Categories: ଫୁରସତ

ବିରଳ ଜୀବ: ଯାହାର ଅଛି ୧୩୦୬ ଗୋଡ଼, ୨୦୦ ଫୁଟ ଗଭୀରରେ ବାସ କରେ

ଦୁନିଆରେ ଅନେକ ବିରଳ ଜୀବ ଅଛନ୍ତି, ଯାହା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥାନ୍ତି। ବର୍ତ୍ତମାନ ଏମିତି ଏକ ଜୀବର ସନ୍ଧାନ ମିଳିଛି, ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଜୀବଟିର ୧୩୦୬ଟି ଗୋଡ଼ ରହିଛି। ଯାହା ୨୦୦ ଫୁଟ ଗଭୀରରେ ବାସ କରେ। ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ଦୁନିଆର ପ୍ରଥମ ମିଲିପେଡିସ ଆବିଷ୍କାର କରିଛନ୍ତି। ଯାହା ଅତ୍ୟନ୍ତ ବିରଳ ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପୃଥିବୀରେ ସର୍ବାଧିକ ୭୫୦ ଫୁଟ ବିଶିଷ୍ଟ ଏକ ଜୀବ ଅଟେ। ଜାଣନ୍ତୁ ଏପରି ଅଜବ ଜୀବ ସମ୍ପର୍କରେ…

ବୈଜ୍ଞାନିକମାନେ କହିଛନ୍ତି, ୪୦୦ ମିଲିୟନ ବର୍ଷ ପୂର୍ବେ ପ୍ରଥମ ମିଲିପେଡ୍‌ସ ମିଳିଥିଲା। କିନ୍ତୁ ହଜାର ହଜାର ଫୁଟ ବିଶିଷ୍ଟ ଏପରି ମିଲିପେଡ ପୂର୍ବରୁ ମିଳି ନ ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ଫୁଟର ମିଲିପେଡ୍‌ସ ମିଳିଛି। ବର୍ତ୍ତମାନ ମିଳିଥିବା ମିଲିପେଡ୍‌ସ ୭୫୦ ଫୁଟର।

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ଜୀବର ୧୩୦୬ ଗୋଡ଼ ରହିଛି। ଯାହାକୁ ଗଣିବା ଏତେ ସହଜ ନ ଥିଲା। କାରଣ ଏହି ଜୀବଟି ଗୋଲାକାର ପରି ନିଜକୁ ଘୋଡାଇ ରଖିଥାଏ। ଏହି ଜୀବର ଜୀବନ ମଧ୍ୟ ଦୀର୍ଘଦିନ। କାରଣ ଏହାର ଅଧିକ ଗୋଡ଼ ଅଛି। ମିଲିପେଡ୍‌ସ ସାଧାରଣତଃ ୨ ବର୍ଷର ଆୟୁଷ ରହିଥାଏ। କିନ୍ତୁ ଇଉମିଲିପ୍ସ ପର୍ସଫୋନ ଶରୀରରେ ଥିବା ରିଙ୍ଗଗୁଡିକ ଏହା ୫ରୁ ୧୦ବର୍ଷ ବଞ୍ଚିପାରେ।

Share