ଫଟା ପାଇପ୍‌ରେ ମିଶୁଛି ଅପରିଷ୍କାର ପାଣି

ରାଉରକେଲା,୨୪।୧୨(ଦିନେଶ ମିଶ୍ର): ରାଉରକେଲା ସହରରେ ଝାଡ଼ାବାନ୍ତି ଆତଙ୍କ ଲାଗି ରହିଥିବା ବେଳେ ଏବେମଧ୍ୟ ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟି ରାସ୍ତାରେ ପାଣି ବୋହୁଛି। ଫଳରେ ଏହି ଫଟା ପାଇପ୍‌ରେ ଅପରିଷ୍କାର ପାଣି ମିଶୁଥିବାରୁ ଲୋକେ ରୋଗଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ଏଭଳି ଦୃଶ୍ୟ ବାସନ୍ତୀ କଲୋନି ସ୍ଥିତ ଏଫ୍‌ଇ-୧୧ ଘର ସମ୍ମୁଖରେ ଥିବା ଏକ ସେଫ୍‌ଟି ଟାଙ୍କି ନିକଟରେ ଦେଖିବାକୁ ମିଳିଛି।

ବାସନ୍ତୀ କଲୋନୀ ସ୍ଥିତ ଏଫ୍‌ଇ ଓ ଏଇ ବ୍ଲକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ୬ ମାସ ତଳେ ୱାଟକୋ ପକ୍ଷରୁ ନୂଆ ପାଇପ୍‌ ଲାଇନ ସଂଯୋଗୀକରଣ କରାଯାଇଥିଲା। ଏହି କାମ ସରିବା ପରେ ଉକ୍ତ ଅଞ୍ଚଳର ଲୋକଙ୍କୁ ୨୪ ଘଣ୍ଟା ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ଫଳରେ ଲୋକମାନେ ନିଜ ଘରକୁ ପାଇପ୍‌ ସଂଯୋଗ କରିଥିଲେ। ତେବେ ୩ ମାସ ଭିତରେ କାମ ସରିବା ପରେ ୱାଟକୋ ବିଭାଗ ପାଣି ଲାଇନକୁ ଯାଞ୍ଚ ନ କରି ସିଧାସଳଖ ପାଣି ଛାଡି ଦେଇଥିଲା। ଏଭଳି ନୂତନ ବାରମ୍ବାର ପାଇପ୍‌ ଲାଇନରେ ପାଣି ଆସିବାର କିଛି ଦିନ ପରେ ଏଫ୍‌ଇ ବ୍ଲକ ଅଞ୍ଚଳରେ ପାଇପ ଫାଟିଯିବାରୁ ରାସ୍ତା ଉପରେ ପାଣି ଭାସୁଛି।

ଏ ନେଇ ସ୍ଥାନୀୟ ଲୋକେ ୱାଟକୋ ବିଭାଗ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯେଉଁ ସ୍ଥାନରେ ପାଣି ପାଇପ ଫାଟି ପାଣି ଝରୁଛି ସେଠାରେ ଏକ ସେଫ୍‌ଟି ଟାଙ୍କି ରହିଛି। ଏହାର ପାଣି ପାଇପ୍‌ରେ ମିଶିବା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଉକ୍ତ ବ୍ଲକର ଶହେ ମିଟର ଦୂରରେ ଏକ ପାଇପ୍‌ ଫାଟି ପାଣି ବୋହୁଛି। ଏହି ପାଇପ୍‌ରେ ଡ୍ରେନ ପାଣି ମିଶୁଥିବାରୁ ଲୋକଙ୍କ ଘରକୁ ଗୋଳିଆ ଓ ଅପରିଷ୍କାର ପାଣି ଆସୁଛି। ବର୍ତ୍ତମାନ ସହରରେ ଝାଡ଼ାବାନ୍ତି ପ୍ରଭାବ ରହିଥିବାବେଳେ ଏଭଳି ପାଇପ୍‌ ଫାଟି ବାହାର ଅପରିଷ୍କାର ପାଣି ମିଶିବା ଯୋଗୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୱାଟକୋ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ଏ ନେଇ ରାଉରକେଲା ୱାଟକୋ ଉପମହାପ୍ରବନ୍ଧକ ପ୍ରତାପ କେଶରୀ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ, ସହରରେ ବର୍ତ୍ତମାନ ଝାଡ଼ାବାନ୍ତି ପରିସ୍ଥିତିକୁ ନେଇ ୱାଟ୍‌କୋ ବିଭାଗ ସଜାଗ ରହିଛି। ପାଇପ ଫାଟିଥିବା ସ୍ଥାନଗୁଡିକୁ ଯାଞ୍ଚ କରିବା ପାଇଁ ଏକ ସ୍ବତନ୍ତ୍ର ୧୧ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ରିପୋର୍ଟ ଅନୁଯାୟୀ ସହରରେ ବର୍ତ୍ତମାନ ସୁଦ୍ଧା ୱାଟକୋ ପକ୍ଷରୁ ୫୩ଟି ସ୍ଥାନରେ ଫାଟିଥିବା ପାଣି ପାଇପ୍‌ ମରାମତି କାମ ସରିଛି। ଆହୁରି ୩୨ଟି ସ୍ଥାନରେ ପାଇପ୍‌ ଫାଟି ପାଣି ବୋହୁଥିବା ନେଇ ଅଭିଯୋଗ ରହିଛି। ଆଗାମୀ ୧୫ ଦିନ ଭିତରେ ସମସ୍ତ ପାଣିପାଇପ୍‌ ମରାମତି କାମ ସାରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯେଉଁଠାରେ ୱାଟର ପ୍ଲାଣ୍ଟ ରହିଛି ସେଠାରେ ପ୍ରତିଦିନ ହାଇଜେନିକ୍‌ ପଦ୍ଧତିରେ ପାଣିକୁ ବିଶ୍ଳେଷଣ କରିବା ପରେ ପିଇବା ପାଇଁ ଛଡାଯାଉଛି। ସହରରେ କିଭଳି ଝାଡ଼ାବାନ୍ତି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଆମ ଟିମ୍‌ ଉଦ୍ୟମ ଜାରି ରଖିଛି ବୋଲି ମହାନ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri