ବିପର୍ଯ୍ୟୟ ପରିଚାଳନା ପାଇଁ ଭିତ୍ତିଭୂମି ଆବଶ୍ୟକ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୦: ସାମୁଦ୍ରିକ ଝଡ଼ ଅଥବା ଅକ୍ଟୋବର ୨୯ ତାରିଖ ଆସିଲେ, ୨୩ ବର୍ଷର ପୂର୍ବ ମହାବାତ୍ୟା ମନେପଡ଼େ। ୧୯୯୯ର ଏହି ମହାବାତ୍ୟାରେ ରାଜ୍ୟର ୧୪ ଜିଲାରେ ସମୁଦ୍ରକୂଳଠାରୁ ପ୍ରାୟ ୧୫୦ କିଲୋମିଟର ଆଭ୍ୟନ୍ତର ଅଞ୍ଚଳରେ ପ୍ରବଳ ବର୍ଷା ସହ ତୋଫାନ ସୃଷ୍ଟି ହୋଇଥିଲା। ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନହାନି ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ୩୯୭ ଜଣଙ୍କ ମୃତ୍ୟୁ ଘଟିଥିଲା। ୩୮ ଜଣଙ୍କ ସମ୍ବନ୍ଧରେ ଅଦ୍ୟାବଧି ଖୋଜ ଖବର ନାହିଁ। ୧୮୦୩ ଜଣ ଆହତ ହୋଇଥିଲେ। ସେହିପରି ୩ ହଜାରରୁ ଅଧିକ ମାଛଧରା ଡଙ୍ଗା, ୪୮,୯୦୬ ଗୃହପାଳିତ ପଶୁପକ୍ଷୀଙ୍କ ସହ ଜିଲାରେ ୨,୯୭,୮୧୪ଟି ଘର ଭାଙ୍ଗିଥିବା ଜିଲା ଜରୁରିକାଳୀନ ବିଭାଗ ସୂତ୍ରରୁ ସୂଚନା ମିଳୁଛି। ଅପରପକ୍ଷରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭିତ୍ତିଭୂମି ଅଦ୍ୟାବଧି ସୁଦୃଢ଼ ହୋଇନାହିଁ। ଉଚ୍ଚ ତଟବନ୍ଧ ନିର୍ମାଣ, ତଟାଞ୍ଚଳରେ ଅଧିକ ହେନ୍ତାଳ ବଣ ସୃଷ୍ଟି ଏହାକୁ ରୋକିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଚିହ୍ନଟରେ ସୀମିତ ୬୪ ସୁନାମିପ୍ରବଣ ଗ୍ରାମ
ମହାବାତ୍ୟା ଆମକୁ ଅନେକ ଶିକ୍ଷା ଦେଇଛି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ କ୍ଷତିରୁ ରକ୍ଷା ପାଇଁ ୨୦୦୫ ମସିହାରେ ଓସ୍‌ଡମା ପକ୍ଷରୁ ତଟଠାରୁ ଦେଢ଼ କିମି ଭୂଭାଗ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ସେହି ସମୟରେ ରାଜନଗର ବ୍ଲକ ୪୬ ଓ ମହାକାଳପଡ଼ା ବ୍ଲକର ୧୮ ଗ୍ରାମକୁ ସୁନାମିପ୍ରବଣ ବୋଲି ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ଏହାକୁ ପ୍ରାୟ ୧୭ ବର୍ଷ ବିତିଛି। ତଟବନ୍ଧକୁ ଉଚ୍ଚା କରିବା, ଅଧିକ ହେନ୍ତାଳବଣ ସୃଷ୍ଟି କରିବା ଅଦ୍ୟାବଧି ସମ୍ଭବ ହୋଇନାହିଁ। ସାମୁଦ୍ରିକ ଝଡ଼ ଆସିଲେ ଜନଜୀବନ ବ୍ୟସ୍ତ ହୋଇପଡୁଛି।
– ସୁନୀଲ କୁମାର ଗନ୍ତାୟତ,
ସାମାଜିକ କର୍ମୀ, ମହାକାଳପଡ଼ା
୭୪୪ କିମି ତଟବନ୍ଧ ଅସୁରକ୍ଷିତ
କେନ୍ଦ୍ରାପଡ଼ା ଜିଲାରେ ଆଳି ତଟବନ୍ଧ ଅଧୀନରେ ଥିବା ମୋଟ ୭୪୪ କିଲୋମିଟର ତଟବନ୍ଧର ସୁରକ୍ଷା ଏବେ ପ୍ରଶ୍ନବାଚୀ ହୋଇଛି। ଝଡ଼ବାତ୍ୟା ସମୟରେ ତଟବନ୍ଧ ଡେଇଁ ଚାଷ ଜମିକୁ ପାଣି ପଶିବା ସହ କେତେକ ଗ୍ରାମକୁ କ୍ଷତି କରୁଛି। ତଟବନ୍ଧକୁ ଅନୂ୍ୟନ ୬ ମିଟର ଉଚ୍ଚା କରିବାକୁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରୁନାହିଁ। ଗତ ଅଗଷ୍ଟରେ ଏହି ତଟବନ୍ଧ ମଧ୍ୟରୁ ମାତ୍ର ୩୨ କି.ମି. ତଟବନ୍ଧ ପାଇଁ ରାଜ୍ୟ ସରକାର ମାତ୍ର ୨୦,୫୬୨.୪୯ ଟଙ୍କା ଦେଇଛନ୍ତି। ତଟବନ୍ଧ ସୁରକ୍ଷା କ୍ଷେତ୍ରରେ ଏହା ସମୁଦ୍ରକୁ ଶଙ୍ଖେ ପରି।
– ପ୍ରତାପ କୁମାର ପାଢ଼ୀ,
ସାମାଜିକ କର୍ମୀ, ପଟ୍ଟାମୁଣ୍ଡାଇ
ବାତ୍ୟା, ବନ୍ୟାରେ ସ୍ଥାନାନ୍ତର ମନେପଡ଼େ
କେନ୍ଦ୍ରାପଡ଼ା ଜିଲାରେ ବାତ୍ୟା, ବନ୍ୟା, ସୁନାମି ଭୟ ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ସୁରକ୍ଷା ପାଇଁ ସ୍ଥାନାନ୍ତର ସାଧାରଣ ଘଟଣା ହୋଇଛି। ଜିଲାରେ ଥିବା ଥଇଥାନସ୍ଥଳର ନିରୀକ୍ଷଣ ଓ ରକ୍ଷଣାବେକ୍ଷଣର ଘୋର ଅଭାବ ଦେଖାଦେଇଛି। ୩୧୭ଟି ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳ ଏବେ ଅସୁରକ୍ଷିତ ଅବସ୍ଥାରେ ଅଛି। ପାନୀୟ ଜଳ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ପାଇଖାନା ସମସ୍ୟା ସବୁବେଳେ ଦେଖାଦେଇଛି। ସେହିପରି କେତେକ ସ୍ଥାନରେ ଜେନେରେଟର, ଲାଇପ ଜ୍ୟାକେଟ ଆଦି ସୁବିଧା ନାହିଁ।
– ନୀହାର ରଞ୍ଜନ ପ୍ରଧାନ,
ସାମାଜିକ କର୍ମୀ, ଡେରାବିଶ
ହେନ୍ତାଳ ବଣ ହିଁ ସାମୁଦ୍ରିକ ଝଡ଼ରୁ ରକ୍ଷା କରିବ
ହେନ୍ତାଳବଣର ସାନ୍ଧ୍ରତା ଓ ନମନୀୟତା ପାଇଁ ସାମୁଦ୍ରିକ ଝଡ଼ ଓ ସୁନାମି କ୍ଷେତ୍ରରେ ସମୁଦ୍ରର ସୁରକ୍ଷା ପ୍ରାଚୀର କୁହାଯାଏ। ଏହାର ଉଦାହରଣ ୧୯୯୯ ମହାବାତ୍ୟାରେ ଦେଖିବାକୁ ମିଳିଥିଲା। ପ୍ରଚୁର ହେନ୍ତାଳବଣ ଯୋଗୁ ସମୁଦ୍ର ଜଳ ଜିଲାର ବହୁ ଅଞ୍ଚଳକୁ ପ୍ରବେଶ କରି ପାରି ନ ଥିଲା। ୩୩ କୋଟି ବ୍ୟୟରେ ପେଣ୍ଠଠାରେ ନିର୍ମିତ ଜିଓ ସିନ୍ଥେଟିକ ଟ୍ୟୁବୱାଲ ସମୁଦ୍ର ଜୁଆରକୁ ରୋକି ପାରୁନାହିଁ। ଏହାର ଗାବିୟନ ବକ୍ସ ଓ ସୁରକ୍ଷା ପ୍ରାଚୀରରେ ଥିବା ପଥର ସମୁଦ୍ର ଗର୍ଭକୁ ଚାଲିଯାଉଛି। ବହୁ ସମୟରେ ବିଶେଷଜ୍ଞ ତଟବର୍ତ୍ତୀ ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି।
– ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍‌, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri