ନିର୍ଦ୍ଦେଶକ ପ୍ରତାପ ପୋଥେନଙ୍କ ପରଲୋକ

ଥିରୁଭାନନ୍ତପୁରମ୍‌, ୧୬ା୭: ମାଲୟାଲମ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ପ୍ରତାପ ପୋଥେନ(୬୯)ଙ୍କ ଶୁକ୍ରବାର ସକାଳେ ଚେନ୍ନାଇସ୍ଥିତ ବାସଭବନରେ ପରଲୋକ ଘଟିଛି। ୪ ଦଶନ୍ଧିର ଫିଲ୍ମ କ୍ୟାରିୟର ମଧ୍ୟରେ ସେ ଶତାଧିକ ମାଲୟାଲମ, ତାମିଲ, ତେଲୁଗୁ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିବା ସହ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଥମେ ଅଭିନେତ୍ରୀ ରାଧିକାଙ୍କୁ ସେ ବିବାହ କରିଥିଲେ। ତାଙ୍କଠାରୁ ଅଲଗା ହେବାପରେ ସେ ଅନ୍ୟତ୍ର ବାହା ହୋଇଥିଲେ।

Share