ରୁଷିଆ ଉପରେ ୟୁକ୍ରେନ୍‌ ଆକ୍ରମଣ ନେଇ ଚର୍ଚ୍ଚା, ଏଞ୍ଜେଲ୍ସ ଏୟାରବେସ ଉପରେ ବୋମା ମାଡ଼…

ମସ୍କୋ/କିଭ୍‌,୨୬।୧୨ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ଏବେ ନୂଆ ମୋଡ଼ ଆସିଛି। ଆକ୍ରମଣର ସମ୍ମୁଖୀନ ହୋଇଥିବା ୟୁକ୍ରେନ ବର୍ତ୍ତମାନ ଯୁଦ୍ଧର ଗତି ବଦଳାଇ ରୁଷିଆର କେତେକ ଅଞ୍ଚଳରେ ଆକ୍ରମଣ ଆରମ୍ଭ କରିଛି। ସଦ୍ୟତମ ମାମଲା ରୁଷିଆର ଏଞ୍ଜେଲ୍ସ ଏୟାରବେସ ଉପରେସୋମବାର ସକାଳେ ଦୁଇଟି ବଡ ବିସ୍ଫୋରଣ ଘଟିଛି। ଏହି ଆକ୍ରମଣ ୟୁକ୍ରେନ ପକ୍ଷରୁ ହୋଇଛି ବୋଲି ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଯଦି ଏଭଳି ହୋଇଥାଏ ତେବେ ଏହା ରୁଷିଆ ପାଇଁ ଚିନ୍ତାର ବିଷୟ ହେବ। କାରଣ ଏଞ୍ଜେଲ୍ସ ଏୟାରବେସ ରୁଷିଆ-ୟୁକ୍ରେନ ସୀମାଠାରୁ ପ୍ରାୟ ୬୦୦ କିଲୋମିଟର ଦୂରରେ ଅବସ୍ଥିତ ।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ୟୁକ୍ରେନ ଏବଂ ରୁଷିଆର ଗଣମାଧ୍ୟମ ଏହି ବିସ୍ଫୋରଣ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛନ୍ତି। ଏୟାରବେସରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ ବିସ୍ଫୋରଣର କିଛି ସମୟ ପୂର୍ବରୁ ଏୟାର ସାଇରନ ଶବ୍ଦ ଶୁଣା ଯାଇଥିଲା।

କୂଟନୈତିକ ଦୃଷ୍ଟିରୁ ରୁଷ ପାଇଁ ଏଞ୍ଜେଲ୍ସ ଏୟାରବେସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରୁଷିାର ସାରାଟୋଭ ସହର ନିକଟରେ। ରୁଷିଆର ରାଜଧାନୀ ମସ୍କୋଠାରୁ ଏହାର ଦୂରତା ୭୩୦ କିଲୋମିଟର। ଡିସେମ୍ବର ୫ ରେ ମଧ୍ୟ ଏହି ଏୟାରବେସରେ ୟୁକ୍ରେନ ଡ୍ରୋନ ଆକ୍ରମଣ ହେବାର ଖବର ଆସିଥିଲା। ରୁଷିା କିମ୍ବା ୟୁକ୍ରେନ ଏହାକୁ ନେଇ ସେତେବେଳେ କୌଣସି ମନ୍ତବ୍ୟ ପ୍ରଦାନ କରି ନ ଥିଲେ।

ତେବେ ବର୍ତ୍ତମାନ ଏହି ଏୟାରବେସ ଉପରେ ଆଉ ଏକ ଆକ୍ରମଣ ରୁଷିଆର ସାମରିକ ଭାବମୂର୍ତ୍ତିକୁ ବ୍ୟାପକ କ୍ଷତି ପହଞ୍ଚାଇପାରେ। ବିଶ୍ଳେଷକମାନେ କହିଛନ୍ତି ଯେ ଯଦି ଏହି ଆକ୍ରମଣ ୟୁକ୍ରେନରୁ କରାଯାଇଛି, ତେବେ ଏହା ରୁଷିଆର ବାୟୁ ପ୍ରତିରକ୍ଷାର ଏକ ପ୍ରମୁଖ ବିଫଳତା ଭାବରେ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri