Categories: ଜାତୀୟ

ଚନ୍ଦ୍ରରେ ଅମ୍ଳଜାନ-ସଲଫରର ସନ୍ଧାନ: ପ୍ରଜ୍ଞାନ ଦେଲା ଖବର…

ନୂଆଦିଲ୍ଲୀ,୨୯।୮ : ଚନ୍ଦ୍ରର ଦକ୍ଷିଣ ପୋଲରେ ଚନ୍ଦ୍ରୟାନ -୩ ର ସଫଳ ଅବତରଣ ପରେ ଇସ୍ରୋ ସମଗ୍ର ବିଶ୍ୱକୁ ଆଉ ଏକ ବଡ଼ ଖୁସି ଖବର ଦେଇଛି। ଇସ୍ରୋ କହିଛି ଚନ୍ଦ୍ରୟାନ ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ପୋଲରେ ସଲଫର, ଆଲୁମିନିୟମ, କ୍ୟାଲସିୟମ, ଲୁହା, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ ଏବଂ ଅମ୍ଳଜାନ ଚିହ୍ନଟ କରିଛି। ଚନ୍ଦ୍ର ପୃଷ୍ଠରେ ହାଇଡ୍ରୋଜେନର ସନ୍ଧାନ ଜାରି ରହିଛି। ଇସ୍ର୍ରୋର ଏହି ସୂଚନା ସମଗ୍ର ବିଶ୍ୱ ପାଇଁ ବହୁତ ଭଲ ଖବର।

ଆଜି ପର୍ଯ୍ୟନ୍ତ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ପୋଲରେ ପହଞ୍ଚି ପାରି ନାହାଁନ୍ତି। ମିଶନ ଚନ୍ଦ୍ରୟାନ -୩ ଅନ୍ତର୍ଗତ ଭାରତ ଚନ୍ଦ୍ରର ଦକ୍ଷିଣ ପୋଲର ରହସ୍ୟକୁ ବିଶ୍ୱକୁ ପ୍ରକାଶ କରୁଛି।

ଇସ୍ରୋ ମଙ୍ଗଳବାର ଦିନ କହିଛି ଚନ୍ଦ୍ରୟାନ -୩ ର ରୋଭର ପ୍ରଜ୍ଞାନରେ ଲଗାଯାଇଥିବା ଏକ ଯନ୍ତ୍ର ଚନ୍ଦ୍ରର ଦକ୍ଷିଣ ପୋଲ ନିକଟରେ ଭୂପୃଷ୍ଠରେ ସଲଫରର ଉପସ୍ଥିତି ସ୍ପଷ୍ଟ କରିଛି।

Share