ଇନ୍ଦ୍ରଦ୍ୟୁମ୍ନରେ ପଶୁଛି ମଇଳା ପାଣି

ପୁରୀ ଅଫିସ,୭ା୯: ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ପଶୁଛି ମଇଳା ପାଣି। ସ୍ବେରେଜ ନଳା ଫାଟିଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଏକାଧିକଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିିଁ। ଫଳରେ ପବିତ୍ର ତୀର୍ଥ ପୁଷ୍କରିଣୀର ଏଭଳି ସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ ହେଉଛି ଇନ୍ଦ୍ରଦ୍ୟୁମ୍ନ। ହିନ୍ଦୁ ଧର୍ମାବଲମ୍ବୀମାନେ ପବିତ୍ର ପଞ୍ଚତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ବିଶ୍ୱାସ ରଖନ୍ତି। ଏଭଳି ତୀର୍ଥଯାତ୍ରୀଙ୍କ ଭାବାବେଗ ସହ ଜଡ଼ିତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ପ୍ରାୟ ଦୁଇବର୍ଷରୁ ଊର୍ଦ୍ଧ୍ୱ ହେବ ପାଚେରୀ ଭାଙ୍ଗିପଡ଼ିିଥିବାବେଳେ ନିକଟରେ ଏହାର ମରାମତି କରାଯାଇଛି। ମାତ୍ର ପୂର୍ବପଟେ ରାସ୍ତା ତଳେ ଯାଇଥିବା ସ୍ବେରେଜ ବୋର୍ଡ ନଳାର ଗୋଟିଏ ଜଏଣ୍ଟ ସ୍ଥାନ ଫାଟି ଯିବାରୁ ଏଠାରୁ ମଇଳା ପାଣି ବାହାରି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମିଶୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୁଷ୍କରିଣୀର ତିନିପାର୍ଶ୍ୱ ପାଚେରୀ ଭାଙ୍ଗିଯାଇଥିଲା। ବହୁ ଦିନ ପର୍ଯ୍ୟନ୍ତ ପାଚେରୀ ମରାମତି କରାଗଲା ନାହିଁ। ମାତ୍ର ନିକଟରେ ଏହା ମରାମତି କରାଯାଇଛି। ପୂର୍ବ ପାର୍ଶ୍ୱରେ ଯେଉଁ ପାଚେରୀ କରାଗଲା ତା’ର ୨/୩ ଫୁଟ ବ୍ୟବଧାନରେ ଗୋଟିଏ ଲେଖାଏ ଗାତ ଖୋଳାଯାଇଛି। ଯଦି ବର୍ଷା ଅଧିକ ହୁଏ କାଳେ ପାଚେରୀ ପୁଣି ଭୁଶୁଡ଼ିଯିବ ସେଥିପାଇଁ ଏହି ଗାତ କରାଯାଇଛି। ତେବେ ଏହି ପୂର୍ବ ପାର୍ଶ୍ୱ ପାଚେରୀ ଭୁଶୁଡ଼ିବା ସମୟରେ ଏହା ନିକଟ ଦେଇ ଯାଇଥିବା ସ୍ବେରେଜ ନଳାର ଜଏଣ୍ଟ ସ୍ଥାନ ଏବଂ ପାନୀୟଜଳ ଯୋଗାଣ ପାଇପ ଫାଟି ଯାଇଥିଲା। ଫଳରେ ସ୍ବେରେଜର ମଇଳା ପାଣି ପୁଷ୍କରିଣୀରେ ପଶୁଥିଲା। ରାସ୍ତା ଉପରେ ଏହି ପାଣି ମାଡ଼ି ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପାଣି ପାଇପ ଫାଟିଥିବା ସ୍ଥାନକୁ ମରାମତି କରାଯାଇ ଜଳ ଯୋଗାଣ ବ୍ୟବସ୍ଥା ସ୍ବାଭାବିକ କରାଯାଇଥିଲେ ମଧ୍ୟ ସ୍ବେରେଜ ନଳା ସେମିତି ରହିଛି। ଫଳରେ ସ୍ବେରେଜ ପାଣି ବାହାରି ପାଚେରୀରେ ଥିବା ଗାତ ମଧ୍ୟ ଦେଇ ଇନ୍ଦ୍ରଦ୍ୟୁମ୍ନରେ ମିଶୁଛି। ସେହିପରି ପୂର୍ବପାର୍ଶ୍ୱ ପୁଷ୍କରିଣୀ କଡ଼ରେ ଥିବା ଡ୍ରେନ ଭାଙ୍ଗି ଯାଇଥିବାରୁ ଏହାର ଆବର୍ଜନା ପାଣି ଇନ୍ଦ୍ରଦ୍ୟୁମ୍ନକୁ ଯାଉଛି। ମାତ୍ର ସ୍ବେରେଜର ମଇଳା ପାଣି ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ମିଶ୍ର କହିଛନ୍ତି, ସ୍ବେରେଜ ନଳା ଫାଟି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମଇଳା ପାଣି ପଶୁଥିବା ବିଷୟରେ ମୋ’ ପାଖରେ ଖବର ନ ଥିଲା। ଯଦି ଏପରି ହୋଇଛି ଏ ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?