ବିପର୍ଯ୍ୟୟ ପରିଚାଳନା ପାଇଁ ଭିତ୍ତିଭୂମି ଆବଶ୍ୟକ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୦: ସାମୁଦ୍ରିକ ଝଡ଼ ଅଥବା ଅକ୍ଟୋବର ୨୯ ତାରିଖ ଆସିଲେ, ୨୩ ବର୍ଷର ପୂର୍ବ ମହାବାତ୍ୟା ମନେପଡ଼େ। ୧୯୯୯ର ଏହି ମହାବାତ୍ୟାରେ ରାଜ୍ୟର ୧୪ ଜିଲାରେ ସମୁଦ୍ରକୂଳଠାରୁ ପ୍ରାୟ ୧୫୦ କିଲୋମିଟର ଆଭ୍ୟନ୍ତର ଅଞ୍ଚଳରେ ପ୍ରବଳ ବର୍ଷା ସହ ତୋଫାନ ସୃଷ୍ଟି ହୋଇଥିଲା। ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନହାନି ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ୩୯୭ ଜଣଙ୍କ ମୃତ୍ୟୁ ଘଟିଥିଲା। ୩୮ ଜଣଙ୍କ ସମ୍ବନ୍ଧରେ ଅଦ୍ୟାବଧି ଖୋଜ ଖବର ନାହିଁ। ୧୮୦୩ ଜଣ ଆହତ ହୋଇଥିଲେ। ସେହିପରି ୩ ହଜାରରୁ ଅଧିକ ମାଛଧରା ଡଙ୍ଗା, ୪୮,୯୦୬ ଗୃହପାଳିତ ପଶୁପକ୍ଷୀଙ୍କ ସହ ଜିଲାରେ ୨,୯୭,୮୧୪ଟି ଘର ଭାଙ୍ଗିଥିବା ଜିଲା ଜରୁରିକାଳୀନ ବିଭାଗ ସୂତ୍ରରୁ ସୂଚନା ମିଳୁଛି। ଅପରପକ୍ଷରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭିତ୍ତିଭୂମି ଅଦ୍ୟାବଧି ସୁଦୃଢ଼ ହୋଇନାହିଁ। ଉଚ୍ଚ ତଟବନ୍ଧ ନିର୍ମାଣ, ତଟାଞ୍ଚଳରେ ଅଧିକ ହେନ୍ତାଳ ବଣ ସୃଷ୍ଟି ଏହାକୁ ରୋକିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଚିହ୍ନଟରେ ସୀମିତ ୬୪ ସୁନାମିପ୍ରବଣ ଗ୍ରାମ
ମହାବାତ୍ୟା ଆମକୁ ଅନେକ ଶିକ୍ଷା ଦେଇଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ କ୍ଷତିରୁ ରକ୍ଷା ପାଇଁ ୨୦୦୫ ମସିହାରେ ଓସ୍‌ଡମା ପକ୍ଷରୁ ତଟଠାରୁ ଦେଢ଼ କିମି ଭୂଭାଗ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ସେହି ସମୟରେ ରାଜନଗର ବ୍ଲକ ୪୬ ଓ ମହାକାଳପଡ଼ା ବ୍ଲକର ୧୮ ଗ୍ରାମକୁ ସୁନାମିପ୍ରବଣ ବୋଲି ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ଏହାକୁ ପ୍ରାୟ ୧୭ ବର୍ଷ ବିତିଛି। ତଟବନ୍ଧକୁ ଉଚ୍ଚା କରିବା, ଅଧିକ ହେନ୍ତାଳବଣ ସୃଷ୍ଟି କରିବା ଅଦ୍ୟାବଧି ସମ୍ଭବ ହୋଇନାହିଁ। ସାମୁଦ୍ରିକ ଝଡ଼ ଆସିଲେ ଜନଜୀବନ ବ୍ୟସ୍ତ ହୋଇପଡୁଛି।
– ସୁନୀଲ କୁମାର ଗନ୍ତାୟତ,
ସାମାଜିକ କର୍ମୀ, ମହାକାଳପଡ଼ା
୭୪୪ କିମି ତଟବନ୍ଧ ଅସୁରକ୍ଷିତ
କେନ୍ଦ୍ରାପଡ଼ା ଜିଲାରେ ଆଳି ତଟବନ୍ଧ ଅଧୀନରେ ଥିବା ମୋଟ ୭୪୪ କିଲୋମିଟର ତଟବନ୍ଧର ସୁରକ୍ଷା ଏବେ ପ୍ରଶ୍ନବାଚୀ ହୋଇଛି। ଝଡ଼ବାତ୍ୟା ସମୟରେ ତଟବନ୍ଧ ଡେଇଁ ଚାଷ ଜମିକୁ ପାଣି ପଶିବା ସହ କେତେକ ଗ୍ରାମକୁ କ୍ଷତି କରୁଛି। ତଟବନ୍ଧକୁ ଅନୂ୍ୟନ ୬ ମିଟର ଉଚ୍ଚା କରିବାକୁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରୁନାହିଁ। ଗତ ଅଗଷ୍ଟରେ ଏହି ତଟବନ୍ଧ ମଧ୍ୟରୁ ମାତ୍ର ୩୨ କି.ମି. ତଟବନ୍ଧ ପାଇଁ ରାଜ୍ୟ ସରକାର ମାତ୍ର ୨୦,୫୬୨.୪୯ ଟଙ୍କା ଦେଇଛନ୍ତି। ତଟବନ୍ଧ ସୁରକ୍ଷା କ୍ଷେତ୍ରରେ ଏହା ସମୁଦ୍ରକୁ ଶଙ୍ଖେ ପରି।
– ପ୍ରତାପ କୁମାର ପାଢ଼ୀ,
ସାମାଜିକ କର୍ମୀ, ପଟ୍ଟାମୁଣ୍ଡାଇ
ବାତ୍ୟା, ବନ୍ୟାରେ ସ୍ଥାନାନ୍ତର ମନେପଡ଼େ
କେନ୍ଦ୍ରାପଡ଼ା ଜିଲାରେ ବାତ୍ୟା, ବନ୍ୟା, ସୁନାମି ଭୟ ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ସୁରକ୍ଷା ପାଇଁ ସ୍ଥାନାନ୍ତର ସାଧାରଣ ଘଟଣା ହୋଇଛି। ଜିଲାରେ ଥିବା ଥଇଥାନସ୍ଥଳର ନିରୀକ୍ଷଣ ଓ ରକ୍ଷଣାବେକ୍ଷଣର ଘୋର ଅଭାବ ଦେଖାଦେଇଛି। ୩୧୭ଟି ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳ ଏବେ ଅସୁରକ୍ଷିତ ଅବସ୍ଥାରେ ଅଛି। ପାନୀୟ ଜଳ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପାଇଖାନା ସମସ୍ୟା ସବୁବେଳେ ଦେଖାଦେଇଛି। ସେହିପରି କେତେକ ସ୍ଥାନରେ ଜେନେରେଟର, ଲାଇପ ଜ୍ୟାକେଟ ଆଦି ସୁବିଧା ନାହିଁ।
– ନୀହାର ରଞ୍ଜନ ପ୍ରଧାନ,
ସାମାଜିକ କର୍ମୀ, ଡେରାବିଶ
ହେନ୍ତାଳ ବଣ ହିଁ ସାମୁଦ୍ରିକ ଝଡ଼ରୁ ରକ୍ଷା କରିବ
ହେନ୍ତାଳବଣର ସାନ୍ଧ୍ରତା ଓ ନମନୀୟତା ପାଇଁ ସାମୁଦ୍ରିକ ଝଡ଼ ଓ ସୁନାମି କ୍ଷେତ୍ରରେ ସମୁଦ୍ରର ସୁରକ୍ଷା ପ୍ରାଚୀର କୁହାଯାଏ। ଏହାର ଉଦାହରଣ ୧୯୯୯ ମହାବାତ୍ୟାରେ ଦେଖିବାକୁ ମିଳିଥିଲା। ପ୍ରଚୁର ହେନ୍ତାଳବଣ ଯୋଗୁ ସମୁଦ୍ର ଜଳ ଜିଲାର ବହୁ ଅଞ୍ଚଳକୁ ପ୍ରବେଶ କରି ପାରି ନ ଥିଲା। ୩୩ କୋଟି ବ୍ୟୟରେ ପେଣ୍ଠଠାରେ ନିର୍ମିତ ଜିଓ ସିନ୍ଥେଟିକ ଟ୍ୟୁବୱାଲ ସମୁଦ୍ର ଜୁଆରକୁ ରୋକି ପାରୁନାହିଁ। ଏହାର ଗାବିୟନ ବକ୍ସ ଓ ସୁରକ୍ଷା ପ୍ରାଚୀରରେ ଥିବା ପଥର ସମୁଦ୍ର ଗର୍ଭକୁ ଚାଲିଯାଉଛି। ବହୁ ସମୟରେ ବିଶେଷଜ୍ଞ ତଟବର୍ତ୍ତୀ ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି।
– ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri