Categories: ଫୁରସତ

ବିପର୍ଯ୍ୟୟ ପାଇଁ ସତର୍କତା ଜରୁରୀ

ବିପର୍ଯ୍ୟୟ କ୍ଷେତ୍ରରେ ବହୁ ଧନ ଜୀବନ ହାନି ହୋଇଥାଏ। ତେବେ ଏନେଇ ପୂର୍ବରୁ ସତର୍କ ହେଲେ ଧନଜୀବନ ସୁରକ୍ଷିତ ରହିଥାଏ। ଏନେଇ ସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ଅକ୍ଟୋବର ୧୩ରେ ବିଶ୍ୱ ବିପର୍ଯ୍ୟୟ ଦିବସ ପାଳନ କରାଯାଇଥାଏ।
ଅନ୍ତର୍ଜାତୀୟ ଦିବସ ପ୍ରତ୍ୟେକ ଦେଶର ନାଗରିକ ଏବଂ ସରକାରଙ୍କୁ ବିପର୍ଯ୍ୟୟ ସହ ଅଧିକ ଜଡିତ ହୋଇ ମିଳିତ ଭାବେ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥାଏ। ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୨୦୦୨ ଅକ୍ଟୋବର ୧୩କୁ ଅନ୍ତର୍ଜାତୀୟସ୍ତରରେ ବିପର୍ଯ୍ୟୟ ହ୍ରାସ ପାଇଁ ଏକ ଅନ୍ତର୍ଜାତୀୟ ଦିବସ ଭାବରେ ପାଳନ କରାଯିବାକୁ ଘୋଷଣା ଉପରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ପରେ ୨୦୦୯ରେ ମିଳିତ ଜାତିସଂଘ ସାଧାରଣ ସଭା ଏହି ପ୍ରସ୍ତାବକୁ ସ୍ବୀକୃତି ପ୍ରଦାନ କରିଥିଲେ। ବିପର୍ଯ୍ୟୟରେ ଧନ ଓ ଜୀବନ ସୁରକ୍ଷିତ ରଖିବା କ୍ଷେତ୍ରରେ ରଣନୀତି ଏବଂ ଶୀଘ୍ର ଉଦ୍ଧାର କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ପରବର୍ତ୍ତୀ ସମୟରେ ଆର୍ଥିକ କ୍ଷତି ହ୍ରାସ କରିଥାଏ ଏବଂ ଲୋକମାନେ ସାଧାରଣ ଜୀବନ ଶୀଘ୍ର ଆରମ୍ଭ କରିପାରିଥାନ୍ତି।
ତେଣୁ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳନ ଅବସରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।

Share