ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହା ସହିତ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇବା ପାଇଁ ଦାବି କରିଛନ୍ତି।
ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଏକ୍ସ’ (X) ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, “୨୨ ଲକ୍ଷ ନିଟ୍ ଛାତ୍ରଛାତ୍ରୀଙ୍କ ସହ ପ୍ରତାରଣା ହୋଇଛି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ପଦେ ହେଲେ ବି କହୁନାହାନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ହୁଏତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ପଦରୁ ବହିଷ୍କାର କରନ୍ତୁ, ନଚେତ ଏହି ଘଟଣାର ଦାୟିତ୍ୱ ନିଜେ ନିଅନ୍ତୁ।
‘NEET ପରୀକ୍ଷା ପାଇଁ ୨୨ ଲକ୍ଷ ଛାତ୍ରଛାତ୍ରୀ ଦୁଇ ବର୍ଷ ଧରି ଦିନରାତି ପରିଶ୍ରମ କରିଥିଲେ ଏବଂ ସେମାନଙ୍କର ସେହି ପରିଶ୍ରମ ସମ୍ପୂର୍ଣ୍ଣ ପାଣିରେ ପଶିଯାଇଛି। ସାରା ଦେଶ ଜାଣିଛି ଯେ ପରୀକ୍ଷାର ଦୁଇ ଦିନ ପୂର୍ବରୁ ହ୍ବାଟ୍ସଆପ୍ରେ ନିଟ୍ର ପ୍ରଶ୍ନପତ୍ର ବଣ୍ଟାଯାଉଥିଲା। କିନ୍ତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ଯେ ଏଥିରେ ମୋର କୌଣସି ସମ୍ପୃକ୍ତି ନାହିଁ। ଧର୍ମେନ୍ଦ୍ର ନିଜର କିଛି ଭୂମିକା ନ ଥିବା କଥା କହି କମିଟିର ସୁପାରିଶଗୁଡ଼ିକୁ ଏଥିପାଇଁ ଡଷ୍ଟବିନ୍ରେ ଫିଙ୍ଗିଦେଲେ, କାରଣ ସେହି କମିଟିରେ ବିରୋଧୀ ଦଳର ସଦସ୍ୟମାନେ ବସିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
Dharitri – Odisha’s No.1 Odia Daily