ରିୟାଙ୍କ ସାଙ୍ଗରେ କାମ କରିବାକୁ ଚାହିଁ ବସିଛନ୍ତି ଏହି ବଲିଉଡ୍‌ ନିର୍ଦ୍ଦେଶକ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଅନେକ ସେଲିବ୍ରେଟ ତାଙ୍କ ସମର୍ଥନରେ ବାହାରିଛନ୍ତି। ନିର୍ଦ୍ଦେଶକ ନିଖିଲ ଦ୍ୱିବେଦୀ ରିୟାଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ସେ ରିୟାଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିଖିଲ ଅନେକ ଟୁଇଟ୍‌ କରି ଲେଖିଛନ୍ତି- ରିୟା, ମୁଁ ତୁମକୁ ଜାଣେ ନାହିଁ। ମୁଁ ଜାଣେ ନାହିଁ ତୁମେ କେଉଁ ପ୍ରକାରର ଯୁବତୀ। ବୋଧହୁଏ ତୁମେ ଦେଖାଯାଉଥିବା ପରି ଖରାପ। ସମ୍ଭବତ ନୁହେଁ। ମୁଁ ଜାଣେ ଯେ ଆପଣଙ୍କ ସହ ଯାହା ହୋଇଛି ତାହା ଅନ୍ୟାୟ, ବେଆଇନ ଅଟେ। ଏକ ସଭ୍ୟ ଦେଶ ଯେପରି ଆଚରଣ କରେ ନାହିଁ। ଯେତେବେଳେ ଏସବୁ ସମାପ୍ତ ହେବ, ଆମେ ଆପଣଙ୍କ ସହିତ କାମ କରିବାକୁ ଚାହିଁବୁ। ଅପେକ୍ଷାରେ ରହିଲୁ ବୋଲି ନିଖିଲ୍‌ କହିଛନ୍ତି। ନିଖିଲ୍‌ଙ୍କ ଟୁଇଟ୍‌ ଦେଖି ୟୁଜର୍ସ ତାଙ୍କୁ ଟ୍ରୋଲ୍‌ କରିବାକୁ ପଛାଇ ନାହାନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଛନ୍ଦି ହୋଇପଡିଚନ୍ତି। ସେ ସୁଶାନ୍ତଙ୍କ ଡ୍ରଗ୍ସ ଦେବାସହ ନିଜେ ଡଗ୍ସ ନେଉଥିବା ଅଭିଯୋଗ ହୋଇଛି। ଡ୍ରଗ୍ସ ବେପାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ରିୟା ଗିରଫ୍‌ ହୋଇଛନ୍ତି।

Share