Posted inଜାତୀୟ

ହିସାରରେ ୫ ହଜାର ବର୍ଷ ପୁରାତନ ସହରର ସନ୍ଧାନ…

ହିସାର, ୮।୫ : ହରିୟାଣାର ହିସାରରେ ୫ ହଜାର ବର୍ଷ ପୁରାତନ ସହରର ସନ୍ଧାନ ମିଳିଛି। ମାଟିତଳେ ପୋତି ହୋଇଥିବା ହରପ୍ପା ସଭ୍ୟତା ସମୟର ଏହି ସହର ବୋଲି ପ୍ରତ୍ନତାତ୍ତ୍ୱିକ ଖନନ ବେଳେ ପ୍ରମାଣ ମିଳିଛି। ପାଞ୍ଚ ହଜାର ବର୍ଷ ପୂର୍ବେ ଏହି ସହରରେ ଘର, ପରିଷ୍କାର ପରିଚ୍ଛନ୍ନତା, ରାସ୍ତା, ଅଳଙ୍କାର ଏବଂ ମୃତଦେହକୁ ସଂରକ୍ଷଣ ଏବଂ ସଂସ୍କାର କରାଯାଉଥିବା ବିଷୟରେ ପ୍ରମାଣ ମଧ୍ୟ ମିଳିଛି। ଏହି ସହରଟି ହରିୟାଣାର ହିସାରର ରାଖୀଗଢ଼ୀ ଗାଁରେ ରହିଥିବାର ପ୍ରମାଣ ମିଳିଛି। ଏହା ୧୧ ମାଉଣ୍ଡ ତଳେ ରହିଛି।

ବର୍ତ୍ତମାନ ଏହାର ୩ଟି ମାଉଣ୍ଡର ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇଛି। ଏହି ହରପ୍ପା ସମୟର ସହର ବିଲୁପ୍ତ ସରସ୍ବତୀ ନଦୀର ଏକ ଉପନଦୀ ଦୃଶ୍ୱଦ୍ୱତୀ କୂଳରେ ଅବସ୍ଥିତ ଥିଲା। ୫ ହଜାର ବର୍ଷ ପୂର୍ବେ ଏଠାରେ ପୋଡ଼ା ଇଟା, ମାଟିର ହାଣ୍ଡି, ଡ୍ରେନ ଉପରେ ରଖାଯାଇଥିବା କେତେକ ହାଣ୍ଡି ଆଦି ମିଳିଛି। ଏହା ପ୍ରାଚୀନ ଇତିହାସର ବହୁ ଅସମାହିତ ରହସ୍ୟର ଦ୍ୱାର ଖୋଲିବ ବୋଲି କୁହାଯାଉଛି। ପ୍ରତ୍ନତତ୍ତ୍ୱ ବିଭାଗର ଗବେଷକ କୁମାର ସୌରଭ କହିଛନ୍ତି ଯେ ସେତେବେଳେ ହରପ୍ପା ସହରରେ ଜଳ ନିଷ୍କାସନ ପାଇଁ ଏକ ବିକଶିତ ବ୍ୟବସ୍ଥା ଥିଲା। ଡ୍ରେନ ଉପରେ ଥିବା ଗର୍ତ୍ତ ଉପରେ ଏକ ମାଟି ପାତ୍ର ରଖାଯାଉଥିଲା, ଯାହା ଡ୍ରେନ ଭିତରକୁ ବର୍ଜ୍ୟବସ୍ତୁର ପ୍ରବେଶକୁ ରୋକୁଥିଲା। ଖନନ ସ୍ଥଳରେ ପକ୍କା ଇଟା ତିଆରି ରାସ୍ତା ଏବଂ ଘର ଗଠନ ମଧ୍ୟ ଦେଖିବାକୁ ମିଳିଛି। ସେଠାରେ ଏକ ଚୁଲି ମଧ୍ୟ ମିଳିଛି, ଯାହା ପାଞ୍ଚ ହଜାର ବର୍ଷ ପୁରୁଣା।

ଚୁଲି ବିଷୟରେ କୁମାର ସୌରଭ କହିଛନ୍ତି ଯେ ଚୁଲିକୁ କାଦୁଅରେ ନିର୍ମାଣ କରାଯାଇଛି। ତେବେ ଏହି ଚୁଲିରେ ଖାଦ୍ୟ ରନ୍ଧା ଯାଇଥିଲା କିମ୍ବା ଏହା ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିଲା, ଏହା ଏକ ଅନୁସନ୍ଧାନର ବିଷୟ ବୋଲି ସେ କହିଛନ୍ତି। ଏଠାରେ ମୃତଦେହ ସଂସ୍କାର କରିବାର ପ୍ରମାଣ ମିଳିଛି। ସମ୍ପ୍ରତି ଖନନ ସମୟରେ ଦୁଇଜଣ ମହିଳାଙ୍କ କଙ୍କାଳ ମିଳିଛି। କଙ୍କାଳ ଚାରିପାଖରେ ରଖାଯାଇଥିବା ଜିନିଷଗୁଡ଼ିକ ହରପ୍ପା ସମୟର ବିକାଶର ଅନେକ ପ୍ରମାଣ ଦେଉଛି। ଅନ୍ୟ ଜଣେ ଗବେଷକ ପ୍ରବୀଣ ଭାସ୍କର କହିଛନ୍ତି ଯେ ହାଣ୍ଡି ଓ ୱାଟ ବ୍ୟତୀତ ସେହି ଜିନିଷଗୁଡ଼ିକରେ ସେଲ କଙ୍କଣ ମିଳିଛି। ଭାସ୍କର କହିଛନ୍ତି ଯେ ଖନନ ସମୟରେ ସେଠାରେ ତମ୍ବାର ଏକ ଦର୍ପଣ ମଧ୍ୟ ମିଳିଛି।

ବର୍ତ୍ତମାନ ସାତୋଟି ମାଉଣ୍ଡ ଅଛି, ଯେଉଁଠାରେ ଖନନ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇନାହିଁ। ଯେତେବେଳେ ଖନନ ହେବ, ସେତେବେଳେ ନୂତନ ତଥ୍ୟ ଜଣା ପଡିବ। କଙ୍କାଳ ନିକଟରୁ ତମ୍ବା ମୁଦି ଏବଂ ସୁନା ପାତ ମଧ୍ୟ ମିଳିଛି। ଏଗୁଡ଼ିକୁ ଅଳଙ୍କାର ଭାବରେ ବ୍ୟବହୃତ ହେଉଥିବା ଅନୁମାନ କରାଯାଉଛି। ଭାରତ ସରକାର ରାଖୀଗଢ଼ୀକଚ ହରପ୍ପା ସମୟର ଏକ ଆଇକନିକ ସାଇଟର ମାନ୍ୟତା ଦେଇଛନ୍ତି। ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି, ଯାହା କିଛି ଦିନ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ।

ପ୍ରତ୍ନତତ୍ତ୍ୱ ବିଭାଗର ଯୁଗ୍ମ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ମଞ୍ଜୁଲ କହିଛନ୍ତି ଯେ ବର୍ତ୍ତମାନ ହରପ୍ପା ସଂସ୍କୃତି ଉପରେ ଅଧିକ ଗବେଷଣା କରିବା ଆମର ପ୍ରାଥମିକତା। ତା’ପରେ ସଂଗ୍ରହାଳୟ ବିଷୟରେ ସଭ୍ୟତା ବିଷୟରେ ଲୋକଙ୍କୁ କହିବା ଏବଂ ଏହାର ସୁରକ୍ଷା କରିବା ଆମର ଲକ୍ଷ୍ୟ। ହରପ୍ପା ସଭ୍ୟତା ସିନ୍ଧୁ ଏବଂ ସରସ୍ବତୀ ନଦୀ କୂଳରେ ବିକଶିତ ହୋଇଥିଲା। ବର୍ତ୍ତମାନ, ହରପ୍ପା ସମୟର ସମସ୍ତ ସୂଚନା ଏହି ପାହାଡ ତଳେ ପୋତି ହୋଇ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri