ନୂଆ ନିଯୁକ୍ତି ନ ଥିବାରୁ ନିରାଶ

ବଇଣ୍ଡା, ୨୩।୪: (ଡି.ଏନ.ଏ.) ୩୫ ହଜାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ହେଲେ ୩ ବର୍ଷ ହେଲା ସମ୍ପୃକ୍ତ ଡାକ୍ତର ଉଚ୍ଚଶିକ୍ଷା ପାଇଁ ଚାଲିଯିବା ପରେ ଖାଲି ପଡ଼ିଛି ଅନୁଗୋଳ ଜିଲା ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସେହି ଏକମାତ୍ର ଡାକ୍ତର ପଦବୀ। କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ବଇଣ୍ଡା ଡାକ୍ତରଖାନା ଥିବାରୁ ଏହାର ଗୁରୁତ୍ୱ ବେଶ୍‌ ଅଧିକ। ପ୍ରାୟ ଦୈନିକ ଏକାଧିକ ଦୁର୍ଘଟଣାଗ୍ରସ୍ତଙ୍କୁ ଏଠାକୁ ଚିକିତ୍ସା ପାଇଁ ଅଣାଯାଇଥାଏ। ହେଲେ ଡାକ୍ତର ନ ଥିବାରୁ ଦୁର୍ଘଟଣାଗ୍ରସ୍ତ କିମ୍ବା ଏହା ଉପରେ ନିର୍ଭରଶୀଳ କିଶୋରନଗର ବ୍ଲକର ୬ ପଞ୍ଚାୟତବାସୀ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି। ବାରମ୍ବାର ଦାବି, ଅଭିଯୋଗ ସ୍ବତ୍ତ୍ୱେ ନୂଆ ଡାକ୍ତର ନିଯୁକ୍ତି ଦିଆଯାଉ ନ ଥିବାରୁ ଏଠାକୁ ଆସୁଥିବା ରୋଗୀଙ୍କୁ ନିରାଶ ହେବାକୁ ପଡ଼ୁଛି।
କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନୁନୁକାପଶି, ଗାଁ ବଇଣ୍ଡା, କଣ୍ଟେଇକୋଳିଆ, ଜାମୁନାଳୀ, ଲୁହାମୁଣ୍ଡା ଓ ଆଠମଲ୍ଲିକ ବ୍ଲକର ପେଡିପଥର ପଞ୍ଚାୟତର ଲୋକେ ନିର୍ଭରଶୀଳ। ଏହି ୬ ପଞ୍ଚାୟତ ମଧ୍ୟରୁ କେତୋଟି ଗ୍ରାମ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ। ହେଲେ ସାମାନ୍ୟ ଜ୍ୱର ହେଲେ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ସେବା ମିଳିପାରୁ ନାହିଁ। କାରଣ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୩ ବର୍ଷ ହେଲା ଏକମାତ୍ର ଏମ୍‌ବିବିଏସ୍‌ ଡାକ୍ତର ପଦବୀ ଖାଲି ପଡ଼ିଛି। ନିଯୁକ୍ତି ପାଇଥିବା ଡାକ୍ତର ଜଣକ ଉଚ୍ଚଶିକ୍ଷା ପାଇଁ ଯିବା ପରଠାରୁ ଏହି ମେଡିକାଲକୁ ଜଣେ ଆୟୁଷ ଡାକ୍ତର ସମ୍ଭାଳୁଛନ୍ତି। କିନ୍ତୁ ୨୪ ଘଣ୍ଟିଆ ସେବା ବ୍ୟବସ୍ଥା ଏଠାରେ ନାହିଁ। ଆବଶ୍ୟକ ସଂଖ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି। ଡାକ୍ତରଙ୍କ କ୍ୱାର୍ଟର୍ସ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ସେଠାରେ କେହି ରହୁନାହାନ୍ତି। ତେଣୁ ମେଡିକାଲକୁ ଆସୁଥିବା ରୋଗୀ, ଗର୍ଭବତୀ ମହିଳା, ଆସନ୍ନ ପ୍ରସବା ନିରାଶ ହୋଇ ଘରୋଇ ମେଡିକାଲ ନଚେତ ୩୫ କି.ମି. ଦୂର କିଶୋରନଗର ଓ ୭୦ କି.ମି. ଦୂର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ଦୁର୍ଘଟଣାରେ ଗୁରୁତରଙ୍କୁ ମଧ୍ୟ ଏଠାରୁ ତୁରନ୍ତ ଅନୁଗୋଳ ରେଫର କରିଦିଆଯାଉଛି। ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ବଇଣ୍ଡା ମେଡିକାଲକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ୧୦ ଡିସେମ୍ବର ୨୦୨୦, ୫ ମାର୍ଚ୍ଚ ୨୦୨୧, ୨୯ ମେ ୨୦୨୨, ୧୦ ଜାନୁୟାରୀ ୨୦୨୩ରେ ବଇଣ୍ଡା ଗ୍ରାମବାସୀ ଆଠମଲ୍ଲିକ ବିଧାୟକ, ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?