ୍ୟରେ ରହିଛି ୪ଟି ଥିମ୍‌ ପାର୍କ, ଦୁଇଟି ଓ୍ବାଟର ପାର୍କ ସମେତ ବହୁ ସଂଖ୍ୟାରେ ହୋଟେଲ, ରେଷ୍ଟୁରାଣ୍ଟ, ଓ୍ବେଡିଂ ପାଭିଲିଅନ୍‌ ଏବଂ ସ୍ପୋଟର୍‌ସ ଗ୍ରାଉଣ୍ଡ ଭଳି ଅନେକ ଆକର୍ଷଣୀୟ ସ୍ଥାନ।
ଏହା ମଧ୍ୟରେ ଥିବା ହୋଟେଲଗୁଡ଼ିକର ପ୍ରତି ରୁମ୍‌ରେ ଗୋଟିଏ ଦିନ ରହିଲେ ସବୁ ରୁମ୍‌ ଶେଷ କରିବାକୁ ଜଣଙ୍କୁ ପାଖାପାଖି ୮୧ ବର୍ଷରୁ ଅଧିକ ସମୟ ଲାଗିବ।
ଡିଜ୍‌ନୀ ଓ୍ବାଲର୍‌ଡରେ ଏମ୍ପ୍ଲୟୀଙ୍କୁ କାଷ୍ଟ ମେମ୍ବର ବୋଲି କୁହାଯାଇଥାଏ। ସେମାନେ ଦର୍ଶକଙ୍କ ସହାୟତା ନିମନ୍ତେ ୧୪ଟି ଭାଷାରେ କଥା ହୋଇପାରନ୍ତି।
ଆରମ୍ଭ ହେବା ସମୟରେ ଏହାର ଏଣ୍ଟ୍ରି ଫି ୩.୫୦ ଡଲାର ଥିବା ବେଳେ ବର୍ତ୍ତମାନ ଯେଉଁ ପାର୍କକୁ ଯିବେ ସେହି ଅନୁଯାୟୀ ୯୪ରୁ ୯୯ ଡଲାର ପର୍ଯ୍ୟନ୍ତ ରହିଛି।

Share