ଐତିହ୍ୟ ଆବିଷ୍କାର, ସଂରକ୍ଷଣକୁ ଗୁରୁତ୍ୱ ନାହିଁ

ଭୁବନେଶ୍ୱର,୧୮।୪(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଶା କଳା, ସଂସ୍କୃତି, ଐତିହ୍ୟରେ ସମୃଦ୍ଧ। ପ୍ରତିଟି ଜିଲାରେ ରହିଛି ଅନନ୍ୟ ଐତିହ୍ୟର ପରିଚୟ। ମାତ୍ର ଭୁବନେଶ୍ୱର, କୋଣାର୍କ, ପୁରୀ ଆଦି କେତୋଟି ସ୍ଥାନକୁ ବାଦ୍‌ଦେଲେ ଅଧିକାଂଶ ଐତିହ୍ୟ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ମନ୍ଦିରମାଳିନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପୁରାତନ ମନ୍ଦିରରେ ଫାଟ ସୃଷ୍ଟି ହେବା, ଗଛ ଉଠିବା ଭଳି ଘଟଣା ସାମ୍ନାକୁ ଆସୁଛି। ସେହିପରି ଶିଶୁପାଳଗଡ଼ ଭଳି ସମୃଦ୍ଧ ଐତିହ୍ୟ ଆଜି ମାଟିରେ ମିଶିବାକୁ ଲାଗିଛି। ଐତିହ୍ୟ ସହ ପର୍ଯ୍ୟଟନ ଯୋଡ଼ି ହୋଇ ରହିଛି। ଫଳରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି। ଯେଭଳି ବିକାଶ ହେବା କଥା ସେଭଳି ହେଉନାହିଁ। ଏପରି ସ୍ଥିତିରେ ଓଡ଼ିଶା ଗୁରୁବାର ବିଶ୍ୱ ଐତିହ୍ୟ ଦିବସ ପାଳନ କରିବାକୁ ଯାଉଛି। ଚଳିତବର୍ଷର ଥିମ୍‌ ରହିଛି ‘ଆବିଷ୍କାର ଏବଂ ବିବିଧତାର ଅନୁଭୂତି’। ଐତିହ୍ୟର ସୁରକ୍ଷା ସହ ଏହାର ସଂରକ୍ଷଣ ଏବଂ ଲୁଚି ରହିଥିବା ଐତିହ୍ୟର ଆବିଷ୍କାର ହେବା ନିହାତି ଜରୁରୀ ବୋଲି ମତ ପ୍ରକାଶ ପାଇଛି। ୫-ଟି ଅଧୀନରେ ବିଭିନ୍ନ ଜିଲାରେ ଥିବା ପ୍ରମୁଖ ଐତିହ୍ୟସ୍ଥଳର ରୂପାନ୍ତରଣ ପାଇଁ ପ୍ରୟାସ ଚାଲିଛି। ମାତ୍ର ଅବହେଳିତ, ଅସଂରକ୍ଷିତ ଐତିହ୍ୟକୁ ଉପଯୁକ୍ତ ପରିଚୟ ଦେବାରେ ଆବଶ୍ୟକ ପଦକ୍ଷେପ ନେବାକୁ ଐତିହ୍ୟ ଗବେଷକମାନେ ଗୁରୁତ୍ୱ ଦେଇଛନ୍ତି।

କେତେକ ଅବହେଳିତ ଐତିହ୍ୟ
କେନ୍ଦୁଝର ନୂଆଗଡ଼ର ମୁକ୍ତେଶ୍ୱର ଶିବମନ୍ଦିର ଓ ଶିଳାଲେଖ, ଗଞ୍ଜାମର ମହୁରିଗଡ଼ଠାରେ ଥିବା ଜଗନ୍ନାଥ ମନ୍ଦିର, କୋରାପୁଟର ଗୋରାହାଣ୍ଡିଠାରେ ଥିବା ପ୍ରାଚୀନ ଭଗ୍ନ ବିଷ୍ଣୁ ମୂର୍ତ୍ତି, କଟକ କୁଅଁରପୁରରେ ଥିବା ଦଧିବାମନ ମନ୍ଦିର, ପୁରୀର ଘୋରଡ଼ିଆଠାରେ ଭୈରବମୂର୍ତ୍ତି, ଯାଜପୁରର ଧାନମଣ୍ଡଳରେ ଥିବା ଭଗ୍ନ ମନ୍ଦିର, ଖୋର୍ଦ୍ଧା ଭୋଗପୁରରେ ଥିବା ଗଜସିଂହ ମଣ୍ଡପ ଭଳି ଅନେକ ଐତିହ୍ୟ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଏହାବାଦ୍‌ ରାଜ୍ୟର ଶତାଧିକ ଅବହେଳିତ ଐତିହ୍ୟର ସଂରକ୍ଷଣ ହେଉ ନ ଥିବା ନଜିର ରହିଛି।

ଭୁବନେଶ୍ୱର, ପୁରୀ, କୋଣାର୍କରେ ସୀମିତ
ଐତିହ୍ୟ କ୍ଷେତ୍ର ସହ ପର୍ଯ୍ୟଟନ ଯୋଡ଼ି ହୋଇରହିଛି। ନୂଆ ନୂଆ ସ୍ଥାନରୁ ମିଳୁଥିବା ଐତିହ୍ୟର ପ୍ରଚାର ପ୍ରସାର କରାଗଲେ ପର୍ଯ୍ୟଟନ କ୍ଷେତ୍ର ପାଇଁ ବ୍ୟାପକ ଆଶା ସୃଷ୍ଟି ହୋଇପାରନ୍ତା। କିନ୍ତୁ ସରକାରୀ ସ୍ତରରେ କେବଳ ପୂର୍ବରୁ ପରିଚୟ ପାଇଥିବା ଭୁବନେଶ୍ୱର, ପୁରୀ, କୋଣାର୍କର ଐତିହ୍ୟକୁ ଛାଡ଼ିଦେଲେ ଅନ୍ୟ ସ୍ଥାନଗୁଡ଼ିକୁ ଫୋକସରେ ନିଆଯାଉନାହିଁ। ଏହିସବୁ ସ୍ଥାନରେ ମଧ୍ୟ ଐତିହ୍ୟ ସଂରକ୍ଷଣରେ ଅନେକ ଅବହେଳା ପରିଲକ୍ଷିତ ହେଉଛି।

ଅଧିକ ସରକାରୀ ପ୍ରୟାସ ଲୋଡ଼ା
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଐତିହ୍ୟ ଏବେବି ଅଜଣା ଅବସ୍ଥାରେ ରହିଛି। କିଛି ବେସରକାରୀ ଅନୁଷ୍ଠାନ ଏବଂ ଯୁବପିଢ଼ି ସେସବୁକୁ ଆବିଷ୍କାର କରିବା ସହ ଗଣମାଧ୍ୟମ ଜରିଆରେ ସୂଚନା ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ଏବଂ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ତାହାକୁ ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ଉଠୁଛି। ଏପରିକି ନିକଟ ବର୍ଷଗୁଡ଼ିକରେ ଏସବୁ ଉପରେ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ଖନନ ହେଉ କି ସଂରକ୍ଷଣ ଦିଗରେ ପଦକ୍ଷେପ ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଫଳରେ ଐତିହ୍ୟ ଥିବା ସ୍ଥାନଗୁଡିକ ଜନବସତି ଭିତରେ କ୍ରମଶଃ ହଜିଯିବାକୁ ବସିଲାଣି। ଏ କ୍ଷେତ୍ରରେ ସରକାରୀ ସ୍ତରରେ ତ୍ୱରିତ ପଦକ୍ଷେପ ନିଆଗଲେ ଆମ ଐତିହ୍ୟ ଆହୁରି ସମୃଦ୍ଧ ହୁଅନ୍ତା।

ଏ ବର୍ଷର ବାର୍ତ୍ତା
ପ୍ରତିବର୍ଷ ଏପ୍ରିଲ ୧୮ରେ ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଏ। ଏହି ଦିବସ ପାଳନର ଉଦ୍ଦେଶ୍ୟ ମାନବ ସଭ୍ୟତା ସହ ଜଡ଼ିତ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ ପାଇଁ ସମଗ୍ର ବିଶ୍ୱରେ ସଚେତନତା ସୃଷ୍ଟି। ୧୯୮୨ରେ ଇଣ୍ଟରନ୍ୟାଶନାଲ କାଉନ୍‌ସିଲ ଅନ୍‌ ମନୁମେଣ୍ଟ୍‌ସ(ଆଇସିଓଏମ୍‌ଓଏସ୍‌) ଦ୍ୱାରା ବିଶ୍ୱ ଐତିହ୍ୟ ଦିବସ ଆରମ୍ଭ ହୋଇଥିଲା। ପ୍ରଥମ ବିଶ୍ୱ ଐତିହ୍ୟ ଦିବସ ଟ୍ୟୁନିସିଆରେ ପାଳନ କରାଯାଇଥିଲା। ଏହାପରେ ୧୯୮୩ରେ ଏହା ‘ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ’(ୟୁନେସ୍କୋ)ର ଅନୁମୋଦନ ଲାଭକଲା। ୧୯୮୩ ପରଠାରୁ ପ୍ରତିବର୍ଷ ଏକ ଭିନ୍ନ ଥିମ ସହିତ ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଏ। ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଦିବସର ଥିମ ରହିଛି, ବିବିଧତା ଆବିଷ୍କାର ଏବଂ ଅନୁଭବ କର।

ଐତିହ୍ୟର ଡକ୍ୟୁମେଣ୍ଟେଶନ, ସଂରକ୍ଷଣ ଜରୁରୀ
ସାମ୍ପ୍ରତିକ ସମୟରେ ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ରାଜ୍ୟର ଗରିମାମୟ ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି। ଏଥିପାଇଁ ଉଭୟ ରାଜ୍ୟ ସଂସ୍କୃତି ବିଭାଗ ତଥା ବେସରକାରୀସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନଗୁଡିକର ଗୁରୁଦାୟିତ୍ୱ ରହିଛି। କେବଳ ପୁରୀ, କୋଣାର୍କ ଅଥବା ଭୁବନେଶ୍ୱର ଭଳି କେତେକ ହାତଗଣତି ପ୍ରମୁଖ ସ୍ଥାନ ଯେ ଓଡ଼ିଆ ଐତିହ୍ୟ ଓ ଇତିହାସର ପରିଚାୟକ – ଏହି ଧାରଣାରୁ ଭିନ୍ନରେ ବିଚାର କରିବା ନିତାନ୍ତ ଜରୁରୀ। ଆଜି ମଧ୍ୟ ଓଡିଶାରେ ଶହ ଶହ ସଂଖ୍ୟାରେ ମଠ, ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି। ଏସବୁର ଅନେକ ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ରହିଛି। ଏପରି ଅଳ୍ପ ଜଣାଶୁଣା ଐତିହ୍ୟ ସ୍ଥଳୀଗୁଡିକୁ ଚିହ୍ନଟ କରି ସେସବୁର ଉଚିତ ଡକ୍ୟୁମେଣ୍ଟେଶନ ଓ ସଂରକ୍ଷଣକୁ ଗୁରୁତ୍ୱ ଦେବା ବର୍ତ୍ତମାନ ପରିପ୍ରେକ୍ଷୀରେ ଅତି ଜରୁରୀ ହୋଇପଡିଛି। ବିଶ୍ୱ ଐତିହ୍ୟ ଦିବସରେ କେନ୍ଦ୍ର ଓ ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବେ ବୋଲି ମୁଁ ଆଶାବାଦୀ।
-ଦୀପକ କୁମାର ନାୟକ, ଐତିହ୍ୟ ଗବେଷକ


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri