Posted inଫୁରସତ

ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଦୀପ୍ତି

ଦୃଢ଼ ଇଚ୍ଛାଶକ୍ତି ସଫଳତା ଆଣେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସମ୍ବଲପୁର ଜିଲା ଧନକଉଡ଼ା ଗ୍ରାମର ମାତା ଜ୍ୟୋତ୍ସାମୟୀ ଏବଂ ପିତା ବିପିନ ବିହାରୀ ଦାଶଙ୍କ କନିଷ୍ଠ କନ୍ୟା ଦୀପ୍ତି ଦାଶ। ତୁଳସୀ ଦୁଇପତ୍ରରୁ ବାସିଲା ପରି ଛୋଟ ବେଳୁ ନାଚଗୀତ, ଖେଳକୁଦ ସବୁଠି ସେ ଥିଲେ ଆଗରେ। ହେଲେ ଖେଳକୁଦ ବୟସରେ ଅର୍ଥାତ୍‌ ମାତ୍ର ୧୦ ବର୍ଷ ବୟସରେ ହଠାତ୍‌ ତାଙ୍କ ଜୀବନରେ କଳାବାଦାଲ ମାଡ଼ି ଆସିଲା। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ। ଘର ଅଗଣା, ଦାଣ୍ଡ ଦୁଆରେ ପିଲାଙ୍କ ମେଳରେ ଖେଳବୁଲ କରୁଥିବା ଝିଅଟି ହଠାତ୍‌ ଶଯ୍ୟାଶାୟୀ ହୋଇଗଲେ। ପାଠପଢ଼ା ବନ୍ଦ ହୋଇଗଲା। ଏହା ଦେଖି ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ହେଲେ ଦୀପ୍ତିଙ୍କ ମନୋବଳ ଦୃଢ଼ ଥିଲା। ଯଦିଓ ସେ ସ୍କୁଲ ଯିବାକୁ ଅସମର୍ଥ ହୋଇପଡ଼ିଥିଲେ ହେଲେ ପାଠପଢ଼ା ପ୍ରତି ଆଗ୍ରହ ଯୋଗୁ ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଆସିଥିଲା। ପରିବାର ଲୋକଙ୍କ ସହଯୋଗରେ ସେ ଘରେ ପାଠପଢ଼ି ମାଟ୍ରିକ ପାସ୍‌ କଲେ। ପରେ ସେ ସୋସିଆଲ ୱାର୍କ ଏବଂ ଆପ୍ଲାଏଡ୍‌ ସାଇକୋଲୋଜି ଉଭୟରେ ମାଷ୍ଟର ଡିଗ୍ରୀ ହାସଲ କଲେ।
ପିଲାବେଳୁ ଅନ୍ୟ ପିଲାଙ୍କ ଭଳି ତାଙ୍କର ମଧ୍ୟ ଜଣେ ଭଲ ନୃତ୍ୟଶିଳ୍ପୀ ଏବଂ ଖେଳାଳି ହେବା ଇଚ୍ଛା ଥିଲା। ତେବେ ଭାଗ୍ୟର ବିଡ଼ମ୍ବନା କାରଣରୁ ସେ ସେଥିରୁ ବଞ୍ଚତ୍ତ ହେଲେ ସତ, କିନ୍ତୁ ଜଣେ ସଚଳ ବ୍ୟକ୍ତିଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ତାଙ୍କ ଭଳି କୌଣସି ଦିବ୍ୟାଙ୍ଗ ଯେପରି ଅସୁବିଧାର ସମ୍ମୁଖୀନ ନ ହେଉ, ସେଥିଲାଗି ସେ ଅନେକ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସେ ରାଜ୍ୟ ତଥା ଜାତୀୟ ସ୍ତରରେ ବହୁ ସୁନାମ ଅର୍ଜନ କରିବା ସହ ପ୍ରତିଭା ସମ୍ମାନର ଅଧିକାରିଣୀ ମଧ୍ୟ ହୋଇପାରିଛନ୍ତି। ଜଣେ ରିହାବିଲିଟେଶନ କନ୍‌ସଲଟାଣ୍ଟ ଭାବେ ଭିନ୍ନକ୍ଷମ, ମହିଳା ଓ ଶିଶୁ ମାନଙ୍କ ନିମନ୍ତେ କାମକରି ଦିବ୍ୟାଙ୍ଗଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ବର୍ତ୍ତମାନ ସେ ପୁରୀରେ ରହି ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଅଲରାଉଣ୍ଡର କାମେରନ ଗ୍ରୀନଙ୍କୁ ନେଇ ମୁହଁ ଖୋଲିଲା କ୍ରିକେଟ ଅଷ୍ଟ୍ରେଲିଆ

ମୁମ୍ୱାଇ,୩୦ା୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର କାମେରନ ଗ୍ରୀନ ଚଳିତ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବେ। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ପକ୍ଷରୁ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri