ସିଙ୍ଗାପୁର, ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ଆରମ୍ଭ

ଭୁବନେଶ୍ବର, ୪।୬ (ବ୍ୟୁରୋ) ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ଶନିବାରଠାରୁ ଆରମ୍ଭ ହୋଇଛି। ପ୍ରଥମେ ସକାଳ ୬ଟା ୨୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପ୍ରଥମେ ସିଙ୍ଗାପୁରକୁ ବିମାନ ଉଡ଼ିଥିଲା। ଏଥିରେ ୧୮୦ଜଣ ଯାତ୍ରୀ ଯାତ୍ରା କରିଥିଲେ। ପରେ ଅପରାହ୍ନ ୪ଟା ୫୦ରେ ଅନ୍ୟଏକ ବିମାନ ଏଠାରୁ ବ୍ୟାଙ୍କକ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ଉଭୟ ରୁଟ୍‌ରେ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯାଉଥିବାବେଳେ ସପ୍ତାହରେ ଦୁଇଥର ମଙ୍ଗଳବାର ଓ ଶନିବାର ବିଶ୍ୱର ଏହି ଦୁଇ ପ୍ରମୁଖ ସହର ସିଧାସଳଖ ବିମାନ ଚଳାଚଳ କରିବ। ଅପରପକ୍ଷେ ଭାରତୀୟ ସମୟ ମଧ୍ୟାହ୍ନ ୨ଟା ୨୦ରୁ ପ୍ରଥମ ବିମାନ ସିଙ୍ଗାପୁରରୁ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୪ଟାରେ ଏଠାରେ ପହଞ୍ଚତ୍ଥିଲା। ପୂର୍ବ ନିିର୍ଦ୍ଧାରିତ ସୂଚନା ଅନୁଯାୟୀ ବିମାନରେ ୧୮୬ଜଣ ଯାତ୍ରୀ ରହିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ ସମସ୍ତ ଯାତ୍ରୀଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା। ପ୍ରାରମ୍ଭିକ ଉପହାର ସ୍ବରୁପ ଯିବା କିମ୍ବା ଆସିବା ପାଇଁ ଟିକେଟର ମୂଲ୍ୟ ୭ହଜାର ୫ଶହ ଟଙ୍କା ଓ ଉଭୟ ଯିବା ଆସିବା ପାଇଁ ୧୫ହଜାର ଟଙ୍କା ରହିଥିଲା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଭୁବନେଶ୍ୱରରୁ ପ୍ରଥମେ ଦୁବାଇକୁ ଓ ଏବେ ସିଙ୍ଗାପୁର ଏବଂ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ଏହି ସେବା ଓଡ଼ିଶାକୁ ଦକ୍ଷିଣ-ପୂର୍ବ ଏସୀୟ ଦେଶସମୂହ ତଥା ବିଶ୍ୱ ସହିତ ସଂଯୋଗ କରିବ। ଏଥିସହ ଓଡିଶାର ଯୁବକଙ୍କ ପାଇଁ ଚାକିରି ସୁଯୋଗକୁ ପ୍ରୋତ୍ସାହିତ କରିବ। ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ବିକଶିତ କରିବା ସହ ଆଇଟି ଓ ଆଇଟିଏସ୍‌ କ୍ଷେତ୍ରକୁ ମଧ୍ୟ ସମୃଦ୍ଧ କରିବ। ଏହି ଅନ୍ତର୍ଜାତୀୟ ବିମାନଗୁଡ଼ିକ ବିଶେଷକରି ପର୍ଯ୍ୟଟକଙ୍କୁ ଅଧିକ ସୁବିଧା ତଥା ସୁଲଭ ଯାତ୍ରା ବିକଳ୍ପ ଯୋଗାଇଦେବା ସହିତ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ଉତ୍ସାହିତ କରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri