ଜିଏସ୍‌ଟି ସଂଗ୍ରହରେ ଓଡ଼ିଶାର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର, ୪।୫(ବ୍ୟୁରୋ): ଜିଏସ୍‌ଟି ପ୍ରଚଳନ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨) ଏପ୍ରିଲରେ ଓଡ଼ିଶା ୧୧୨୬.୬୭ କୋଟିର ଜିଏସ୍‌ଟି ସଂଗ୍ରହକରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ୨୦୧୯ରେ ଏହି ସମୟରେ ରାଜ୍ୟ ଜିଏସ୍‌ଟି ସଂଗ୍ରହ ପରିମାଣ ୯୨୭.୬୦ କୋଟି ଟଙ୍କା ଥିବାବେଳେ ୨୦୨୦ ଏପ୍ରିଲରେ ଏହା ମାତ୍ର ୩୬୦.୩୬ କୋଟି ଟଙ୍କା ଥିଲା। ଏହା ପୂର୍ବରୁ ୨୦୨୧ ମାର୍ଚ୍ଚରେ ସର୍ବାଧିକ ରାଜ୍ୟ ଜିଏସ୍‌ଟି ୯୫୪.୬୨ କୋଟି ଟଙ୍କା ସଂଗୃହୀତ ହୋଇଥିଲା।
ଚଳିତ ବର୍ଷ ଏପ୍ରିଲରେ ଏତେ ଅଧିକ ପରିମାଣର ଜିଏସ୍‌ଟି ସଂଗ୍ରହ ପଛରେ ଅନେକ କାରଣ ରହିଛି। ଟିକସ ପଇଠରେ ଉନ୍ନତି, ଲୌହ ଇସ୍ପାତ କ୍ଷେତ୍ରରୁ ଅଧିକ ସଂଗ୍ରହ ଏବଂ ସର୍ବୋପରି ଟିକସ ଅଧିକାରୀଙ୍କ ଦ୍ବାରା ରିଟର୍ନ ଯାଞ୍ଚ କରାଯାଇ ଦେୟ ଜିଏସ୍‌ଟି ଆଦାୟ, କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି), ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ଓ ଅତିରିକ୍ତ ଟିକସ ବାବଦରେ ଯଥାକ୍ରମେ ୯୫୨.୪୩ କୋଟି, ୧୧୫୭.୦୫ କୋଟି ଓ ୬୧୩.୩୩ କୋଟି ଟଙ୍କା ସଂଗୃହୀତ ହୋଇଛି। ମୋଟ୍‌ ଜିଏସ୍‌ଟି ପରିମାଣ ହେଉଛି ୩୮୪୯.୪୮ କୋଟି ଟଙ୍କା, ଯାହା ଏକ ସର୍ବକାଳୀନ ରେକର୍ଡ। ୨୦୧୯ ଏପ୍ରିଲରେ ଏହି ପରିମାଣ ୨୯୫୫.୬୦ କୋଟି ଟଙ୍କା ଥିବାବେଳେ କୋଭିଡ୍‌ ପ୍ରଭାବିତ ୨୦୨୦ ଏପ୍ରିଲରେ ଏହା ୭୭୪.୨୯ କୋଟି ଟଙ୍କା ଥିଲା। ଭାଟ୍‌ ପଇଠ କରୁଥିବା ସମସ୍ତ ବ୍ୟବସାୟୀ ୨୦୨୧ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଟିକସ ପଇଠ ସେହି ମାସରେ କରିଥିଲେ। ବାକି ୫ ଦିନର ଟିକସ ୨୦୨୧ ଏପ୍ରିଲରେ ସଂଗୃହୀତ ହୋଇଥିଲା; ଯାହା ୨୧୮.୯୫ କୋଟି ଟଙ୍କା। ୨୦୨୦ ଏପ୍ରିଲରେ ଏହି ପରିମାଣ ୧୩୦.୧୧ କୋଟି ଟଙ୍କା ଥିବାବେଳେ ୨୦୧୯ ସେହି ସମୟରେ ଏହା ୧୮୩.୯୨ କୋଟି ଟଙ୍କା ହୋଇଥିଲା। ଫଳରେ ଏ କ୍ଷେତ୍ରରେ ୬୮.୨୮ ପ୍ରତିଶତ ଅଭିବୃଦ୍ଧ ଘଟିଛି। ଏଥିମଧ୍ୟରୁ ପେଟ୍ରୋଲିୟମ୍‌ କ୍ଷେତ୍ରରୁ ହୋଇଥିବା ସଂଗ୍ରହରେ ୧୭୫.୩୧ ପ୍ରତିଶତ ଅଭିବୃଦ୍ଧି ଘଟି ଚଳିତ ବର୍ଷ ଏପ୍ରିଲରେ ୧୬୬.୮୭ କୋଟି ଟଙ୍କା ଆଦାୟ ହୋଇଛି। ୨୦୨୦ ଏପ୍ରିଲରେ ଏହି ଆଦାୟ ପରିମାଣ ୬୦.୬୧ କୋଟି ଟଙ୍କା ଥିଲା। ନିୟମିତ ସର୍ଭେ ଓ ପଞ୍ଜୀକରଣ ମାଧ୍ୟମରେ ଟିକସ ପରିସର ବୃଦ୍ଧି କରିବା ଦିଗରେ ରାଜ୍ୟ ବାଣିଜ୍ୟକର ଓ ଜିଏସ୍‌ଟି ସଂସ୍ଥା ଅଧିକ ଗୁରୁତ୍ବ ଦେଇଆସିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୫୨,୨୧୦ ଜଣ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଥିଲା। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଯେପରି ଅତିକମ୍‌ରେ ୯୦ ପ୍ରତିଶତ ରିଟର୍ନ ଦାଖଲ ହୋଇପାରିବ, ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ସର୍କଲକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ଟିକସ ଦାଖଲ ଖିଲାପୀଙ୍କ ବିରୋଧରେ ୧,୨୯,୭୧୧ଟି ଜିଏସ୍‌ଟିଆର୍‌-୩ଏ ନୋଟିସ ଜାରି କରାଯାଇଥିବା ବେଳେ ଜିଏସ୍‌ଟି ଆଇନର ଧାରା ୬୨ ଅଧୀନରେ ୧୯,୨୬୮ଟି ଆସେସ୍‌ମେଣ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri