Categories: ଜାତୀୟ

ଲାଞ୍ଚ ନେବା ଘଟଣାରେ ଦୋଷୀ ସାବ୍ୟସ୍ତ ପାଇଁ ପ୍ରତ୍ୟକ୍ଷ ସାକ୍ଷ୍ୟ ଜରୁରୀ ନୁହେଁ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୫।୧୨ : ସୁପ୍ରିମକୋର୍ଟ କହିଛନ୍ତି ଯେ ଲାଞ୍ଚ ନେବା ଘଟଣାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ କିମ୍ବା ଅଭିଯୋଗକାରୀ ମରିଯାଇଥିଲେ ମଧ୍ୟ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରା ଯାଇ ପାରିବ। ଏନେଇ ପ୍ରତ୍ୟକ୍ଷ ସାକ୍ଷ୍ୟ ଜରୁରୀ ନୁହେଁ। ୫ ଜଣିଆ ସମ୍ବିଧାନ ବେଞ୍ଚ ସ୍ବୀକାର କରିଛନ୍ତି ଯେ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ସଂଗୃହିତ ଅନ୍ୟ ପ୍ରମାଣକୁ ମଧ୍ୟ ଏହି ମାମଲାରେ ଗ୍ରହଣ କରାଯାଇ ପାରିବ।

ଦୁର୍ନୀତି ନିବାରଣ ଆଇନ ସଂଶୋଧନ ବିଲ-୨୦୧୮ ରେ ଲାଞ୍ଚ ପ୍ରଦାନକାରୀଙ୍କୁ ମଧ୍ୟ ଏହାର ପରିସରକୁ ଅଣାଯାଇଛି। ଦୁର୍ନୀତିକୁ ରୋକିବା ଏବଂ ସଚ୍ଚୋଟ କର୍ମଚାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏଥିରେ ବ୍ୟବସ୍ଥା ଅଛି। ସରକାରୀ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଚଳାଇବା ପୂର୍ବରୁ କେନ୍ଦ୍ର ମାମଲାରେ ଲୋକପାଳରୁ ଏବଂ ରାଜ୍ୟ ମାମଲାରେ ଲୋକାୟୁକ୍ତଙ୍କଠାରୁ ଅନୁମତି ନେବାକୁ ପଡିବ। ଲାଞ୍ଚ ପ୍ରଦାନକାରୀଙ୍କୁ ତାଙ୍କ ମାମଲା ଉପସ୍ଥାପନ କରିବାକୁ ୭ ଦିନ ଦିଆଯିବ, ଯାହାକି ୧୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ଅନୁସନ୍ଧାନ ବେଳେ କେଉଁ ପରିସ୍ଥିତିରେ ଲାଞ୍ଚ ଦିଆଯାଇଥିଲା ତାହା ମଧ୍ୟ ଯାଞ୍ଚ୍‌ କରାଯିବ।

Share