ଟାଇଗରଙ୍କ ଗୀତରେ ଭାଇରାଲ ହେଲା ଦିଶାଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ୍ ନାୟିକା ଦିଶା ପାଟନିଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଟାଇଗର ଶ୍ରଫଙ୍କ ନୂଆ ଗୀତ ‘କୋଶନୋଭା’ରେ ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଦର୍ଶକଙ୍କୁ ଦିଶାଙ୍କ ଏହି ଅନ୍ଦାଜ ବେଶ୍ ପସନ୍ଦ ଆସିଛି । ‘କୋଶନୋଭା’ରେ ଟାଇଗରଙ୍କ ଡ୍ୟାନ୍ସି ଅବତାର ଦେଖିବାକୁ ମିଳିଛି । ଟାଇଗର ଜଣେ ଭଲ ଡ୍ୟାନ୍ସର ବୋଲି ସମସ୍ତଙ୍କୁ ଜଣା । ଏଥର ପୁଣି ଏକ ନୂଆ ଗୀତରେ ତାଙ୍କର ଡ୍ୟାନ୍ସ ମୁଭ୍‌ସ ପୁଣିଥରେ ପ୍ରମାଣ କରିଛି ଯେ ସେ ଅଫ୍‌ବିଟ୍ ଗୀତରେ ଦର୍ଶକଙ୍କୁ ଆକର୍ଷଣ କରୁଛନ୍ତି । ତେବେ ଗୀତଟି ବାଜିବା ଆରମ୍ଭ ହେବା ମାତ୍ରେ ଦର୍ଶକେ ବି ଝୁମି ଉଠୁଥିବା ଦେଖାଯାଇଛି । ଏବେ ଦିଶା ତାଙ୍କ ବୋଷ୍ଟ ଅପଡେଟେଡ୍ ମୁଭି ‘ରାଧେ ଔର ୱାଣ୍ଟେଡ ଭାଇ’କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏଥିରେ ସେ ବଲିଉଡ୍ ଭାଇଜାନ ସଲମାନଙ୍କ ସହ ନଜର ଆସିବେ । ଏହାସହ ଏଥିରେ ଟାଇଗରଙ୍କ ପିତା ଜ୍ୟାକି ଶ୍ରଫ ବି ଦିଶାଙ୍କ ବଡ ଭାଇ ଭୂମିକାରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି ।

Share