ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକଙ୍କ ଅବସ୍ଥା ନେଇ ଆଲୋଚନା

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ଅନୁବନ୍ଧିତ ଖେମୁଣ୍ଡି ବିଶକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଶିବରାମ ପ୍ରଧାନ ଲାଲ ପତାକା ଉତ୍ତୋଳନ କରିଥିଲେ। ସିପିଆଇ ଗଞ୍ଜାମ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର, ସିପିଆଇ(ଏମ) ଗଞ୍ଜାମ ଜିଲା କମିଟିର ପୂର୍ବତନ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ , ସଂଘର କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବୀ କୁରେଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇ ପଥପ୍ରାନ୍ତ ସଭାରେ କେନ୍ଦ୍ର ଓ ରାଜ୍ୟରେ ଶାସକ ଦଳ କିଭଳି ଶ୍ରମିକ ମାରଣ ନୀତି ପ୍ରଣୟନ କରି ଚାଲିଛନ୍ତି ସେ ସମ୍ପର୍କରେ ଉଦବୋଧନ ଦେବା ସହ ଶ୍ରମିକ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅବତାରଣା କରିଥିଲେ।

ଏହି ସଭାରେ ଓଡ଼ିଶା ରାଜ୍ୟ କୃଷକ ସଭାର ଗଞ୍ଜାମ ଜିଲା ସମ୍ପାଦକ ତଥା ଆଇନଜୀବୀ ପି. ଶିବଶଙ୍କର, ଭି. ସୁଦର୍ଶନ ରାଜୁ, କୈଳାସ ପ୍ରଧାନ, ଉପେନ୍ଦ୍ର ବେହେରା, କୈଳାସ ମହାରଣା, ବିଶ୍ୱନାଥ ମହାରଣା, ପ୍ରଫୁଲ୍ଲ ମହାରଣା, ଅଭିମନ୍ୟୁ ସେଠୀ, ସୁଦାମ ସେଠୀ, ଲୋକନାଥ ସେଠୀ, ସୁଦର୍ଶନ ସେଠୀ, କଂଗ୍ରେସ ସେଠୀଙ୍କ ସମେତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଓ ସିଆଇଟିୟୁର ବହୁସଂଖ୍ୟକ କାର୍ଯ୍ୟକର୍ତ୍ତା ଏବଂ ଶ୍ରମିକ ବୃନ୍ଦ ଉପସ୍ଥିତ ଥିଲେ।

ସେହିପରି ସ୍ଥାନୀୟ ଶ୍ରୀ ଚନ୍ଦ୍ରଚୂଡ଼େଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଖେମୁଣ୍ଡି ବିଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘ ପକ୍ଷରୁ ‘ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମଜୀବୀଙ୍କ ଅବସ୍ଥା’ ଶୀର୍ଷକ ଆଲୋଚନା ସଭାରେ ସଂଘର କାର୍ଯ୍ୟକାରୀ ସଭାପତି କୁରେଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ବାମପନ୍ଥୀ ବ୍ୟକ୍ତି କୈଳାସ ଷଡ଼ଙ୍ଗୀ, ଫର୍‌ଓ୍ବାର୍ଡ ବ୍ଲକ ଗଞ୍ଜାମ ଜିଲା କମିଟି ସଭାପତି ସଭାପତି ବିଭୂଧେନ୍ଦ୍ର ପାଢ଼ୀ, କବି ବୃନ୍ଦାବନ ପଣ୍ଡା, ପ୍ରାଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ, ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ।

କବି ପୀତବାସ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ପ୍ରଗତିଶୀଳ କବିତା ପାଠୋତ୍ସବରେ କବୟିତ୍ରୀ ସୁଜାତାରାଣୀ ଶତପଥୀ, ସରୋଜିନୀ ସାହୁ, କବି ପଦ୍ମଚରଣ ମେକାପ, ବୃନ୍ଦାବନ ପଣ୍ଡା, ସଞ୍ଜୟ କୁମାର ଷଡ଼ଙ୍ଗୀ, ବିଭୁଧେନ୍ଦ୍ର ପାଢ଼ୀ,ପୀତବାସ ତ୍ରିପାଠୀ, ମନୋଜ କୁମାର କୁଣ୍ଡ , ତ୍ରିପତୀ ପ୍ରଧାନ,ଦୁର୍ଗାମାଧବ ମହାରଣା ପ୍ରମୁଖ ବହୁ କବୟିତ୍ରୀ କବି ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ସାମାଜିକ କର୍ମୀ ସୁଶାନ୍ତ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Share