ବାଲି ଘୋଷଣାନାମାରେ ଯୁଦ୍ଧକୁ ନେଇ ମତଭେଦ

ବାଲି,୧୭।୧୧(ପି.ଟି.): ଇଣ୍ଡୋନେସିଆର ବାଲିଠାରେ ଜି୨୦ ବୈଠକ ବୁଧବାର ଶେଷ ହୋଇଛି। ଏହି ଅବସରରେ ଜି୨୦ ବାଲି ଘୋଷଣାନାମାରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମତପାର୍ଥକ୍ୟ ଥିବା ସ୍ବୀକାର କରାଯାଇଛି। ତେବେ ଯୁଦ୍ଧବେଳେ ବନ୍ଦୀ ଥିବା ସାଧାରଣ ନାଗରିକମାନଙ୍କୁ ସୁରକ୍ଷା ସମେତ ଅନ୍ତର୍ଜାତୀୟ ଆଇନକୁ ମାନିବା ଲାଗି ଘୋଷଣାନାମାରେ ଗୁରୁତ୍ୱ ଦିଆଯାଇଛି। ଆଣିବକ ଅସ୍ତ୍ର ବ୍ୟବହାର କିମ୍ବା ଏଭଳି ଧମକକୁ ସମସ୍ତ ସଦସ୍ୟ ବିରୋଧ କରୁଥିବା ସ୍ପଷ୍ଟ କରିଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଉପାୟରେ ଯୁଦ୍ଧର ଅବସାନ ଲାଗି ସେମାନେ ଆହ୍ବାନ ଦେଇଛନ୍ତି। ତେବେ ଜି୨୦ ବାଲି ନେତୃବୃନ୍ଦଙ୍କ ଘୋଷଣାନାମା ଡ୍ରାଫ୍ଟିଂ ବେଳେ ବିବାଦୀୟ ବିତର୍କ ହୋଇଥିଲା ବୋଲି ଇଣ୍ଡୋନେସିଆ ରାଷ୍ଟ୍ରପତି ଖବରଦାତା ସମ୍ମିଳନୀରେ ସ୍ବୀକାର କରିଛନ୍ତି।

ଆଜିର ଯୁଗ ଆଦୌ ଯୁଦ୍ଧର ଯୁଗ ନୁହେଁ ବୋଲି ଘୋଷଣାନାମାରେ କୁହାଯାଇଛି। ଗତ ସେପ୍ଟେମ୍ବରରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଯାହା କହିଥିଲେ, ତାହା ଜି୨୦ରେ ପ୍ରତିଫଳିତ ହୋଇଛି। ମୋଦିଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ସହମତି ଆଣିବା ଦିଗରେ ପ୍ରମୁଖ ଭୂମିକା ନିଭାଇଥିଲେ ବୋଲି ବହିର୍ବ୍ୟାପାର ସଚିବ ବିନୟ କ୍ୱାଟ୍ରା କହିଛନ୍ତି।
ଜାତିସଂଘ ସୁରକ୍ଷା ପରିଷଦରେ ଜାତୀୟ ସ୍ଥିତି ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଯାହା କହିଥିଲେ ଜି୨୦ରେ ତାହା ଦୋହରାଇଥିବା ଘୋଷଣାନାମାରୁ ସ୍ପଷ୍ଟ ହୋଇଛି। ଅଧିକାଂଶ ସଦସ୍ୟ ରାଷ୍ଟ୍ର ୟୁକ୍ରେନ୍‌ ଯୁଦ୍ଧକୁ ଦୃଢ଼ ନିନ୍ଦା କରିଥିଲେ। ତେବେ କେତେକେ ଏହା ଉପରେ ଭିନ୍ନ ମତ ରଖିଥିଲେ। ଦସ୍ତାବିଜ୍‌ରେ ଯୁଦ୍ଧକୁ ନେଇ ଖୁବ୍‌ କମ୍‌ ଲେଖା ହୋଇଥିବାବେଳେ ଏହା ସମିଟ୍‌ର ମୁଖ୍ୟ ବିଷୟବସ୍ତୁ ଥିଲା ବୋଲି ଓ୍ବିଡୋଡୋ କହିଛନ୍ତି। କୋଭିଡ୍‌ ମହାମାରୀ ପରେ ଅର୍ଥନୀତି ଉପରେ ଏହା ବିଶ୍ୱର ଯୁଦ୍ଧ ଭଳି ମନେ ହେଉଥିବା ସେ କହିଛନ୍ତି। ଜି୨୦ ସମିଟ୍‌ରେ ରୁଷିଆ ରାଷ୍ଟ୍ରପତି ପୁଟିନ ଯୋଗ ଦେଇ ନ ଥିବାବେଳେ ତାଙ୍କ ତରଫରୁ ଉପସ୍ଥିତ ଥିବା ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭରୋଭ୍‌ ଘୋଷଣାନାମାର ଦିନକ ପୂର୍ବରୁ ସମିଟ୍‌ ଛାଡ଼ି ଚାଲିଯାଇଥିଲେ। ଗତ ଫେବୃୟାରୀ ୨୪ରୁ ୟୁକ୍ରେନ୍‌ ଉପରେ ରୁଷିଆ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିଥିଲେ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଭର୍ଚୁଆଲି ଜି୨୦ ନେତାମାନଙ୍କୁ ଉଦ୍‌ବୋଧନ ଦେଇ ଧ୍ୱଂସାତ୍ମକ ଯୁଦ୍ଧର ଅନ୍ତ ଚାହିଁଥିଲେ।

ଜି୨୦ ଅଧ୍ୟକ୍ଷତା ଗ୍ରହଣ କଲା ଭାରତ

ଆସନ୍ତା ବର୍ଷ ଲାଗି ଜି୨୦ର ଅଧ୍ୟକ୍ଷତା କରିବ ଭାରତ। ବୁଧବାର ଇଣ୍ଡୋନେସିଆ ଭାରତକୁ ଜି୨୦ ଅଧ୍ୟକ୍ଷତା ହସ୍ତାନ୍ତର କରିଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ବାଲିରେ ଦୁଇଦିନିଆ ଜି୨୦ ସମିଟ୍‌ ଶେଷରେ ଏକ ସଂକ୍ଷିପ୍ତ ଉତ୍ସବରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜି୨୦ ଅଧ୍ୟକ୍ଷତା ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଦେଶର ମିଳିତ ଉଦ୍ୟମକ୍ରମେ ଜି୨୦ ସମିଟ୍‌କୁ ବିଶ୍ୱ କଲ୍ୟାଣ ଲାଗି ଏକ ଉତ୍‌ପ୍ରେରକରେ ପରିଣତ କରିପାରିବା ବୋଲି ମୋଦି ଏହି ଅବସରରେ କହିଛନ୍ତି। ଅଧ୍ୟକ୍ଷତା କାଳରେ ଭାରତ ଦେଶର ବିଭିନ୍ନ ରାଜ୍ୟ ଓ ସହରରେ ବୈଠକ ଆୟୋଜନ କରିବ। ପୂର୍ବରୁ ଭାରତର ବହିର୍ବ୍ୟାପାର ସଚିବ ବିନୟ କ୍ୱାତ୍ରା କହିଥିଲେ, ଜି୨୦ ଫଳାଫଳ ଦସ୍ତାବିଜ୍‌ ଡ୍ରାଫ୍ଟିଂରେ ଭାରତର ଗଠନମୂଳକ ଅବଦାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri