Posted inଜାତୀୟ

ଥିଏଟର କମାଣ୍ଡ ଗଠନ ନେଇ ପୁଣି ଚର୍ଚ୍ଚା, ଶତ୍ରୁକୁ ମିଳିବ କଡ଼ା ଜବାବ…

ନୂଆଦିଲ୍ଲୀ,୨୦।୭ : ସମସ୍ତ ପ୍ରତିରକ୍ଷା ଆହ୍ବାନକୁ ଦୃଷ୍ଟିରେ ରଖି ଭାରତୀୟ ସେନାର ତିନୋଟି ୟୁନିଟ ମିଶ୍ରଣ କରି ଥିଏଟର କମାଣ୍ଡ ଗଠନ ପାଇଁ ବହୁ ପ୍ରତୀକ୍ଷିତ ପ୍ରସ୍ତାବ ଉପରେ ଆଲୋଚନା ପୁଣି ଆରମ୍ଭ ହୋଇଛି। ଗତ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ପରେ ସେନାର ଏହି ମଡେଲର ଉଦ୍ୟମରେ ବାଧା ସୃଷ୍ଟି ହୋଇଥିଲା। ଏବେ ପୁଣି ଥରେ ଏହା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଥିଏଟର କମାଣ୍ଡ ଗଠନ ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ସେନାରେ ମତଭେଦ ସମାଧାନ ହେଉନାହିଁ। ଏହି ମଡେଲ ବିଷୟରେ ଭାରତୀୟ ବାୟୁସେନା ଚିନ୍ତା କରୁଛି। ଏହା ଜଣାପଡ଼ିଛି ଯେ ମତଭେଦ ଏପର୍ଯ୍ୟନ୍ତ ଜାରି ରହିଛି। କୁହାଯାଉଛି ଯେ ଥିଏଟର କମାଣ୍ଡର ବର୍ତ୍ତମାନର ମଡେଲ ଉପରେ ବାୟୁସେନାର ଆପତ୍ତି ରହିଛି। ଏକୀକୃତ କମାଣ୍ଡ କିମ୍ବା ଥିଏଟର କମାଣ୍ଡ ଗଠନ ଉପରେ ସହମତିର ଅଭାବ ଭବିଷ୍ୟତରେ ଯୁଦ୍ଧ ପାଇଁ ଉତ୍ସଗୁଡିକର ଉପଯୁକ୍ତ ଉପଯୋଗକୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ସାମରିକ ସଂସ୍କାରରେ ବିଳମ୍ବ ହୋଇପାରେ।

ବାସ୍ତବରେ ବର୍ତ୍ତମାନ ଦେଶରେ ୧୭ଟି ପ୍ରତିରକ୍ଷା କମାଣ୍ଡ ଅଛି। ଏଗୁଡିକୁ ମିଶ୍ରଣ କରି ଚାରୋଟି ଥିଏଟର କମାଣ୍ଡ ତିଆରି କରାଯାଇପାରିବ। କମାଣ୍ଡ ଗଠନ ସହିତ, ସେନାର ସମଗ୍ର ଉତ୍ସଗୁଡିକର ସର୍ବୋତ୍ତମ ଏବଂ ଏକକାଳୀନ ବ୍ୟବହାର ନିଶ୍ଚିତ ହୋଇପାରିବ।

ଥିଏଟର କମାଣ୍ଡ ଗଠନକୁ ନେଇ ଗତ ସପ୍ତାହରେ ପୁଣି ଆଲୋଚନା ଆରମ୍ଭ ହୋଇଛି। ସମ୍ଭାବ୍ୟ ଆକାଶମାର୍ଗ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବାୟୁସେନା ପ୍ରମୁଖ ଏୟାର ଚିଫ୍‌ ମାର୍ଶଲ ବିବେକ ରାମ ଚୌଧୁରୀ ସଶସ୍ତ୍ର ବାହିନୀର ସମସ୍ତ ୟୁନିଟ ମଧ୍ୟରେ ଅଧିକ ସମନୱୟ ରକ୍ଷା କରିବାକୁ ସମର୍ଥନ କରିଛନ୍ତି। ବିଚାର କରାଯାଉଥିବା ମଡେଲ ସାମରିକ କାର୍ଯ୍ୟରେ ସମାନତା କିମ୍ବା ସମନ୍ବୟ ପାଇଁ ଚାରୋଟି ନୂତନ ୟୁନିଫାଏଡ କମାଣ୍ଡ ସୃଷ୍ଟି କରିବାକୁ ପ୍ରସ୍ତାବ ଦିଆଯାଇଛି। ଏଥିମଧ୍ୟରୁ ଦୁଇଟି ସ୍ଥଳସେନା କେନ୍ଦ୍ରୀତ ହେବ। ଗୋଟିଏ ବାୟୁସେନା ଏବଂ ଗୋଟିଏ ନୌସେନା କେନ୍ଦ୍ରୀତ ହେବ ବୋଲି କୁହାଯାଉଛି।

ବାୟୁସେନାର ୟୁନିଫାଏଡ କମାଣ୍ଡ ସମେତ ଅନ୍ୟ ଥିଏଟର କମାଣ୍ଡ ବିଷୟରେ ବାୟୁସେନାର ଚିନ୍ତା ନୂଆ ନୁହେଁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାୟୁସେନା ମୁଖ୍ୟ ଚୌଧୁରୀଙ୍କ ପୂର୍ବ ପ୍ରମୁଖମାନେ ମଧ୍ୟ ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେନାର ଥିଏଟର କମାଣ୍ଡ ଶତ୍ରୁ ଉପରେ ସଠିକ ଷ୍ଟ୍ରାଇକ କରିବାରେ ସାହାଯ୍ୟ କରିବା ସହିତ ଗଡ଼ା ଜବାବ ଦେବାକୁ ସକ୍ଷମ ବେହ। ଥିଏଟର କମାଣ୍ଡର ସବୁଠାରୁ ଉପଯୁକ୍ତ ବ୍ୟବହାର ଯୁଦ୍ଧ ସମୟରେ ହେବ। ଯେତେବେଳେ ତିନି ଶକ୍ତି ମଧ୍ୟରେ ସମନୱୟର ଆବଶ୍ୟକତା ରହିଥାଏ। ତିନି ସେନା ମଧ୍ୟରେ ସମନୱୟ ରକ୍ଷା କରିବା ପାଇଁ ଏହି ନିର୍ଦ୍ଦେଶ ବହୁତ ଉପଯୋଗୀ। ଏଠାରୁ ପ୍ରସ୍ତୁତ ରଣନୀତି ଅନୁଯାୟୀ, ସଠିକତା ସହିତ ଶତ୍ରୁକୁ ଧ୍ୱଂସ କରିବା ସହଜ ହୋଇଯାଇଥାଏ । ତେଣୁ ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡ ଗଠନ ପାଇଁ ସେନା, ବାୟୁସେନା ଏବଂ ନୌସେନାକୁ ଏକାଠି କରିବାର ନେଇ ଆଲୋଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ

ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...

Lionel Messi India Tour: ଭାରତ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଫୁଟବଲ କିମ୍ବଦନ୍ତୀ ମେସି

ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ଲିଓନେଲ ମେସି (GOAT Tour of India 2025), ସୋମବାର ଦିଲ୍ଲୀରେ ଅନେକ...

ଝିଅ ସୋଫିଆଙ୍କୁ ନେଇ ବାପା ମୋକିମ କହିଲେ ବିଧାୟିକା ଭାବେ ସେ…

ଭୁବନେଶ୍ୱର,୧୫ା୧୨: କଂଗ୍ରେସ ବିଧାୟିକା ତଥା ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ...

କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ, କହିଲେ ମୋ’ ବିଚାରଧାରାକୁ କେହି…

ଭୁବନେଶ୍ୱର,୧୫ା୧୨: କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ମୋ’ ଚିଠିକୁ ଗୁରୁତର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ...

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ରନ ଆଉଟ ହୋଇଥିବା ୫ ଜଣ ବ୍ୟାଟସମ୍ୟାନ: ଏହି ଭାରତୀୟ ଖେଳାଳି ୫୩ ଥର ହୋଇଛନ୍ତି ରନ ଆଉଟ

ନୂଆଦିଲ୍ଲୀ,୧୫।୧୨: ରନ ଆଉଟ ହେବା କ୍ରିକେଟର ସବୁଠାରୁ ହତାଶାଜନକ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ, ଏବଂ କେତେକ ସମୟରେ, ବ୍ୟାଟସମ୍ୟାନମାନେ ଗୋଟିଏ ବଲ ମଧ୍ୟ ନ ଖେଳି...

‘ସମସ୍ତେ ମୋ ପୁଅ ପରି ପୁଅ ଚାହିଁବେ’, ସିଡ଼ନୀ ଆକ୍ରମଣ ପରେ ଏମିତି କହିଲେ ଆତଙ୍କବାଦୀଙ୍କ ମା’

ସିଡ଼ନୀ,୧୫।୧୨: ଅଷ୍ଟ୍ରେଲିଆ ସିଡନୀର ବଣ୍ଡି ବିଚରେ ଏକ ଯିହୂଦୀ ଉତ୍ସବ ପାଇଁ ପ୍ରସ୍ତୁତି ସମୟରେ ଲୋକମାନଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ଅତି କମରେ ୧୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri