Categories: ଜାତୀୟ

ବଢୁଛି ସଂକ୍ରମଣ, ସ୍କୁଲ୍‌ ବନ୍ଦ ଉପରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୨୦।୪: ରାଜଧାନୀରେ ଦୈନିକ ସଂକ୍ରମଣ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ। ତେବେ ବୈଠକରେ ବଢୁଥିବା ସଂକ୍ରମଣ ଉପରେ ଆଲୋଚନା ହେବା ସହ ମାସ୍କ ଲଗାଇବା ବାଧ୍ୟତାମୂଳକ ଓ ସ୍କୁଲ ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବସିବ।
ଏଥିରେ ମଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲ, ମନୀଷ ସିସୋଦିଆ, ସତ୍ୟନ୍ଦ୍ର ଜୈନଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ରହିବେ ।

ରାଜଧାନୀରେ କିଛି ଦିନ ହେବ ଅନେକ ସ୍କୁଲ ଛାତ୍ର ଓ ଶିକ୍ଷକମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଭଳି ମାମଲା ସାମ୍ନାକୁ ଆସିବା ପରେ ବି ସ୍କୁଲକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବନି ସରକାର ସ୍ପଷ୍ଟ କହିଛନ୍ତିି । ଅନ୍ୟପଟେ ଦେଶରେ ଆଜି ୨,୦୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ୬୫.୭ ପ୍ରତିଶତ ସଂକ୍ରମଣ ବଢିଛି ।

Share