ଦୀର୍ଘସ୍ଥାୟୀ ଲକ୍ଷଣର ରୋଗ

ମନୁଷ୍ୟର ଶରୀର ଓ ମନ ପରସ୍ପର ସହିତ ଅତ୍ୟନ୍ତ ନିବିଡ଼ ଭାବେ ଜଡ଼ିତ। ସୁସ୍ଥ ଜୀବନ ନିମନ୍ତେ ଉଭୟ ମନ ଓ ଶରୀର ମଧ୍ୟରେ ଠିକ୍‌ ସମନ୍ବୟ ରହିବା ଜରୁରୀ । ଯେତେବେଳେ ଏହି ସମନ୍ବୟରେ କୌଣସି ଅସୁବିଧା ଦେଖାଦିଏ, ସେତେବେଳେ ବିନା ଶାରୀରିକ ରୋଗରେ ମଧ୍ୟ ଶାରୀରିକ ଲକ୍ଷଣମାନ ଦେଖାଯାଇଥାଏ, ଯାହାକୁ ସୋମାଟୋଫର୍ମ ରୋଗ ବୋଲି କୁହାଯାଏ। ଏହା ଏକ ପ୍ରକାର ମାନସିକ ରୋଗ। ସୋମାଟୋଫର୍ମ ଶବ୍ଦ ଗ୍ରୀକ୍‌ ଶବ୍ଦ ସୋମାରୁ ଆସିଛି, ଯାହାର ଅର୍ଥ ଶରୀର। ଏହି ରୋଗରେ ଦୀର୍ଘ ଦିନ (ବର୍ଷ ବର୍ଷ) ପର୍ଯ୍ୟନ୍ତ ବିଭିନ୍ନ ଶାରୀରିକ ଲକ୍ଷଣ ଲାଗି ରହିଥାଏ। ଏଥିରେ ବ୍ୟକ୍ତିର ମନରେ ସର୍ବଦା ନିଜ ଶରୀର ନେଇ ଚିନ୍ତା ଲାଗି ରହିଥାଏ। ଏ ରୋଗ ସମ୍ବନ୍ଧରେ ଲୋକଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ରହିଛି। ଲୋକମାନେ ଏହାକୁ ଏକ ମାନସିକ ସମସ୍ୟା ବୋଲି ମାନିବାକୁ ସହଜରେ ରାଜି ହୁଅନ୍ତି ନାହିଁ।
ସୋମାଟୋଫର୍ମ ରୋଗର ଲକ୍ଷଣ ସାଧାରଣତଃ ୩୦ ବର୍ଷ ବୟସରୁ ଧୀରେ ଧୀରେ ଆରମ୍ଭ ହୋଇଥାଏ। ନାନାପ୍ରକାର ଶାରୀରିକ ଲକ୍ଷଣ ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ। ଏଥିରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ। ଶାରୀରିକ ବ୍ୟଥା ଏହି ରୋଗର ଏକ ପ୍ରମୁଖ ଲକ୍ଷଣ। ହାତ ଗୋଡ଼ ବ୍ୟଥା, ପେଟ ବ୍ୟଥା, ଅଣ୍ଟାପିଠି ଦରଜ ହେବା, ବେକ ଓ କାନ୍ଧ ବିନ୍ଧା ଓ ଦରଜ ହେବା, ମୁଣ୍ଡ ବିନ୍ଧା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହେ। ପେଟ ଜନିତ ସମସ୍ୟା ଯେମିତିକି ପେଟରେ ଗ୍ୟାସ ହେବା, ପେଟ ଫୁଲିବା, ପତଳା ଝାଡ଼ା ହେବା, ବାନ୍ତି ହେବା, ବଦହଜମି ହେବା, ଅଧିକ ଦିନ ପର୍ଯ୍ୟନ୍ତ କୋଷ୍ଠକାଠିନ୍ୟ ଲାଗି ରହିବା ଆଦି ଦେଖାଯାଇଥାଏ। କେତେକ ବ୍ୟକ୍ତିଙ୍କଠାରେ ସ୍ନାୟୁଜନିତ ସମସ୍ୟା ଯଥା ଚଲାବୁଲା କରିବାରେ ଅସୁବିଧା ହେବା, କୌଣସି ଅଙ୍ଗପ୍ରତ୍ୟଙ୍ଗ ଚଳପ୍ରଚଳରେ ଅସୁବିଧା ହେବା, ମୁଣ୍ଡ ବୁଲାଇବା, ହାତ ଗୋଡ଼ ଝିମ୍‌ ଝିମ୍‌ ହେବା ସମସ୍ୟା ଆଦି ଦେଖାଯାଇଥାଏ। ଅନେକ ରୋଗୀଙ୍କଠାରେ ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଯଥା ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା କରିବାରେ ଅସୁବିଧା ଲାଗିବା ଆଦି ଦେଖାଯାଇଥାଏ। ରୋଗୀକୁ କମ୍‌ କାମରେ ଅଧିକ ହାଲିଆ ଲାଗିଥାଏ। କେତେକ ରୋଗୀ ଅଜବ ପ୍ରକାରର ଲକ୍ଷଣମାନ କହିଥାନ୍ତି। ଯେମିତିକି ପେଟରୁ ଗ୍ୟାସ ମୁଣ୍ଡକୁ ଚଢ଼ିଯାଉଛି, କେତେବେଳେ ଦେହ ଅତ୍ୟଧିକ ଥଣ୍ଡା ଲାଗୁଛି ତ କେତେବେଳେ ଗରମ ଲାଗୁଛି, ମୁଣ୍ଡ ଏବଂ ଦେହ ଜଳାପୋଡ଼ା ହେଉଛି ବୋଲି ବାରମ୍ବାର ଡାକ୍ତରଙ୍କୁ କହିଥାନ୍ତି। ଏସବୁ ସମସ୍ୟା ଯୋଗୁ ରୋଗୀର ସାମାଜିକ, ପାରିବାରିକ ଓ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପଡ଼ିଥାଏ। ଯେତେବେଳେ କୌଣସି କାରଣରୁ ବ୍ୟକ୍ତି ଉପରେ ମାନସିକ ଚାପ ପଡ଼େ କିମ୍ବା ସେ ଅଧିକ ଭାବପ୍ରବଣ ହୋଇଉଠେ ସେତେବେଳେ ସୋମାଟୋଫର୍ମ ରୋଗର ଲକ୍ଷଣ ବଢ଼ିଯାଇଥାଏ।
ରୋଗୀ ଏସବୁ ସମସ୍ୟା ଯୋଗୁ ଅତ୍ୟଧିକ ବ୍ୟସ୍ତ ହୋଇପଡ଼ିଥାଏ। ଛୋଟ ଛୋଟ ଶାରୀରିକ ଲକ୍ଷଣକୁ ଗମ୍ଭୀର ରୋଗ ବୋଲି ମନେ ମନେ ଭାବି ଚିନ୍ତିତ ହୋଇପଡ଼େ। ରୋଗୀ ଶରୀରର ନାନା ପ୍ରକାରର ପରୀକ୍ଷା ନିରୀକ୍ଷା ଯଥା ମସ୍ତିଷ୍କର ସିଟି ସ୍କାନ, ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି, ଏକ୍ସ-ରେ, ବିଭିନ୍ନ ରକ୍ତ ପରୀକ୍ଷା ବାରମ୍ବାର କରାଇଥାଏ। ମାତ୍ର ସମସ୍ତ ପରୀକ୍ଷା ନିରୀକ୍ଷା ପ୍ରାୟତଃ ଠିକ୍‌ ଥାଏ। ସମସ୍ତ ପ୍ରକାରର ଅନୁସନ୍ଧାନ ପରେ ମଧ୍ୟ ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ କାରଣ ମିଳି ନ ଥାଏ। ଡାକ୍ତରଙ୍କ ସାନ୍ତ୍ୱନା ପରେ ମଧ୍ୟ ରୋଗୀ ଆଶ୍ବସ୍ତି ଲାଭ କରି ନ ଥାଏ। ସେ ବାରମ୍ବାର ଗୋଟେ ପରେ ଗୋଟେ ଡାକ୍ତର ବଦଳାଇ ଚାଲିଥାଏ ଏବଂ ଅନେକ ପ୍ରକାରର ଅଯଥା ପରୀକ୍ଷା ନିରୀକ୍ଷା କରାଇ ବହୁ ଖର୍ଚ୍ଚାନ୍ତ ହୋଇଥାଏ। ମାତ୍ର ଏସବୁ ସତ୍ତ୍ୱେ ରୋଗର ଉପଶମ ମିଳି ନ ଥାଏ। ଅନେକ ରୋଗୀ ନିଜ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ମୁଖ୍ୟତଃ ମଦ ଓ ସିଗାରେଟ ସେବନ କରିଥାନ୍ତି, ଯାହା ଫଳରେ ରୋଗର ଲକ୍ଷଣ ଓଲଟା ଆହୁରି ବଢ଼ି ଯାଇଥାଏ। ଦୀର୍ଘ ଦିନ ପର୍ଯ୍ୟନ୍ତ ସୋମାଟୋଫର୍ମ ରୋଗ ଲାଗି ରହିଲେ ଅନିଦ୍ରା, ଅବସାଦ ବା ଡିପ୍ରେସନ ଏବଂ ଆଙ୍ଗ୍‌ଜାଇଟି ରୋଗ ଆଦି ଆରମ୍ଭ ହୋଇପାରେ। ଏହି ରୋଗ ଚିହ୍ନଟ ହେବାରେ ସାଧାରଣତଃ ବହୁତ ବିଳମ୍ବ ହୋଇଥାଏ ଏବଂ ଡେରିରେ ଚିକିତ୍ସା ଆରମ୍ଭ କଲେ ରୋଗ ଠିକ୍‌ ହେବାରେ ଅଧିକ ସମୟ ଲାଗିଥାଏ। ଏ ରୋଗରେ ମସ୍ତିଷ୍କରେ କେତେକ ନିର୍ଦ୍ଦିଷ୍ଟ ନ୍ୟୁରୋଟ୍ରାନ୍ସମିଟରର ମାତ୍ରାରେ ପରିବର୍ତ୍ତନ ଦେଖାଯାଇଥାଏ। କେତେକ ବ୍ୟକ୍ତିଙ୍କଠାରେ କୌଣସି କାରଣରୁ ମାନସିକ ଚାପ ପଡ଼ିଲେ ସୋମାଟୋଫର୍ମ ରୋଗ ଆରମ୍ଭ ହୋଇ ପାରେ।
ସୋମାଟୋଫର୍ମ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବୁଝିବାକୁ ହେବ ଯେ, ଏହି ରୋଗର ଲକ୍ଷଣ ଶାରୀରିକ ହେଲେ ମଧ୍ୟ ଏହାର କାରଣ ମାନସିକ ଅଟେ। ତେଣୁ ମାନସିକ ରୋଗ ବିଶେଷଜ୍ଞଙ୍କ ତୁରନ୍ତ ପରାମର୍ଶ କରିବା ଜରୁରୀ । ରୋଗୀମାନେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ପାଇଁ ସାଧାରଣତଃ କୁଣ୍ଠାବୋଧ କରନ୍ତି। ମାତ୍ର ଧୈର୍ଯ୍ୟ ଧରି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇଲେ ଦୀର୍ଘ ଦିନର ଙ୍‌ୁ ସମସ୍ୟାରେ ଖୁବ୍‌ ଶୀଘ୍ର ସୁଧାର ଦେଖାଯାଇଥାଏ। ଏଥି ନିମନ୍ତେ ନିର୍ଦ୍ଦିଷ୍ଟ ଔଷଧ ଏବଂ ମନସ୍ତାତ୍ତ୍ୱିକ ଚିକିତ୍ସା (କାଉନସେଲିଙ୍ଗ) ଉଭୟ ଦରକାର ପଡ଼ିଥାଏ। କଗନିଟିଭ ବିହେଭିରାଲ ଥେରାପି (ସିବିଟି) ନାମକ ମନସ୍ତାତ୍ତ୍ୱିକ ଚିକିତ୍ସା ପଦ୍ଧତି ଏହି ରୋଗ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିସହିତ ଜୀବନଶୈଳୀରେ ଠିକ୍‌ ପରିବର୍ତ୍ତନ ଓ ମାନସିକ ଚାପର ଉପଯୁକ୍ତ ମୁକାବିଲା ନିମନ୍ତେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ନିୟମିତ ଶାରୀରିକ ବ୍ୟାୟାମ ଓ ଯୋଗ ଅଭ୍ୟାସ କରିବା, ସୁଷମ ଖାଦ୍ୟ ଖାଇବା ଓ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ। ରୋଗୀମାନେ ନିଜ ଦେହ ବିଷୟରେ କମ୍‌ ଚିନ୍ତା କରି ନିଜକୁ ସର୍ବଦା କାର୍ଯ୍ୟ ବ୍ୟସ୍ତ ରଖିବା ଉଚିତ। ଏଥିସହିତ ଡାକ୍ତରଙ୍କ ସହ ନିୟମିତ ବ୍ୟବଧାନରେ ପରାମର୍ଶ କରିବା ଅତ୍ୟନ୍ତ ଜରୁରୀ ଅଟେ।
କଟକ , ମୋ- ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri