ବନ୍ୟା ବିପନ୍ନଙ୍କ ପାଇଁ ‘ଆପାଦ ମିତ୍ର’

ଯାଜପୁର ଅଫିସ,୧୫ା୧୧:ସରକାରୀ ସହାୟତା ପହଞ୍ଚିବା ପୂର୍ବରୁ ବନ୍ୟା ବିପନ୍ନଙ୍କୁ ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ (କମ୍ୟୁନିଟି ଲେବୁଲ ଭଲେଣ୍ଟିୟର) ତୁରନ୍ତ ସହଯୋଗ କରିବେ। ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଓଏସ୍‌ଡିଏମ୍‌ଏ) ପକ୍ଷରୁ ଆପାଦ ମିତ୍ର ଯୋଜନା କାର୍ଯ୍ୟକାରୀ ହୋଇଛି। ଏଥିରେ ରାଜ୍ୟର ୧୬ଟି ଜିଲାର ଚିହ୍ନଟ ୪୪୦୦ ଜଣ ସ୍ବେଚ୍ଛାସେବୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯିବ। ସୋମବାରଠାରୁ ଜିଲାସ୍ତରରେ ପ୍ରଥମ ବ୍ୟାଚ୍‌ ତାଲିମ ପ୍ରଦାନ ଆରମ୍ଭ ହୋଇଛି। ୧୨ ଦିନ ପର୍ଯ୍ୟନ୍ତ ପ୍ରତି ବ୍ୟାଚ୍‌ ତାଲିମ ପାଇଁ ୬,୨୯,୨୦୦ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏହି ତାଲିମ ପରିଚାଳନା ପାଇଁ ଜିଲା ଜରୁରିକାଳୀନ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରତି ବ୍ୟାଚ୍‌ ତାଲିମ ପାଇଁ ୮ ଜଣଙ୍କୁ ତାଲିମଦାତା ଭାବେ ନିଯୁକ୍ତି ଦିଆଯାଇଛି। ଏହି ଯୋଜନା ସୂଚାରୁରୂପେ କାର୍ଯ୍ୟକାରୀ କରାଗଲେ ବନ୍ୟା ବିପନ୍ନମାନେ କେତେକାଂଶରେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ତେବେ ଏହି ଲୋକହିତକର ଯୋଜନା ସମ୍ପର୍କରେ ଆବଶ୍ୟକ ପ୍ରଚାର ପ୍ରସାର କରାଯାଇ ନ ଥିବାରୁ ବହୁ ଇଚ୍ଛୁକ ସ୍ବେଚ୍ଛାସେବୀ ଏହି ତାଲିମରୁ ବଞ୍ଚିତ ହେବେ ବୋଲି ମତପ୍ରକାଶ ପାଇଛି।
ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡିକରେ ବନ୍ୟା ବିତ୍ପାତ ନୂଆ କଥା ନୁହେଁ। ବର୍ଷା ଋତୁ ଆସିଲେ ନଦୀକୂଳବାସୀ ଭୟରେ କାଳାତିପାତ କରିଥାନ୍ତି। ସେଥିମଧ୍ୟରୁ ବନ୍ୟା ବିପନ୍ନ ଜିଲା ଭାବେ ଯାଜପୁର ଅନ୍ୟତମ। ଏହି ଜିଲାର ବୈତରଣୀ ଏବଂ ବ୍ରାହ୍ମଣୀ ସହ ଏହାର ଶାଖା ନଦୀରେ ୨୦୨୦ ଅଗଷ୍ଟ ଶେଷ ବେଳକୁ ହୋଇଥିବା ବନ୍ୟା ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ବୋଲି କୁହାଯାଉଛି। ଏଥିରେ ୧୨ ଜଣଙ୍କ ଜୀବନ ଯାଇଥିବାବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିଲେ। କୃଷି କ୍ଷେତ୍ର ସମେତ ରାସ୍ତାଘାଟ, ଘରଦ୍ୱାର, ନଦୀବନ୍ଧ ଆଦି ଛାରଖାର ହୋଇଯାଇଥିଲା। ଜଳସମ୍ପଦ ବିଭାଗର ଯାଜପୁର, ଜାରକା, ଆଉଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଖୋର୍ଦ୍ଧା ଓ ବାଲେଶ୍ୱର ଡିଭିଜନର ୩୬ଟି ସ୍ଥାନରେ ସମୁଦାୟ ୧୬୨୫ ମିଟର ଘାଇ ସୃଷ୍ଟି ହୋଇଥିଲା। କେବଳ ଯାଜପୁର ଜିଲାର ୨୫ଟି ସ୍ଥାନରେ ୧୩୧୦ ମିଟର ପର୍ଯ୍ୟନ୍ତ ଘାଇ ସୃଷ୍ଟି ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଥିଲା। ଏହାପରେ ବି ପ୍ରାୟ ପ୍ରତିବର୍ଷ ଛୋଟବଡ ବନ୍ୟା ଲାଗି ରହିଛି। ଏହିକ୍ରମରେ ଓଏସ୍‌ଡିଏମ୍‌ଏର ଆପାଦ ମିତ୍ର ଯୋଜନାକୁ ବନ୍ୟା ଅଞ୍ଚଳବାସୀ ସ୍ବାଗତ କରୁଛନ୍ତି। ଉକ୍ତ ଯୋଜନାରେ ଚାଲିଥିବା ତାଲିମ ଶିବିରରେ ସ୍ବେଚ୍ଛାସେବୀମାନେ ୧୨ ଦିନ ପର୍ଯ୍ୟନ୍ତ ରହିବେ। ପ୍ରଥମ ଦିନ ତାଲିମରେ ଶିବିରାର୍ଥୀମାନଙ୍କୁ ୟୁନିଫର୍ମ, ଟୋପି, ହୁଇସିଲ ଆଦି ପ୍ରଦାନ କରାଯିବ। ତାଲିମ ସରିବା ପରେ ଶିବିରାର୍ଥୀମାନଙ୍କୁ ଟ୍ରାଭେଲିଂ ଆଲାଉନ୍ସ ପ୍ରଦାନ କରାଯିବ। ତାଲିମ ସମୟରେ ଗାଇଡ୍‌ଲାଇନ ଅନୁସାରେ ଶିବିରାର୍ଥୀମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିବେ। ସଫଳତାର ସହ ତାଲିମ ଶେଷ କରିଥିବା ସ୍ବେଚ୍ଛାସେବୀମାନଙ୍କୁ ଜରୁରିକାଳୀନ କିଟ୍‌ ଓ ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି କିଟ୍‌ ବନ୍ୟା ସମୟରେ କାମରେ ଲାଗିବ।
ଜିଲାସ୍ତରରେ ୬ରୁ ୯ ବ୍ୟାଚ୍‌ରେ ତାଲିମ ପ୍ରଦାନ କରାଯିବ। ପ୍ରତି ବ୍ୟାଚ୍‌ରେ ପ୍ରାୟ ୪୦ ଜଣ ସ୍ବେଚ୍ଛାସେବୀ ତାଲିମ ଗ୍ରହଣ କରିବେ। ଏଥିରେ ୫୦ ଜଣ ୧୨ ଦିନ ପର୍ଯ୍ୟନ୍ତ ରହିବା ଖର୍ଚ୍ଚ ବାବଦକୁ ୧,୨୦,୦୦୦ଟଙ୍କା, ଖାଦ୍ୟ ପାଇଁ ୧,୬୮,୦୦୦ ଟଙ୍କା, ତାଲିମ କେନ୍ଦ୍ର ଏବଂ ସାଉଣ୍ଡ ଖର୍ଚ୍ଚ ପାଇଁ ୪୮,୦୦୦ ଟଙ୍କା, ପ୍ରମାଣପତ୍ର ବାବଦକୁ ୫,୦୦୦ ଟଙ୍କା, ଖାତା, କଲମ, ପେନସିଲ ଆଦି ବାବଦକୁ ୫,୦୦୦ ଟଙ୍କା, ବ୍ୟାଗ କିଣବା ବାବଦକୁ ୨୪,୦୦୦ ଟଙ୍କା, ଫଟୋ ଓ ଷ୍ଟେଶନାରୀ ପାଇଁ ୮,୨୦୦ ଟଙ୍କା, ତାଲିମଦାତାଙ୍କ ଫି ୯୬ ୦୦୦ ଟଙ୍କା, ତାଲିମଦାତାଙ୍କ ଟିଏ ବାବଦକୁ ୪୦୦୦ ଟଙ୍କା, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗ ପାଇଁ ୨୦,୦୦୦ ଟଙ୍କା, ତାଲିମ ଓ ଫାଷ୍ଟଏଡ ବାବଦକୁ ୧୦,୦୦୦ ଟଙ୍କା, ସ୍ବେଚ୍ଛାସେବୀଙ୍କ ଟିଏ ବାବଦକୁ ୯୬୦୦୦ ଟଙ୍କା, ରାଜ୍ୟ ଓ ଜିଲାସ୍ତରରେ ନିରୀକ୍ଷଣ ପାଇଁ ୨୦,୦୦୦ ଟଙ୍କା, ଫଟୋଗ୍ରାଫି ପାଇଁ ୫ ହଜାର ଖର୍ଚ୍ଚ ହେବ। ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଯାଜପୁର, ଖୋର୍ଦ୍ଧା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼ ଓ ରାୟଗଡା ଜିଲାରେ ଏହି ଯୋଜନା ଆରମ୍ଭ ହୋଇଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲା ଜରୁରିକାଳୀନ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କାଙ୍କୁ ପଚାରିବାରୁ ସେ କହିଛନ୍ତି, ଆପାଦ ମିତ୍ର ଯୋଜନାରେ ସୋମବାର ବିରଜା ମଣ୍ଡପ ଠାରେ ୪୦ ଜଣ ସ୍ବେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ବନ୍ୟା ସମୟରେ ଏହି ସ୍ବେଚ୍ଛାସେବୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଜରୁରିକାଳୀନ ସୂଚନା ଦେବା ସହ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri