ବାଲି ଘୋଷଣାନାମାରେ ଯୁଦ୍ଧକୁ ନେଇ ମତଭେଦ

ବାଲି,୧୭।୧୧(ପି.ଟି.): ଇଣ୍ଡୋନେସିଆର ବାଲିଠାରେ ଜି୨୦ ବୈଠକ ବୁଧବାର ଶେଷ ହୋଇଛି। ଏହି ଅବସରରେ ଜି୨୦ ବାଲି ଘୋଷଣାନାମାରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମତପାର୍ଥକ୍ୟ ଥିବା ସ୍ବୀକାର କରାଯାଇଛି। ତେବେ ଯୁଦ୍ଧବେଳେ ବନ୍ଦୀ ଥିବା ସାଧାରଣ ନାଗରିକମାନଙ୍କୁ ସୁରକ୍ଷା ସମେତ ଅନ୍ତର୍ଜାତୀୟ ଆଇନକୁ ମାନିବା ଲାଗି ଘୋଷଣାନାମାରେ ଗୁରୁତ୍ୱ ଦିଆଯାଇଛି। ଆଣିବକ ଅସ୍ତ୍ର ବ୍ୟବହାର କିମ୍ବା ଏଭଳି ଧମକକୁ ସମସ୍ତ ସଦସ୍ୟ ବିରୋଧ କରୁଥିବା ସ୍ପଷ୍ଟ କରିଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଉପାୟରେ ଯୁଦ୍ଧର ଅବସାନ ଲାଗି ସେମାନେ ଆହ୍ବାନ ଦେଇଛନ୍ତି। ତେବେ ଜି୨୦ ବାଲି ନେତୃବୃନ୍ଦଙ୍କ ଘୋଷଣାନାମା ଡ୍ରାଫ୍ଟିଂ ବେଳେ ବିବାଦୀୟ ବିତର୍କ ହୋଇଥିଲା ବୋଲି ଇଣ୍ଡୋନେସିଆ ରାଷ୍ଟ୍ରପତି ଖବରଦାତା ସମ୍ମିଳନୀରେ ସ୍ବୀକାର କରିଛନ୍ତି।

ଆଜିର ଯୁଗ ଆଦୌ ଯୁଦ୍ଧର ଯୁଗ ନୁହେଁ ବୋଲି ଘୋଷଣାନାମାରେ କୁହାଯାଇଛି। ଗତ ସେପ୍ଟେମ୍ବରରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଯାହା କହିଥିଲେ, ତାହା ଜି୨୦ରେ ପ୍ରତିଫଳିତ ହୋଇଛି। ମୋଦିଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ସହମତି ଆଣିବା ଦିଗରେ ପ୍ରମୁଖ ଭୂମିକା ନିଭାଇଥିଲେ ବୋଲି ବହିର୍ବ୍ୟାପାର ସଚିବ ବିନୟ କ୍ୱାଟ୍ରା କହିଛନ୍ତି।
ଜାତିସଂଘ ସୁରକ୍ଷା ପରିଷଦରେ ଜାତୀୟ ସ୍ଥିତି ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଯାହା କହିଥିଲେ ଜି୨୦ରେ ତାହା ଦୋହରାଇଥିବା ଘୋଷଣାନାମାରୁ ସ୍ପଷ୍ଟ ହୋଇଛି। ଅଧିକାଂଶ ସଦସ୍ୟ ରାଷ୍ଟ୍ର ୟୁକ୍ରେନ୍‌ ଯୁଦ୍ଧକୁ ଦୃଢ଼ ନିନ୍ଦା କରିଥିଲେ। ତେବେ କେତେକେ ଏହା ଉପରେ ଭିନ୍ନ ମତ ରଖିଥିଲେ। ଦସ୍ତାବିଜ୍‌ରେ ଯୁଦ୍ଧକୁ ନେଇ ଖୁବ୍‌ କମ୍‌ ଲେଖା ହୋଇଥିବାବେଳେ ଏହା ସମିଟ୍‌ର ମୁଖ୍ୟ ବିଷୟବସ୍ତୁ ଥିଲା ବୋଲି ଓ୍ବିଡୋଡୋ କହିଛନ୍ତି। କୋଭିଡ୍‌ ମହାମାରୀ ପରେ ଅର୍ଥନୀତି ଉପରେ ଏହା ବିଶ୍ୱର ଯୁଦ୍ଧ ଭଳି ମନେ ହେଉଥିବା ସେ କହିଛନ୍ତି। ଜି୨୦ ସମିଟ୍‌ରେ ରୁଷିଆ ରାଷ୍ଟ୍ରପତି ପୁଟିନ ଯୋଗ ଦେଇ ନ ଥିବାବେଳେ ତାଙ୍କ ତରଫରୁ ଉପସ୍ଥିତ ଥିବା ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭରୋଭ୍‌ ଘୋଷଣାନାମାର ଦିନକ ପୂର୍ବରୁ ସମିଟ୍‌ ଛାଡ଼ି ଚାଲିଯାଇଥିଲେ। ଗତ ଫେବୃୟାରୀ ୨୪ରୁ ୟୁକ୍ରେନ୍‌ ଉପରେ ରୁଷିଆ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିନ୍ଦା କରିଥିଲେ। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଭର୍ଚୁଆଲି ଜି୨୦ ନେତାମାନଙ୍କୁ ଉଦ୍‌ବୋଧନ ଦେଇ ଧ୍ୱଂସାତ୍ମକ ଯୁଦ୍ଧର ଅନ୍ତ ଚାହିଁଥିଲେ।

ଜି୨୦ ଅଧ୍ୟକ୍ଷତା ଗ୍ରହଣ କଲା ଭାରତ

ଆସନ୍ତା ବର୍ଷ ଲାଗି ଜି୨୦ର ଅଧ୍ୟକ୍ଷତା କରିବ ଭାରତ। ବୁଧବାର ଇଣ୍ଡୋନେସିଆ ଭାରତକୁ ଜି୨୦ ଅଧ୍ୟକ୍ଷତା ହସ୍ତାନ୍ତର କରିଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।
ବାଲିରେ ଦୁଇଦିନିଆ ଜି୨୦ ସମିଟ୍‌ ଶେଷରେ ଏକ ସଂକ୍ଷିପ୍ତ ଉତ୍ସବରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜି୨୦ ଅଧ୍ୟକ୍ଷତା ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଦେଶର ମିଳିତ ଉଦ୍ୟମକ୍ରମେ ଜି୨୦ ସମିଟ୍‌କୁ ବିଶ୍ୱ କଲ୍ୟାଣ ଲାଗି ଏକ ଉତ୍‌ପ୍ରେରକରେ ପରିଣତ କରିପାରିବା ବୋଲି ମୋଦି ଏହି ଅବସରରେ କହିଛନ୍ତି। ଅଧ୍ୟକ୍ଷତା କାଳରେ ଭାରତ ଦେଶର ବିଭିନ୍ନ ରାଜ୍ୟ ଓ ସହରରେ ବୈଠକ ଆୟୋଜନ କରିବ। ପୂର୍ବରୁ ଭାରତର ବହିର୍ବ୍ୟାପାର ସଚିବ ବିନୟ କ୍ୱାତ୍ରା କହିଥିଲେ, ଜି୨୦ ଫଳାଫଳ ଦସ୍ତାବିଜ୍‌ ଡ୍ରାଫ୍ଟିଂରେ ଭାରତର ଗଠନମୂଳକ ଅବଦାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri