Categories: ଖେଳ

ଓଡ଼ିଶାରେ ଫୁଟବଲ ବିକାଶ ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ)ର ନୂଆ ସାଧାରଣ ସମ୍ପାଦକ ଶାଜି ପ୍ରଭାକରନ ଭୁବନେଶ୍ୱର ଆସିଛନ୍ତି। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ମଙ୍ଗଳବାର ତାଙ୍କୁ ସାକ୍ଷାତ କରିବା ସହ ଓଡ଼ିଶାରେ ଫୁଟବଲର ବିକାଶ ପାଇଁ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ଓଡ଼ିଶାରେ ଆୟୋଜନ ହେଉଥିବା ବିଭିନ୍ନ ଟୁର୍ନାମେଣ୍ଟ ଏବଂ ଅନ୍ୟ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

Share