ନୂଆ ନିଯୁକ୍ତି ନ ଥିବାରୁ ନିରାଶ

ବଇଣ୍ଡା, ୨୩।୪: (ଡି.ଏନ.ଏ.) ୩୫ ହଜାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ହେଲେ ୩ ବର୍ଷ ହେଲା ସମ୍ପୃକ୍ତ ଡାକ୍ତର ଉଚ୍ଚଶିକ୍ଷା ପାଇଁ ଚାଲିଯିବା ପରେ ଖାଲି ପଡ଼ିଛି ଅନୁଗୋଳ ଜିଲା ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସେହି ଏକମାତ୍ର ଡାକ୍ତର ପଦବୀ। କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ବଇଣ୍ଡା ଡାକ୍ତରଖାନା ଥିବାରୁ ଏହାର ଗୁରୁତ୍ୱ ବେଶ୍‌ ଅଧିକ। ପ୍ରାୟ ଦୈନିକ ଏକାଧିକ ଦୁର୍ଘଟଣାଗ୍ରସ୍ତଙ୍କୁ ଏଠାକୁ ଚିକିତ୍ସା ପାଇଁ ଅଣାଯାଇଥାଏ। ହେଲେ ଡାକ୍ତର ନ ଥିବାରୁ ଦୁର୍ଘଟଣାଗ୍ରସ୍ତ କିମ୍ବା ଏହା ଉପରେ ନିର୍ଭରଶୀଳ କିଶୋରନଗର ବ୍ଲକର ୬ ପଞ୍ଚାୟତବାସୀ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି। ବାରମ୍ବାର ଦାବି, ଅଭିଯୋଗ ସ୍ବତ୍ତ୍ୱେ ନୂଆ ଡାକ୍ତର ନିଯୁକ୍ତି ଦିଆଯାଉ ନ ଥିବାରୁ ଏଠାକୁ ଆସୁଥିବା ରୋଗୀଙ୍କୁ ନିରାଶ ହେବାକୁ ପଡ଼ୁଛି।
କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନୁନୁକାପଶି, ଗାଁ ବଇଣ୍ଡା, କଣ୍ଟେଇକୋଳିଆ, ଜାମୁନାଳୀ, ଲୁହାମୁଣ୍ଡା ଓ ଆଠମଲ୍ଲିକ ବ୍ଲକର ପେଡିପଥର ପଞ୍ଚାୟତର ଲୋକେ ନିର୍ଭରଶୀଳ। ଏହି ୬ ପଞ୍ଚାୟତ ମଧ୍ୟରୁ କେତୋଟି ଗ୍ରାମ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ। ହେଲେ ସାମାନ୍ୟ ଜ୍ୱର ହେଲେ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ସେବା ମିଳିପାରୁ ନାହିଁ। କାରଣ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୩ ବର୍ଷ ହେଲା ଏକମାତ୍ର ଏମ୍‌ବିବିଏସ୍‌ ଡାକ୍ତର ପଦବୀ ଖାଲି ପଡ଼ିଛି। ନିଯୁକ୍ତି ପାଇଥିବା ଡାକ୍ତର ଜଣକ ଉଚ୍ଚଶିକ୍ଷା ପାଇଁ ଯିବା ପରଠାରୁ ଏହି ମେଡିକାଲକୁ ଜଣେ ଆୟୁଷ ଡାକ୍ତର ସମ୍ଭାଳୁଛନ୍ତି। କିନ୍ତୁ ୨୪ ଘଣ୍ଟିଆ ସେବା ବ୍ୟବସ୍ଥା ଏଠାରେ ନାହିଁ। ଆବଶ୍ୟକ ସଂଖ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି। ଡାକ୍ତରଙ୍କ କ୍ୱାର୍ଟର୍ସ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ସେଠାରେ କେହି ରହୁନାହାନ୍ତି। ତେଣୁ ମେଡିକାଲକୁ ଆସୁଥିବା ରୋଗୀ, ଗର୍ଭବତୀ ମହିଳା, ଆସନ୍ନ ପ୍ରସବା ନିରାଶ ହୋଇ ଘରୋଇ ମେଡିକାଲ ନଚେତ ୩୫ କି.ମି. ଦୂର କିଶୋରନଗର ଓ ୭୦ କି.ମି. ଦୂର ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ଦୁର୍ଘଟଣାରେ ଗୁରୁତରଙ୍କୁ ମଧ୍ୟ ଏଠାରୁ ତୁରନ୍ତ ଅନୁଗୋଳ ରେଫର କରିଦିଆଯାଉଛି। ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ସହ ବଇଣ୍ଡା ମେଡିକାଲକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ୧୦ ଡିସେମ୍ବର ୨୦୨୦, ୫ ମାର୍ଚ୍ଚ ୨୦୨୧, ୨୯ ମେ ୨୦୨୨, ୧୦ ଜାନୁୟାରୀ ୨୦୨୩ରେ ବଇଣ୍ଡା ଗ୍ରାମବାସୀ ଆଠମଲ୍ଲିକ ବିଧାୟକ, ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri