ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣଙ୍କ ପରେ ଜଣେ କରିଥିଲେ ବଳାତ୍କାର: ୩ ଜଣ ଜଣଙ୍କୁ ଅଟକ ରଖି…

ରାୟଗଡ଼ା/ଗୁଡ଼ାରି,୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଛି। ଜଣେ ୧୮ବର୍ଷୀୟା ଦିବ୍ୟାଙ୍ଗ ଯୁବତୀ ମାନସିକ ଦୁରବସ୍ଥା ଥିବାରୁ ଏହାର ଫାଇଦା ଉଠାଇ ସୋମବାର ଅପରାହ୍ନ ପ୍ରାୟ ୪ଟାରେ ୩ ଜଣ ଯୁବକ ତାଙ୍କୁ ବାଇକ୍‌ରେ ଉଠାଇନେଇ ଗଣବଳାତ୍କାର କରିଛନ୍ତି। ରାୟଗଡ଼ା ଜିଲା ଗୁଡ଼ାରି ଥାନା ଅନ୍ତର୍ଗତ ନାଇରା ଗାଁରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଝିଅକୁ ଉଲଗ୍ନ ଅବସ୍ଥାରେ ଉଦ୍ଧାରକରି ମା’ ଘରକୁ ନେବା ପରେ ଗୁଡ଼ାରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗୁଡ଼ାରି ପୋଲିସ କେସ୍‌ ନଂ. ୨/୨୬ରେ ମାମଲା ରୁଜୁକରିଛି। ଗୁଣପୁର ଏସ୍‌ଡିପିଓ ବାବୁଲି ନାୟକ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ୩ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଗୁଡାରି ଥାନା ଆଇଆଇସି ସମର୍ପିତା ସ୍ବାଇଁ ସୂଚନା ଦେଇଛନ୍ତି। ଏ ନେଇ ପୀଡ଼ିତାଙ୍କ ଡାକ୍ତରୀ ମାଇନା ପାଇଁ ଗୁଣପୁର ଉପଖଣ୍ଡ ମେଡିକାଲକୁ ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ମହିଳାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି।
ପୀଡ଼ିତାଙ୍କ ମା’ଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ସେ ଓ ତାଙ୍କ ୩ ଝିଅ ଗାଁ ନିକଟରେ ଲିଜ୍‌ ନେଇଥିବା କପାବାଡ଼କୁ ସୋମବାର କପା ତୋଳିବା ପାଇଁ ଯାଇଥିଲେ। ଦିନ ପ୍ରାୟ ୨ଟା ବେଳେ କାମ ସରିଯିବା ପରେ ବଡ଼ ଝିଅକୁ କାଠ ନେଇ ଘରକୁ ଆଗରେ ଯିବା ପାଇଁ କହିଥିଲେ।ତେବେ ସେ ଘରକୁ ଫେରି ଝିଅକୁ ନ ପାଇ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିଲେ। ପରେ ଭାଲିଆଡାଙ୍ଗ ନିକଟରେ ଝିଅକୁ ଉଲଗ୍ନ ଅବସ୍ଥାରେ ବସି କାନ୍ଦୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଝିଅକୁ ଲୁଗା ପିନ୍ଧାଇ ଘରକୁ ଆଣିବା ପରେ ଝିଅ ମା’ଙ୍କୁ ସମସ୍ତ ଘଟଣା ବିଷୟରେ କହିଥିଲା ବୋଲି ସେ କହିଛନ୍ତି। ସିନ୍ତାଲଗୁଡ଼ା ଗ୍ରାମର ମଣ୍ଟୁ ଶବର, ଅଜିତ ଶବର ଓ ସୁକାନ୍ତ ଶବର ଝିଅକୁ ମୋଟରସାଇକେଲରେ ଉଠାଇନେଇ ନିକଟସ୍ଥ ଭାଲିଆଡାଙ୍ଗକୁ ନେଇ ଯାଇଥିଲେ। ସେଠାରେ ଝିଅକୁ ଜଣକ ପରେ ଜଣେ ୩ ଜଣ ବଳାତ୍କାର କରିଥିଲେ। ଝିଅ ମାନସିକ ବିକାରଗ୍ରସ୍ତ ହୋଇଥିବାର ଫାଇଦା ଉଠାଇ ୩ଯୁବକ ଏହି କାଣ୍ଡ ଭିଆଇଥିବା ପୀଡ଼ିତାଙ୍କ ମାଆ ଲିଖିତ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ହେବ ତ ଏମିତି: ବୌଦ୍ଧରେ ଧାନ ରୋଇଲେ, ଦାରିଙ୍ଗବାଡିରେ ଚର୍ଚ୍ଚା, ଦେଖନ୍ତୁ VIDEO

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ମାଟିର ପୁଅ ଯେତେବେଳେ କିଛି ଭଲ କାର୍ଯ୍ୟ କରି ଲୋକଲୋଚନକୁ ଆସେ, ସେତେବେଳେ କେବଳ ସେ ମାଟିର ସୁନା ପୁଅ ପାଇଁ ତାଙ୍କ ପରିବାର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମେଧାବୀ ଛାତ୍ରୀଙ୍କୁ ସ୍କୁଟି ସହ ମିଳିବ ପେଟ୍ରୋଲ

ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶର ଯୋଗୀ ସରକାର ଖୁବ୍ ଶୀଘ୍ର ରାଜ୍ୟର ମେଧାବୀ ଛାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ମେଧାବୀ ଛାତ୍ରୀମାନଙ୍କୁ ସ୍କୁଟି ଦେବା…

ଧର୍ମେନ୍ଦ୍ରଙ୍କ ଇସ୍ତଫା କାହିଁକି ନେଉନାହାନ୍ତି ମୋଦି ସରକାର? ଭିତିରି ରହସ୍ୟ ଖୋଲିଦେଲେ ଅଖିଲେଶ, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ସିଜେପିର (CJP) ପ୍ରଦର୍ଶନ ସମୟରେ ହୋଇଥିବା ଲାଠିଚାର୍ଜ ଏବଂ ପୋଲିସ ହିଂସାରେ ଅନେକ ଛାତ୍ରୀଛାତ୍ର ଆହତ ହୋଇଥିଲେ। ଏହି ପ୍ରଦର୍ଶନକାରୀମାନେ NEET ପ୍ରଶ୍ନପତ୍ର ଲିକ୍‌…

ସରକାରଙ୍କ ଉପରେ ବଢ଼ିଲା ଚାପ, ଶେଷରେ ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୭: କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ ଅନେକ ଯୁବକ ମଧ୍ୟ ଆହତ ହୋଇଥିଲେ। କେନ୍ଦ୍ରୀୟ…

ଜଣେ ଶିକ୍ଷକରେ ଚାଲିଛି ୧୪୫୮ ସ୍କୁଲ

ଭୁବନେଶ୍ୱର,୨୧।୭: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ UDISE+(Unified District Information System for Education Plus (UDISE+) ରିପୋର୍ଟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ତଥ୍ୟ ମୁତାବକ,…

ମହିଳା ସଶକ୍ତିକରଣ ଜରୁରୀ: ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ…

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଶକ୍ତିଶ୍ରୀ ଯୋଜନା ମାଧ୍ୟମରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଏକ…

‘ହୁଏତ ଶିକ୍ଷାମନ୍ତ୍ରୀଙ୍କୁ ଲେଖି ଆସେନି…’; ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରି ମହୁଆ କହିଲେ…

ନୂଆଦିଲ୍ଲୀ,୨୧।୭: ନିଟ୍‌ (NEET) ପେପର ଲିକ୍‌ ମାମଲାକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କ୍ରମାଗତ ଭାବରେ ଉଠୁଛି। ଏହି ପ୍ରସଙ୍ଗରେ କକ୍ରୋଚ ଜନତା ପାର୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri