୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ

କାମାକ୍ଷାନଗର, ୬।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପ୍ରମୁଖ କେନ୍ଦ୍ରସ୍ଥଳ କାମାକ୍ଷାନଗର ଏନ୍‌ଏସିର ଅଧ୍ୟକ୍ଷ ପଦବୀ ଲାଗି ଦୀର୍ଘ ୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଶେଷଥର ପାଇଁ ୧୯୯୨ରେ ଭୋଟର ସିଧାସଳଖ ଭୋଟଦେଇ ନଗରପାଳଙ୍କୁ ଚୟନ କରିଥିଲେ। ଚଳିତବର୍ଷ ଅନୁରୂପ ଭାବେ ଭୋଟିଂ ହେଉଥିବାରୁ ସହରୀ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।
୧୯୭୯ ଡିସେମ୍ବର ୨୬ରେ କାମାକ୍ଷାନଗରକୁ ମିଳିଥିଲା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା। ତେବେ ଦୀର୍ଘ ୧୩ବର୍ଷ ଧରି ପ୍ରଶାସକଙ୍କ ହାତରେ ରହିଥିଲା ଏନ୍‌ଏସି ପରିଚାଳନା ଦାୟିତ୍ୱ। ୧୯୯୨ରେ ପ୍ରଥମ କରି ଏଠାରେ ଅଧ୍ୟକ୍ଷ ପଦବୀ ଲାଗି ସିଧାସଳଖ ଭୋଟିଂ ହୋଇଥିବାବେଳେ ଜନତା ଦଳରୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ବ୍ରହ୍ମାନନ୍ଦ ମହାନ୍ତି। ତେବେ କାର୍ଯ୍ୟକାଳ ଶେଷ ହେବାର ୨ବର୍ଷ ପୂର୍ବରୁ ପରିଷଦକୁ ଭାଙ୍ଗି ଦିଆଯାଇଥିଲା। ୧୯୯୭ରେ ଅନୁଷ୍ଠିତ ପରୋକ୍ଷ ନିର୍ବାଚନରେ କଂଗ୍ରେସର ମନୋଜ ମଞ୍ଜରୀ ତ୍ରିପାଠୀ ଏବଂ ୨୦୦୩ରେ କଂଗ୍ରେସର ଗୋବିନ୍ଦ ଚନ୍ଦ୍ର ସାହୁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୦୬ରେ ଗୋବିନ୍ଦଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ବିଜେଡିର ଯଶୋବନ୍ତ ପରିଡ଼ା ତାଙ୍କଠାରୁ ଅଧ୍ୟକ୍ଷ ପଦ ଛଡ଼ାଇ ନେଇଥିଲେ। ଏହାପରଠାରୁ ବିଜେଡି ଅଧୀନରେ ରହିଛି କାମାକ୍ଷାନଗର ଏନ୍‌ଏସି। ୨୦୦୮ରେ ବିଜେଡିର ସୌଭାଗିନୀ ରାଉଳ ଏବଂ ଶେଷଥର ପାଇଁ ୨୦୧୩ରେ ଅନୁଷ୍ଠିତ ନିର୍ବାଚନରେ ଧର୍ମାନନ୍ଦ ପରିଡ଼ା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ୧୫ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିରେ ବିଜେଡି ଏକତରଫା ଭାବେ ୧୦ଟି ଓ୍ବାର୍ଡ ହାତେଇଥିଲା। କଂଗ୍ରେସ ମାତ୍ର ୪ଟି ସିଟ୍‌ରେ ସନ୍ତୁଷ୍ଟ ହୋଇଥିବାବେଳେ ଗୋଟିଏ ପଡ଼ିଥିଲା ସ୍ବାଧୀନ ପ୍ରାର୍ଥୀଙ୍କ ଭାଗ୍ୟରେ। ଏଥର ମୋଟ୍‌ ୧୩,୩୭୧ ଭୋଟର ନଗରପାଳଙ୍କ ସମେତ ୧୫ ଓ୍ବାର୍ଡର କାଉନ୍‌ସିଲରଙ୍କୁ ନିର୍ବାଚିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ୨ ଭଉଣୀଙ୍କ ଜୀବନ

କାମାକ୍ଷାନଗର,୧୦।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା କଣ୍ଟାପାଳ ପଞ୍ଚାୟତ କରଡାପାଳ ଗ୍ରାମର ରଜନୀ ଦେହୁରୀ(୪୬) ଓ କୌଶଲ୍ୟା ଦେହୁରୀ(୫୨) ବୁଧବାର ଅପରାହ୍ନରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଦୁହେଁ...

ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧୁରୁନି ସେବା

ପରଜଙ୍ଗ, ୧୫ା୧୦(ଡି.ଏନ.ଏ.)ଦୀର୍ଘ ଦିନ ହେବ ବିଭିନ୍ନ ସମସ୍ୟା ଘେରରେ ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଡାକ୍ତର କର୍ମଚାରୀଙ୍କ ଅଭାବ, ନିଯୁକ୍ତ ଡାକ୍ତରଙ୍କ ମନମୁଖି ସେବା,...

ଏନ୍‌ଏସି ଅଫିସରେ ତାଲା ପକାଇଲେ ଠିକାଦାର ମିଳୁନି ବକେୟା ପାଉଣା

ହିନ୍ଦୋଳ, ୪।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳର ୨୫ ଠିକାଦାର ବକେୟା ବିଲ୍‌ ଦାବି କରି ମଙ୍ଗଳବାର ଏନ୍‌ଏସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି।...

ଖୋର୍ଦ୍ଧା ପୌରାଧ୍ୟକ୍ଷା ଆସନ ଦୌଡ଼ରେ ୨ ବିଧାୟକଙ୍କ ସମ୍ପର୍କୀୟ

ଖୋର୍ଦ୍ଧା ଅଫିସ,୩ା୩: ପୌର ନିର୍ବାଚନ ପାଇଁ ବୁଧବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ବର୍ଷ ପରେ ପୌର ନିର୍ବାଚନ ହେବାକୁ ଯାଉଥିବାରୁ ଦଳୀୟ କର୍ମୀଙ୍କ...

ଲଗାଣ ବର୍ଷାରେ ଢେଙ୍କାନାଳ ବେହାଲ

ଢେଙ୍କାନାଳ ଅଫିସ,୨୪ା୧୦-ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ଧରି ଲଗାଣବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ଅଞ୍ଚଳ ଜଳମୟ ହୋଇପଡିଛି। ବୁଧବାର ଜିଲାରେ ୩୦୪.୩ ମିିଲିମିଟର ବର୍ଷା...

ସପ୍ତଶଯ୍ୟା ମହୋତ୍ସବ ଉଦ୍‌ଘାଟିତ: ‘ସହଯୋଗ ମିଳିଲେ ଆଗକୁ ବଢ଼ିବ ସଂସ୍କୃତି’

ଢେଙ୍କାନାଳ ଅଫିସ, ୧୧ା୧୧: ଢେଙ୍କାନାଳ ମାଟିର ଐତିହ୍ୟ ଯେତିକି ମହାନ୍‌ ସେତିକି ଗରିମାମୟ ଏହାର ସଂସ୍କୃତି। ଏଠାକାର ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପରମ୍ପରାକୁ ଶୀର୍ଷସ୍ଥାନ ଦେବାକୁ ଯେଉଁ ଉଦ୍ୟମ...

ଗୋଟିଏ ପଦବୀ, ଦୁଇ ଅଧିକାରୀ

ଢେଙ୍କାନାଳ ଅଫିସ, ୩୦।୯ – ପଦବୀ ଗୋଟିଏ। ଦୁଇଜଣ ଅଧିକାରୀ। କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉଭୟଙ୍କ ମଧ୍ୟରେ ଦାୟିତ୍ୱ ସମ୍ଭାଳିବାକୁ ନେଇ ଚାଲିଛି ଟଣାଓଟରା। କର୍ମଚାରୀମାନେ କାହା...

ମାଘମେଳାରେ ଜଳିଲା ଝାଡ଼ଦୀପ

ଢେଙ୍କାନାଳ ଅଫିସ,୫।୨: ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ଶନିବାର ଠାରୁ ଆରମ୍ଭ ହୋଇଛି ମାଘ ମେଳା। ୨ ବର୍ଷ ପରେ...

Advertisement
Archives

Model This Week