ଚର୍ଚ୍ଚାରେ ଦିଶା

ମୁମ୍ବାଇ: ବଲିଉଡ୍ ନାୟିକା ଦିଶା ପାଟନୀ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ବୋଲ୍ଡ ଫଟୋ ଶୁଟ୍‌କୁ ନେଇ । ହେଲେ ଏଥର ସେ ଚର୍ଚ୍ଚାକୁ ଆସିଛନ୍ତି ନିଜ ପୁରୁଷ ବନ୍ଧୁ ଟାଇଗର ଶ୍ରଫଙ୍କ ପାଇଁ । ବଲିଉଡ୍ ଅଭିନେତା ଭାବେ ଟାଇଗରଙ୍କର ରହିଛନ୍ତି ବହୁ ପ୍ରଶଂସକ । ଇନଷ୍ଟାଗ୍ରାମରେ ଟାଇଗରଙ୍କର ପ୍ରାୟ ୨ କୋଟି ୮୦ ଲକ୍ଷ ଫଲୋୟର୍ସ ରହିଥିବା ବେଳେ ଟାଇଗର ବି ସବୁବେଳେ କିଛି ନା କିଛି ଫଟୋ ଓ ଭିଡିଓ ଶେୟାର କରି ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । ନିକଟରେ ସେ ଏକ ପିଙ୍କ ସର୍ଟସ ପିନ୍ଧିଥିବାର ଫଟୋ ଶେୟାର କରିଥିଲେ । ଯାହାକୁ ତାଙ୍କ ଫ୍ୟାନମାନେ ବହୁତ ପସନ୍ଦ କରିଥିଲେ । କାରଣ ଏଥିରେ ତାଙ୍କ ବଡି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ହେଲେ ଏହି ଫଟୋକୁ ଦେଖି ଦିଶା ଏହାକୁ ବ୍ରୋ ଜୋନରେ ପକାଇ ଦେଇଥିଲେ । ଅର୍ଥାତ୍ ଏହି ଫଟୋରେ କମେଣ୍ଟ ଦେବାକୁ ଯାଇ ଦିଶା ଲଖିଥିଲେ ୟୋ ବ୍ରୋ ୟେ କୁଛ କ୍ୟୁଟ ସର୍ଟସ୍ । ଏହାକୁ ଦେଖିବା ପରେ ୟୁଜର୍ସ ଦିଶାଙ୍କ ଟିପ୍ପଣି ଉପରେ ମଜାଦାର କମେଣ୍ଟ ଦେଇଛନ୍ତି । ଜଣେ ଲେଖିଛନ୍ତି ଦିଶା ପାଟନୀ ଭାଇଙ୍କୁ ଭାଇ ଡାକ । ଅନ୍ୟ ଜଣେ କାନ୍ଦୁଥିବା ଇମୋଜି ଶେୟାର କରିଛନ୍ତି ଆଉ ଲେଖିଛନ୍ତି ଦୁଖଭି ଜିନ୍ଦେଗୀ ହେ ଭାଇ । ସୂଚନାଯୋଗ୍ୟ, ଟାଇଗର-ଦିଶା ସେମାନଙ୍କ ରିଲେଶନସିପକୁ ନେଇ ସବୁବେଳେ ଚର୍ଚ୍ଚାକୁ ଆସୁଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଏମାନେ ରିଲେସନଶିପରେ ଅଛନ୍ତି କି ନା ସେମାନେ ତାହା ସ୍ପଷ୍ଟ କରୁ ନାହାନ୍ତି । ତେବେ ଟାଇଗରଙ୍କ ଏହି ଫଟୋକୁ ୧୭ ଘଣ୍ଟାରେ ପାଖାପାଖି ୧୨ ଲକ୍ଷ ଲାଇକ୍ସ ମିଳିସାରିଛି ।

Share