ବଲିଉଡ୍‌ରୁ ଇସ୍ତଫା ନେଲେ ଏହି ସଫଳ ନିର୍ଦ୍ଦେଶକ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ଅନେକ ପରିବର୍ତ୍ତନ ଆସିଛି। ନେପୋଟିଜିମ୍‌ଠାରୁ ଆରମ୍ଭକରି ଜଣେ ଅନ୍ୟ ଜଣଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ଏହି କ୍ରମରେ ବଲିଉଡ୍‌ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ବଲିଉଡ୍‌ରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପ୍ରକୃତରେ ଏକ ଅଭିଯାନ, ଯେଉଁଥିରେ ଅନ୍ୟ ଫିଲ୍ମ ନିର୍ମାତାମାନେ ମଧ୍ୟ ନିଜକୁ ସାମିଲ କରିଛନ୍ତି। ଅନୁଭବ ଟୁଇଟ୍‌ କରି ଏହା ଜଣାଇଛନ୍ତି। ସେ ଲେଖିଛନ୍ତି, ବହୁତ ହୋଇଗଲା। ମୁଁ ବଲିଉଡ୍‌ରୁ ଇସ୍ତଫା ଦେଉଛି। ଏଥିସହ ସେ ନିଜ ଟ୍ବିଟର ପ୍ରୋଫାଇଲ ମଧ୍ୟ ବଦଳାଇଦେଇଛନ୍ତି। ନିଜ ନାମ ସମ୍ମୁଖରେ ସେ ନଟ୍‌ ବଲିଉଡ୍‌ ଲେଖିଛନ୍ତି।

Share