୯୮ ବର୍ଷ ଇତିହାସରେ ପ୍ରଥମ: ଡିଜ୍‌ନୀର ଅଧ୍ୟକ୍ଷ ହେବେ ଜଣେ ମହିଳା

କାର୍ଲିଫର୍ନିଆ,୩।୧୨: ମନୋରଞ୍ଜନ ଜଗତର ପ୍ରମୁଖ କମ୍ପାନୀ ୱାଲ୍ଟ ଡିଜନି ୯୮ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛି। ୬୭ ବର୍ଷୀୟ ସୁସାନ ଅର୍ନୋଲ୍ଡ କମ୍ପାନୀର ନୂତନ ବୋର୍ଡ ଚେୟାରମ୍ୟାନ ହେବାକୁ ଯାଉଛନ୍ତି। ସେ ୧୪ ବର୍ଷ ଧରି ଡିଜନି ବୋର୍ଡର ସଦସ୍ୟ ରହିଆସିଛନ୍ତି ଏବଂ ଡିସେମ୍ବର ୩୧ରେ ବର୍ତ୍ତମାନର ଚେୟାରମ୍ୟାନ ବବ ଇଗରଙ୍କ ସ୍ଥାନ ନେବେ। ପ୍ରାୟ ୧୫ ବର୍ଷ ଏହି ପଦବୀରେ କାର୍ଯ୍ୟ କରିବା ପରେ ବବ ଗତ ବର୍ଷ ଇସ୍ତଫା ଘୋଷଣା କରିଥିଲେ। ସେ ଚଳିତ ମାସ ଶେଷ ସୁଦ୍ଧା କମ୍ପାନୀ ଛାଡିବେ। ଏହା ପରେ ସୁସାନ ଦାୟିତ୍ୱ ଗ୍ରହଣ କରିବେ। ସେ କମ୍ପାନୀର ଅଂଶୀଦାରମାନଙ୍କ ସ୍ବାର୍ଥ ରକ୍ଷା କରିବାକୁ ନିଶ୍ଚିତ କରିଛନ୍ତି।

Share