୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ

କାମାକ୍ଷାନଗର, ୬।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପ୍ରମୁଖ କେନ୍ଦ୍ରସ୍ଥଳ କାମାକ୍ଷାନଗର ଏନ୍‌ଏସିର ଅଧ୍ୟକ୍ଷ ପଦବୀ ଲାଗି ଦୀର୍ଘ ୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଶେଷଥର ପାଇଁ ୧୯୯୨ରେ ଭୋଟର ସିଧାସଳଖ ଭୋଟଦେଇ ନଗରପାଳଙ୍କୁ ଚୟନ କରିଥିଲେ। ଚଳିତବର୍ଷ ଅନୁରୂପ ଭାବେ ଭୋଟିଂ ହେଉଥିବାରୁ ସହରୀ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।
୧୯୭୯ ଡିସେମ୍ବର ୨୬ରେ କାମାକ୍ଷାନଗରକୁ ମିଳିଥିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା। ତେବେ ଦୀର୍ଘ ୧୩ବର୍ଷ ଧରି ପ୍ରଶାସକଙ୍କ ହାତରେ ରହିଥିଲା ଏନ୍‌ଏସି ପରିଚାଳନା ଦାୟିତ୍ୱ। ୧୯୯୨ରେ ପ୍ରଥମ କରି ଏଠାରେ ଅଧ୍ୟକ୍ଷ ପଦବୀ ଲାଗି ସିଧାସଳଖ ଭୋଟିଂ ହୋଇଥିବାବେଳେ ଜନତା ଦଳରୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ବ୍ରହ୍ମାନନ୍ଦ ମହାନ୍ତି। ତେବେ କାର୍ଯ୍ୟକାଳ ଶେଷ ହେବାର ୨ବର୍ଷ ପୂର୍ବରୁ ପରିଷଦକୁ ଭାଙ୍ଗି ଦିଆଯାଇଥିଲା। ୧୯୯୭ରେ ଅନୁଷ୍ଠିତ ପରୋକ୍ଷ ନିର୍ବାଚନରେ କଂଗ୍ରେସର ମନୋଜ ମଞ୍ଜରୀ ତ୍ରିପାଠୀ ଏବଂ ୨୦୦୩ରେ କଂଗ୍ରେସର ଗୋବିନ୍ଦ ଚନ୍ଦ୍ର ସାହୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୦୬ରେ ଗୋବିନ୍ଦଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ବିଜେଡିର ଯଶୋବନ୍ତ ପରିଡ଼ା ତାଙ୍କଠାରୁ ଅଧ୍ୟକ୍ଷ ପଦ ଛଡ଼ାଇ ନେଇଥିଲେ। ଏହାପରଠାରୁ ବିଜେଡି ଅଧୀନରେ ରହିଛି କାମାକ୍ଷାନଗର ଏନ୍‌ଏସି। ୨୦୦୮ରେ ବିଜେଡିର ସୌଭାଗିନୀ ରାଉଳ ଏବଂ ଶେଷଥର ପାଇଁ ୨୦୧୩ରେ ଅନୁଷ୍ଠିତ ନିର୍ବାଚନରେ ଧର୍ମାନନ୍ଦ ପରିଡ଼ା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ୧୫ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିରେ ବିଜେଡି ଏକତରଫା ଭାବେ ୧୦ଟି ଓ୍ବାର୍ଡ ହାତେଇଥିଲା। କଂଗ୍ରେସ ମାତ୍ର ୪ଟି ସିଟ୍‌ରେ ସନ୍ତୁଷ୍ଟ ହୋଇଥିବାବେଳେ ଗୋଟିଏ ପଡ଼ିଥିଲା ସ୍ବାଧୀନ ପ୍ରାର୍ଥୀଙ୍କ ଭାଗ୍ୟରେ। ଏଥର ମୋଟ୍‌ ୧୩,୩୭୧ ଭୋଟର ନଗରପାଳଙ୍କ ସମେତ ୧୫ ଓ୍ବାର୍ଡର କାଉନ୍‌ସିଲରଙ୍କୁ ନିର୍ବାଚିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri