ଦୀର୍ଘସ୍ଥାୟୀ ଲକ୍ଷଣର ରୋଗ

ମନୁଷ୍ୟର ଶରୀର ଓ ମନ ପରସ୍ପର ସହିତ ଅତ୍ୟନ୍ତ ନିବିଡ଼ ଭାବେ ଜଡ଼ିତ। ସୁସ୍ଥ ଜୀବନ ନିମନ୍ତେ ଉଭୟ ମନ ଓ ଶରୀର ମଧ୍ୟରେ ଠିକ୍‌ ସମନ୍ବୟ ରହିବା ଜରୁରୀ । ଯେତେବେଳେ ଏହି ସମନ୍ବୟରେ କୌଣସି ଅସୁବିଧା ଦେଖାଦିଏ, ସେତେବେଳେ ବିନା ଶାରୀରିକ ରୋଗରେ ମଧ୍ୟ ଶାରୀରିକ ଲକ୍ଷଣମାନ ଦେଖାଯାଇଥାଏ, ଯାହାକୁ ସୋମାଟୋଫର୍ମ ରୋଗ ବୋଲି କୁହାଯାଏ। ଏହା ଏକ ପ୍ରକାର ମାନସିକ ରୋଗ। ସୋମାଟୋଫର୍ମ ଶବ୍ଦ ଗ୍ରୀକ୍‌ ଶବ୍ଦ ସୋମାରୁ ଆସିଛି, ଯାହାର ଅର୍ଥ ଶରୀର। ଏହି ରୋଗରେ ଦୀର୍ଘ ଦିନ (ବର୍ଷ ବର୍ଷ) ପର୍ଯ୍ୟନ୍ତ ବିଭିନ୍ନ ଶାରୀରିକ ଲକ୍ଷଣ ଲାଗି ରହିଥାଏ। ଏଥିରେ ବ୍ୟକ୍ତିର ମନରେ ସର୍ବଦା ନିଜ ଶରୀର ନେଇ ଚିନ୍ତା ଲାଗି ରହିଥାଏ। ଏ ରୋଗ ସମ୍ବନ୍ଧରେ ଲୋକଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ରହିଛି। ଲୋକମାନେ ଏହାକୁ ଏକ ମାନସିକ ସମସ୍ୟା ବୋଲି ମାନିବାକୁ ସହଜରେ ରାଜି ହୁଅନ୍ତି ନାହିଁ।
ସୋମାଟୋଫର୍ମ ରୋଗର ଲକ୍ଷଣ ସାଧାରଣତଃ ୩୦ ବର୍ଷ ବୟସରୁ ଧୀରେ ଧୀରେ ଆରମ୍ଭ ହୋଇଥାଏ। ନାନାପ୍ରକାର ଶାରୀରିକ ଲକ୍ଷଣ ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ। ଏଥିରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ। ଶାରୀରିକ ବ୍ୟଥା ଏହି ରୋଗର ଏକ ପ୍ରମୁଖ ଲକ୍ଷଣ। ହାତ ଗୋଡ଼ ବ୍ୟଥା, ପେଟ ବ୍ୟଥା, ଅଣ୍ଟାପିଠି ଦରଜ ହେବା, ବେକ ଓ କାନ୍ଧ ବିନ୍ଧା ଓ ଦରଜ ହେବା, ମୁଣ୍ଡ ବିନ୍ଧା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହେ। ପେଟ ଜନିତ ସମସ୍ୟା ଯେମିତିକି ପେଟରେ ଗ୍ୟାସ ହେବା, ପେଟ ଫୁଲିବା, ପତଳା ଝାଡ଼ା ହେବା, ବାନ୍ତି ହେବା, ବଦହଜମି ହେବା, ଅଧିକ ଦିନ ପର୍ଯ୍ୟନ୍ତ କୋଷ୍ଠକାଠିନ୍ୟ ଲାଗି ରହିବା ଆଦି ଦେଖାଯାଇଥାଏ। କେତେକ ବ୍ୟକ୍ତିଙ୍କଠାରେ ସ୍ନାୟୁଜନିତ ସମସ୍ୟା ଯଥା ଚଲାବୁଲା କରିବାରେ ଅସୁବିଧା ହେବା, କୌଣସି ଅଙ୍ଗପ୍ରତ୍ୟଙ୍ଗ ଚଳପ୍ରଚଳରେ ଅସୁବିଧା ହେବା, ମୁଣ୍ଡ ବୁଲାଇବା, ହାତ ଗୋଡ଼ ଝିମ୍‌ ଝିମ୍‌ ହେବା ସମସ୍ୟା ଆଦି ଦେଖାଯାଇଥାଏ। ଅନେକ ରୋଗୀଙ୍କଠାରେ ପରିସ୍ରା ସମ୍ବନ୍ଧୀୟ ସମସ୍ୟା ଯଥା ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା କରିବାରେ ଅସୁବିଧା ଲାଗିବା ଆଦି ଦେଖାଯାଇଥାଏ। ରୋଗୀକୁ କମ୍‌ କାମରେ ଅଧିକ ହାଲିଆ ଲାଗିଥାଏ। କେତେକ ରୋଗୀ ଅଜବ ପ୍ରକାରର ଲକ୍ଷଣମାନ କହିଥାନ୍ତି। ଯେମିତିକି ପେଟରୁ ଗ୍ୟାସ ମୁଣ୍ଡକୁ ଚଢ଼ିଯାଉଛି, କେତେବେଳେ ଦେହ ଅତ୍ୟଧିକ ଥଣ୍ଡା ଲାଗୁଛି ତ କେତେବେଳେ ଗରମ ଲାଗୁଛି, ମୁଣ୍ଡ ଏବଂ ଦେହ ଜଳାପୋଡ଼ା ହେଉଛି ବୋଲି ବାରମ୍ବାର ଡାକ୍ତରଙ୍କୁ କହିଥାନ୍ତି। ଏସବୁ ସମସ୍ୟା ଯୋଗୁ ରୋଗୀର ସାମାଜିକ, ପାରିବାରିକ ଓ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପଡ଼ିଥାଏ। ଯେତେବେଳେ କୌଣସି କାରଣରୁ ବ୍ୟକ୍ତି ଉପରେ ମାନସିକ ଚାପ ପଡ଼େ କିମ୍ବା ସେ ଅଧିକ ଭାବପ୍ରବଣ ହୋଇଉଠେ ସେତେବେଳେ ସୋମାଟୋଫର୍ମ ରୋଗର ଲକ୍ଷଣ ବଢ଼ିଯାଇଥାଏ।
ରୋଗୀ ଏସବୁ ସମସ୍ୟା ଯୋଗୁ ଅତ୍ୟଧିକ ବ୍ୟସ୍ତ ହୋଇପଡ଼ିଥାଏ। ଛୋଟ ଛୋଟ ଶାରୀରିକ ଲକ୍ଷଣକୁ ଗମ୍ଭୀର ରୋଗ ବୋଲି ମନେ ମନେ ଭାବି ଚିନ୍ତିତ ହୋଇପଡ଼େ। ରୋଗୀ ଶରୀରର ନାନା ପ୍ରକାରର ପରୀକ୍ଷା ନିରୀକ୍ଷା ଯଥା ମସ୍ତିଷ୍କର ସିଟି ସ୍କାନ, ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି, ଏକ୍ସ-ରେ, ବିଭିନ୍ନ ରକ୍ତ ପରୀକ୍ଷା ବାରମ୍ବାର କରାଇଥାଏ। ମାତ୍ର ସମସ୍ତ ପରୀକ୍ଷା ନିରୀକ୍ଷା ପ୍ରାୟତଃ ଠିକ୍‌ ଥାଏ। ସମସ୍ତ ପ୍ରକାରର ଅନୁସନ୍ଧାନ ପରେ ମଧ୍ୟ ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ କାରଣ ମିଳି ନ ଥାଏ। ଡାକ୍ତରଙ୍କ ସାନ୍ତ୍ୱନା ପରେ ମଧ୍ୟ ରୋଗୀ ଆଶ୍ବସ୍ତି ଲାଭ କରି ନ ଥାଏ। ସେ ବାରମ୍ବାର ଗୋଟେ ପରେ ଗୋଟେ ଡାକ୍ତର ବଦଳାଇ ଚାଲିଥାଏ ଏବଂ ଅନେକ ପ୍ରକାରର ଅଯଥା ପରୀକ୍ଷା ନିରୀକ୍ଷା କରାଇ ବହୁ ଖର୍ଚ୍ଚାନ୍ତ ହୋଇଥାଏ। ମାତ୍ର ଏସବୁ ସତ୍ତ୍ୱେ ରୋଗର ଉପଶମ ମିଳି ନ ଥାଏ। ଅନେକ ରୋଗୀ ନିଜ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ମୁଖ୍ୟତଃ ମଦ ଓ ସିଗାରେଟ ସେବନ କରିଥାନ୍ତି, ଯାହା ଫଳରେ ରୋଗର ଲକ୍ଷଣ ଓଲଟା ଆହୁରି ବଢ଼ି ଯାଇଥାଏ। ଦୀର୍ଘ ଦିନ ପର୍ଯ୍ୟନ୍ତ ସୋମାଟୋଫର୍ମ ରୋଗ ଲାଗି ରହିଲେ ଅନିଦ୍ରା, ଅବସାଦ ବା ଡିପ୍ରେସନ ଏବଂ ଆଙ୍ଗ୍‌ଜାଇଟି ରୋଗ ଆଦି ଆରମ୍ଭ ହୋଇପାରେ। ଏହି ରୋଗ ଚିହ୍ନଟ ହେବାରେ ସାଧାରଣତଃ ବହୁତ ବିଳମ୍ବ ହୋଇଥାଏ ଏବଂ ଡେରିରେ ଚିକିତ୍ସା ଆରମ୍ଭ କଲେ ରୋଗ ଠିକ୍‌ ହେବାରେ ଅଧିକ ସମୟ ଲାଗିଥାଏ। ଏ ରୋଗରେ ମସ୍ତିଷ୍କରେ କେତେକ ନିର୍ଦ୍ଦିଷ୍ଟ ନ୍ୟୁରୋଟ୍ରାନ୍ସମିଟରର ମାତ୍ରାରେ ପରିବର୍ତ୍ତନ ଦେଖାଯାଇଥାଏ। କେତେକ ବ୍ୟକ୍ତିଙ୍କଠାରେ କୌଣସି କାରଣରୁ ମାନସିକ ଚାପ ପଡ଼ିଲେ ସୋମାଟୋଫର୍ମ ରୋଗ ଆରମ୍ଭ ହୋଇ ପାରେ।
ସୋମାଟୋଫର୍ମ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବୁଝିବାକୁ ହେବ ଯେ, ଏହି ରୋଗର ଲକ୍ଷଣ ଶାରୀରିକ ହେଲେ ମଧ୍ୟ ଏହାର କାରଣ ମାନସିକ ଅଟେ। ତେଣୁ ମାନସିକ ରୋଗ ବିଶେଷଜ୍ଞଙ୍କ ତୁରନ୍ତ ପରାମର୍ଶ କରିବା ଜରୁରୀ । ରୋଗୀମାନେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ପାଇଁ ସାଧାରଣତଃ କୁଣ୍ଠାବୋଧ କରନ୍ତି। ମାତ୍ର ଧୈର୍ଯ୍ୟ ଧରି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରାଇଲେ ଦୀର୍ଘ ଦିନର ଙ୍‌ୁ ସମସ୍ୟାରେ ଖୁବ୍‌ ଶୀଘ୍ର ସୁଧାର ଦେଖାଯାଇଥାଏ। ଏଥି ନିମନ୍ତେ ନିର୍ଦ୍ଦିଷ୍ଟ ଔଷଧ ଏବଂ ମନସ୍ତାତ୍ତ୍ୱିକ ଚିକିତ୍ସା (କାଉନସେଲିଙ୍ଗ) ଉଭୟ ଦରକାର ପଡ଼ିଥାଏ। କଗନିଟିଭ ବିହେଭିରାଲ ଥେରାପି (ସିବିଟି) ନାମକ ମନସ୍ତାତ୍ତ୍ୱିକ ଚିକିତ୍ସା ପଦ୍ଧତି ଏହି ରୋଗ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିସହିତ ଜୀବନଶୈଳୀରେ ଠିକ୍‌ ପରିବର୍ତ୍ତନ ଓ ମାନସିକ ଚାପର ଉପଯୁକ୍ତ ମୁକାବିଲା ନିମନ୍ତେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ନିୟମିତ ଶାରୀରିକ ବ୍ୟାୟାମ ଓ ଯୋଗ ଅଭ୍ୟାସ କରିବା, ସୁଷମ ଖାଦ୍ୟ ଖାଇବା ଓ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଉଚିତ। ରୋଗୀମାନେ ନିଜ ଦେହ ବିଷୟରେ କମ୍‌ ଚିନ୍ତା କରି ନିଜକୁ ସର୍ବଦା କାର୍ଯ୍ୟ ବ୍ୟସ୍ତ ରଖିବା ଉଚିତ। ଏଥିସହିତ ଡାକ୍ତରଙ୍କ ସହ ନିୟମିତ ବ୍ୟବଧାନରେ ପରାମର୍ଶ କରିବା ଅତ୍ୟନ୍ତ ଜରୁରୀ ଅଟେ।
କଟକ , ମୋ- ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri