ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ଥାବ କରୋମ ଅଭାବରୁ ବାତିଲ

ପାଟଣା,୩୦।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତର ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ସୋମବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ କରମ ଅଭାବରୁ ନିର୍ବାଚନ ଅଧିକାରୀ ଅନାସ୍ଥା ପ୍ରସ୍ତାବକୁ ବାତିଲ କରିଦେଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ସାହାରପଡ଼ା ବିଡ଼ିଓ ମାଧବ ଚନ୍ଦ୍ର ବୀରୁଆ, ମାଜିଷ୍ଟ୍ରେଟ ଭାବେ ପାଟଣା ତହସିଲ ଦାର ଲୀଳାବତୀ ନାୟକ, ପାଟଣା ଥାନାଧିକାରୀ ଉଦୟ ବୀର କୁଲୁ ,ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ରଶ୍ମି ରେଖା ମହାନ୍ତି, ପ୍ରମୁଖ କଡ଼ା ସୁରକ୍ଷା ବ୍ୟବସ୍ଥାରେ ନିର୍ବାଚନ କାର୍ଯ୍ୟ ଆରମ୍ଭ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ୧୨ଜଣ ୱାର୍ଡ ସଦସ୍ୟଙ୍କ ମଧ୍ୟରୁ ନାଏବ ସରପଞ୍ଚ ଉମାକାନ୍ତ ମହାନ୍ତଙ୍କ ୭ଜଣ ସମର୍ଥକ ସଦସ୍ୟ ପହଞ୍ଚିଥିଲେ ହେଁ ସରପଞ୍ଚ ପାର୍ବତୀ ଦେହୁରୀଙ୍କ ସହ ୪ ସମର୍ଥକ ସଭା କକ୍ଷକୁ ଆସି ନ ଥିଲେ। ଏ ନେଇ ନିର୍ବାଚନ ଅଧିକାରୀ ମାଧବ ଚନ୍ଦ୍ର ବିରୁଆଙ୍କୁ ପଚାରିବାରୁ ୧୨ଜଣ ସଦସ୍ୟଙ୍କ ମଧ୍ୟରୁ ୨ ତୃତୀୟାଂଶ ଉପସ୍ଥିତ ନ ଥିବାରୁ ସଭା ହୋଇପାରିଲା ନାହିଁ। ଏନେଇ ନାଏବ ସରପଞ୍ଚ ଉମାକାନ୍ତ ମହାନ୍ତଙ୍କ ପ୍ରତିକ୍ରିୟା ନେବାରୁ ଆମେ ୭ ଜଣ ସଦସ୍ୟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ରହିଥିଲେ ହେଁ ସରପଞ୍ଚ ହାରିବା ଭୟରେ ତାଙ୍କ ୪ ସମର୍ଥକଙ୍କ ସହ ସଭାକୁ ଆସି ନ ଥିଲେ। ସୂଚନା ଯେ, ୯ ଜଣ ୱାର୍ଡ ସଦସ୍ୟ ଗତ ଅଗଷ୍ଟ ୨୭ ତାରିଖ ନିର୍ଦ୍ଧାରିତ ଫର୍ମରେ ଦସ୍ତଖତ କରି ଉପ ଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଦରଖାସ୍ତ କରିଥିଲେ।

ସୂଚନାଯୋଗ୍ୟ, ଏରେଣ୍ଡେଇ ପଞ୍ଚାୟତର ସରପଞ୍ଚ ଭାବେ ଶ୍ରୀମତୀ ଦେହୁରୀ ଚଳିତ ଥରକୁ ମିଶାଇ ୪ର୍ଥ ଥର ସରପଞ୍ଚ ହୋଇଛନ୍ତି। ନିର୍ବାଚନକୁ ପି ଇ ଓ ରିମ୍ପା ନାଏକ ଏଡିଇ ଓ ଯଦୁମଣୀ ମହାନ୍ତ ପରିଚାଳନା କରିଥିଲେ। ସରପଞ୍ଚ ପାର୍ବତୀ ବିଜେଡି ସମର୍ଥିତ ହୋଇଥିବା ବେଳେ ଉମାକାନ୍ତ ଭାଜପା ସମର୍ଥିତ। ଏବେ ପାଟଣା ବିଧାନସଭା କ୍ଷେତ୍ରଟି ବିଜେଡି ହାତରୁ ଯିବା ପରେ ଆଉ ବିଧାୟକ ଭାବେ ଭାଜପା ବିଜୟୀ ପରେ ଭାଜପା ପଞ୍ଚାୟତ ରାଜ ସଂସ୍ଥାରେ ଅନାସ୍ଥା ଆଣି ସେସବୁକୁ ନିଜ ସପକ୍ଷରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିବା ବେଳେ ବିଜେଡିି ନିଜ ଦୁର୍ଗ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri