ତିନୋଟି ସ୍ତରରେ ଭେଦଭାବ

୪ ଶତାବ୍ଦୀ ପୂର୍ବରୁ ରାଷ୍ଟ୍ରଦୂତ ସାର୍‌ ହେନେରୀ ୱାଟନ କୂଟନୀତିଜ୍ଞଙ୍କ ସଂଜ୍ଞା ନିରୂପଣ କରିଥିଲେ। ତାଙ୍କ ମତରେ କୂଟନୀତିଜ୍ଞ ହେଉଛନ୍ତି ଜଣେ ସଚ୍ଚୋଟ ଭଦ୍ରଲୋକ, ଯାହାଙ୍କୁ ନିଜ ଦେଶର ମଙ୍ଗଳ ପାଇଁ ବିଦେଶରେ ମିଛ କହିବା ପାଇଁ ପଠାଯାଇଥାଏ। ଆମ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସରକାରଙ୍କର ଜଣେ ଭଲ ମୁଖପାତ୍ର। ତେଣୁ ସେ ଯାହା କହୁଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ଦୃଷ୍ଟିକୋଣ ବୋଲି ବିବେଚନା କରାଯିବା ଉଚିତ ନୁହେଁ। ଆମ ଦେଶର ମଙ୍ଗଳ ପାଇଁ ତାଙ୍କୁ ବିଦେଶରେ ମିଛ କହିବାକୁ ପଠାଯାଇଛି। ଆଜିକାଲି ସେ ୱାଶିଂଟନରେ ରହି ଭାରତରେ ଘଟୁଥିବା ବଡ଼ ଘଟଣାଗୁଡ଼ିକ ଉପରେ ବିଶ୍ୱକୁ ସୂଚିତ କରୁଛନ୍ତି। ଥରେ ଏକ ସଭାରେ ତାଙ୍କୁ ଜଣେ ସାମ୍ବାଦିକ ବିଦେଶରେ ଭାଜପା ନେତାମାନେ ସାମ୍ନା କରୁଥିବା ଏକ ପ୍ରଶ୍ନ ବିଷୟରେ ପଚାରିଥିଲେ। ପ୍ରଶ୍ନଟି ହେଉଛି- ‘ଆପଣ ଅନ୍ୟ ଭାରତୀୟ, ବିଶେଷକରି ମୁସଲମାନମାନଙ୍କୁ କାହିଁକି ଟାର୍ଗେଟ କରୁଛନ୍ତି? ଜୟଶଙ୍କର କହିଥିଲେ, ”ମୋତେ ଆପଣ ଭେଦଭାବପୂର୍ଣ୍ଣ ବୋଲି ଯାହା ଦର୍ଶାଇବାକୁ ଚାହଁୁଛନ୍ତି ତାହାକୁ ମୁଁ ଅସ୍ବୀକାର କରେ“ ଏବଂ ଏହା ଏଏନ୍‌ଆଇ ନ୍ୟୁଜ୍‌ ଏଜେନ୍ସି ଦ୍ୱାରା ପ୍ରକାଶ ପାଇଥିଲା। ଏହା ଅତ୍ୟନ୍ତ ସ୍ପଷ୍ଟ ଏବଂ କାହାକୁ ଦେଖାଇବା କିମ୍ବା ବୁଝାଇବା ଆବଶ୍ୟକ ନାହିଁ। ତିିନୋଟି ସ୍ତରରେ ଭାଜପା ଭେଦଭାବ କରେ। ପ୍ରଥମଟି ହେଉଛି ଅନ୍ୟକୁ ବାଦ୍‌ ଦେଉଛି। ଇତିହାସରେ ପ୍ରଥମ ଥର ପାଇଁ ଆମର କୌଣସି ମୁସଲିମ କେନ୍ଦ୍ରମନ୍ତ୍ରୀ ନାହାନ୍ତି, କୌଣସି ମୁସଲମାନ ସାଂସଦ ନାହାନ୍ତି, ଭାରତର କୌଣସି ସ୍ଥାନରେ ଭାଜପାର କୌଣସି ମୁସଲମାନ ବିଧାୟକ ନାହାନ୍ତି। ଦ୍ୱିତୀୟରେ ଭାଜପା ଆଇନ ମାଧ୍ୟମରେ ସଂଖ୍ୟାଲଘୁଙ୍କୁ ଜାଣିଶୁଣି ହଇରାଣ କରୁଛି। ପ୍ରଧାନମନ୍ତ୍ରୀ ଗୋଲାପୀ ବିପ୍ଳବ ଘୋଷଣା କରିବା ପରେ ଭାରତରେ ବିଫ୍‌ ଲିଚିଂ ବା ଗୋମାଂସକୁ ନେଇ ଭିଡ଼ହିଂସା ଦେଖାଦେଲା। ୨୦୧୫ରେ ଭାଜପା ଶାସିତ ରାଜ୍ୟ ମହାରାଷ୍ଟ୍ର ଓ ହରିୟାଣା ଗୋମାଂସ ରଖିବାକୁ ଅପରାଧ ଦର୍ଶାଇବା ପାଇଁ ଆଇନ ଆଣିବା ପରେ ପରେ ଭିଡ଼ ହିଂସା ଆରମ୍ଭ ହୋଇଗଲା।
୨୦୧୯ରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପାସ୍‌ କରାଗଲା। ଭାରତର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଏହାକୁ ସଣ୍ଢୁଆସୀର ଗୋଟିଏ ଭାଗ ବୋଲି କହିିଥିଲେ। ଅନ୍ୟଟି ଥିଲା ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି)। ପଡୋଶୀ ରାଜ୍ୟରୁ ଅଣ-ମୁସଲମାନ ପ୍ରବାସୀମାନଙ୍କୁ ବାଛି ବାହାର କରିବା ଏବଂ ପରେ ମୁସଲମାନମାନଙ୍କ ପାଇଁ ଏହା ଲାଗୁ କରିବା ଏହିସବୁ ଆଇନର ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ। କେବଳ ଭାରତରେ ଥିବା ମୁସଲମାନଙ୍କ ପାଇଁ ଛାଡ଼ପତ୍ର ଏକ ଅପରାଧ। ବାକି ସମସ୍ତଙ୍କ ପାଇଁ ଏହା ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ। ୨୦୧୯ରେ ଆଇନର ଏକ ପରିବର୍ତ୍ତନ ଦ୍ୱାରା ଏହା ଘଟିଛି। ୨୦୧୮ରୁ ଭାଜପା ଶାସିତ ରାଜ୍ୟଗୁଡିକ ଆନ୍ତଃ ଧର୍ମୀୟ ବିବାହର ଅପରାଧୀକରଣ ଆଇନ ଆଣିଛନ୍ତି ଓ ଏହାକୁ ସେମାନେ ‘ପ୍ରେମ ଜିହାଦ’ ବୋଲି କହିଛନ୍ତି। ତେବେ ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ଭାଜପା ସ୍ବୀକାର କରିଛି ଯେ, ପ୍ରେମ ଜିହାଦ ଭଳି କୌଣସି ବିଷୟ ନାହିଁ, ତଥାପି ଆଇନଗୁଡ଼ିକ ଆବଶ୍ୟକ। ମଧ୍ୟପ୍ରଦେଶର ୨୦୨୧ରେ ପାରିତ ହୋଇଥିବା ଆଇନରେ ଜଣଙ୍କର ସନ୍ତାନ ଥିଲେ ବିବାହକୁ ରଦ୍ଦ କରିବାର କ୍ଷମତା ରହିଛି। ଏହି ଆଇନ ଉତ୍ତରାଖଣ୍ଡ (୨୦୧୮), ହିମାଚଳ ପ୍ରଦେଶ (୨୦୧୯), ଉତ୍ତରପ୍ରଦେଶ (୨୦୨୦), ଗୁଜରାଟ ଏବଂ ମଧ୍ୟପ୍ରଦେଶ (୨୦୨୧), କର୍ନାଟକ ଏବଂ ହରିୟାଣା (୨୦୨୨)ରେ ଅଣାଯାଇଛି। ୨୦୧୯ରେ ଗୁଜରାଟ ଏକ ଆଇନରେ କରାଯାଇଥିବା ସଂଶୋଧନ ମୁସଲମାନଙ୍କ ସମ୍ପତ୍ତି ବିକ୍ରୟ ଏବଂ ଲିଜ୍‌ ପ୍ରତ୍ୟାହାର କରିବାକୁ ଜିଲାପାଳଙ୍କୁ ଅଧିକାର ପ୍ରଦାନ କରିଛି। ଅର୍ଥାତ୍‌ ଗୁଜରାଟର ମୁସଲମାନମାନେ ଗୁଜରାଟରେ ସମ୍ପତ୍ତି ଲିଜ୍‌ ନେବା କିମ୍ବା କ୍ରୟ କରିପାରିବେ ନାହିଁ, ଅଥଚ ବିଦେଶୀମାନେ ସେଠାରେ ତାହା ପାରିବେ। ୨୦୧୭ରେ ଗୁଜରାଟରେ ଗୋହତ୍ୟାକୁ ଏକ ଆର୍ଥିକ ଅପରାଧ ଦର୍ଶାଯାଇ ଦଣ୍ଡସ୍ବରୂପ ଆଜୀବନ କାରାଦଣ୍ଡ ରଖାଯାଇଛି। ଅନେକ ହଜାର କୋଟି ଟଙ୍କା ଠକେଇ ସମେତ ଭାରତରେ ଅନ୍ୟ କୌଣସି ଅର୍ଥନୈତିକ ଅପରାଧ ଆଜୀବନ ଜେଲଦଣ୍ଡକୁ ସୂଚିତ କରେ ନାହିଁ।
ନିକଟରେ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶରେ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ବଳରେ ଜେଲରେ ଥିବା ୧୩୯ ଜଣଙ୍କ ମଧ୍ୟରୁ ୭୬ ଜଣ ଗୋହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଯାହା ହେଲେ ବି ଆମେ ଏହି ଆଇନଗୁଡ଼ିକୁ ନେଇ ଆଗକୁ ଯାଇପାରିଲେ। କିନ୍ତୁ ଆସନ୍ତୁ ଦେଖିବା ତୃତୀୟ ସ୍ତରରେ ଜୟଶଙ୍କର ଓ ତାଙ୍କ ଦଳର କାର୍ଯ୍ୟକଳାପ କିଭଳି ସଂଖ୍ୟାଲଘୁଙ୍କୁ ଭେଦଭାବ କରନ୍ତି। ଜୟଶଙ୍କରଙ୍କ ସରକାର(ଭାଜପା) ନିର୍ଦ୍ଦେଶରେ ୨୦୨୨ରେ ଜଣେ ଗୁଜରାଟୀ ମୁସଲମାନ ମହିଳାଙ୍କ ବଳାକତ୍ାରରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନଙ୍କୁ ମୁକ୍ତ କରାଯାଇଥିଲା। ମହିଳାଙ୍କ ଶିଶୁ କନ୍ୟାକୁ ଏହି ବଳାତ୍କାରକାରୀମାନେ ହତ୍ୟା କରିଥିଲେ। ଜଣେ ମୁସଲମାନଙ୍କ ଭିଡ଼ ହିସାକୁ କେନ୍ଦ୍ରକରି ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନେ ୨୦୧୮ରେ ଜୟଶଙ୍କରଙ୍କ ଜଣେ ସାଥୀ ମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇଥିଲେ। ଜୟଶଙ୍କରଙ୍କ ସାଂସଦମାନେ ସଂସଦ ଭିତରେ ମୁସଲମାନମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ତାଙ୍କ ସହକର୍ମୀମାନେ କହିଥିବା ବିଷୟଗୁଡ଼ିକର ତାଲିକା ବହୁତ ଲମ୍ବା। ଏସବୁ କହିବା ପରେ ସେମାନେ ଯାହା କରିଥିଲେ ସେଥିପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଛି। ମୁସଲମାନମାନଙ୍କୁ ଯାହା ନ କହିବା କଥା ତାହା ଜଣେ ମହିଳା କହିଲେ। କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସେ ଜଣେ ମନ୍ତ୍ରୀ। ସେ କହିଲେ, ଯଦି ସମସ୍ତ ମୁସଲମାନଙ୍କୁ ଭାରତ ଛାଡ଼ି ଚାଲିଯିବାକୁ କୁହାଯାଏ, ତେବେ ଆଜିର ଦିନରେ ଦେଶର ସ୍ଥିତି ଖୁବ୍‌ ଭଲ ହୋଇଯିବ। କଥା ହେଉଛି,ସଭାରେ ଏମିତି କହିବାବେଳେ ଜୟଶଙ୍କର ସେମାନଙ୍କ ପାଖରେ ବସିଥା’ନ୍ତି।
ଏହି ତଥ୍ୟଗୁଡିକୁ ଦେଖି ଆମେ କେହି ଆଶ୍ଚର୍ଯ୍ୟ ହେବା ଉଚିତ ନୁହେଁ, କାରଣ ୨୦୧୪ରୁ ସେଗୁଡ଼ିକ ସହ ଆମେ ରହିଆସୁଛୁ। କେବଳ ନୂଆ ଭାରତରେ ଧର୍ମାନ୍ଧତା ଏବଂ କୁସଂସ୍କାର ଏବଂ ଭେଦଭାବ ସାଧାରଣ ବିଷୟ ହୋଇନାହିଁ, ବରଂ ଜୟଶଙ୍କର ଏବଂ ତାଙ୍କ ଦଳ ରାଜନୈତିକ ଦୃଷ୍ଟିରୁ ଲୋକପ୍ରିୟ ହେବାର ଏହା ମଧ୍ୟ ଏକ କାରଣ। ତାହାକୁ ପ୍ରକାଶ କରିବା ଦ୍ୱାରା କ୍ଷତି ଘଟୁଛି, ଯାହା ଆମେ ଦେଖୁଛୁ, ଶୁଣୁଛୁ ଓ ଅନୁଭବ କରିପାରୁଛୁ। ସମସ୍ତ ଦେଶରେ ତ୍ରୁଟି ରହିଛି ଏବଂ କୂଟନୀତିଜ୍ଞମାନେ ବିଦେଶରେ ମିଛ କହୁଥିବା ମନେକରାଯାଏ। ହେଲେ ଜୟଶଙ୍କରଙ୍କୁ କହିବାକୁ ହେବ ଯେ, ଏହା ସେମାନଙ୍କ ଦେଶର ମଙ୍ଗଳ ପାଇଁ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri