ସହଯୋଗ ଲୋଡ଼ିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ମାଡ଼ି ଚାଲିଛି ଓମିକ୍ରନ। ମଙ୍ଗଳବାର ରାଜ୍ୟରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ଛନକା ପଶିଛି। ଏହାର ମୁକାବିଲା ଲାଗି ଲଗାତର ଉଚ୍ଚସ୍ତରୀୟ ବୈଠକ ବସୁଛି । ରାଜ୍ୟରେ ଓମିକ୍ରନ ପହଞ୍ଚି ସାରିଥିଲେ ବି ଏଯାବତ୍‌ କାୟା ମେଲାଇ ପାରିନି। ତଥାପି ଏହାକୁ ସହଜ ଭାବରେ ନେବାନି । ଏବେଠୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବା ଉଚିତ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଏଥିନିମନ୍ତେ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଏ ନେଇ ସେ କହିଛନ୍ତି, ସଂକ୍ରମଣ ରୋକିବା ପାଇଁ କମ୍ୟୁନିଟିର ବଡ଼ ଦାୟିତ୍ୱ ରହିଛି । ସମସ୍ତେ ସହଯୋଗର ହାତ ବଢାଇଲେ ସଂକ୍ରମଣକୁ ରୋକି ହେବ। ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ସର୍ଭେଲାନ୍ସ ଜାରି ରହିଛି । ବର୍ତ୍ତମାନ ସ୍ଥିତି ଗମ୍ଭୀର ହୋଇ ନ ଥିଲେ ବି ଏହାକୁ ହାଲୁକା ଭାବେ ନେବାନି।