Posted inଜାତୀୟ

ଧର୍ମେନ୍ଦ୍ର ଇସ୍ତଫା ନ ଦେବା ଯାଏ ଯନ୍ତରମନ୍ତର ଛାଡ଼ିବୁନୁ: ଦୀପ୍‌କେ

ନୂଆଦିଲ୍ଲୀ,୨୧।୬(ପି.ଟି.): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ଯାଏ ନୂଆଦିଲ୍ଲୀର ଯନ୍ତରମନ୍ତର ଛାଡ଼ିବେ ନାହିଁ ବୋଲି କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ଶନିବାର କହିବା ସହ ବିକ୍ଷୋଭ ଜାରି ରଖିବା ଲାଗି ଅନୁମତି ସମୟସୀମା ବଢ଼ାଇବାକୁ ଦିଲ୍ଲୀ ପୋଲିସକୁ ନିବେଦନ କରିଥିଲେ। ବିକ୍ଷୋଭ ଜାରି ରଖିବା ନିମନ୍ତେ ଅନୁମତି ଦେବାକୁ ଦିଲ୍ଲୀ ପୋଲିସ ମନା କରିଦେଇଛି। ତୁରନ୍ତ ବିକ୍ଷୋଭସ୍ଥଳ ଛାଡ଼ି ଚାଲିଯିବାକୁ ପୋଲିସ ସିଜେପି ସମର୍ଥକମାନଙ୍କୁ ନିର୍ଦ୍ଦେଶ ଦେଇଛି।
ବାରମ୍ବାର ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷାରେ ଅନିୟମିତତା ପାଇଁ ସରକାର ଉତ୍ତରଦାୟୀ ରହିବା ଦାବି ନେଇ ସିଜେପି ପକ୍ଷରୁ ଶନିବାର ଦ୍ୱିତୀୟ ଥର ପାଇଁ ଯନ୍ତରମନ୍ତରରେ ବିକ୍ଷୋଭ ସମାବେଶ ହୋଇଥିବାବେଳେ ସେଥିରେ ବହୁସଂଖ୍ୟାରେ ଛାତ୍ରୀଛାତ୍ର ଓ ଅନ୍ୟମାନେ ସାମିଲ ହୋଇଥିଲେ। ସାରା ଦେଶରୁ ଯୁବବର୍ଗ ବିକ୍ଷୋଭରେ ସାମିଲ ହୋଇଛନ୍ତି ଏବଂ ସେମାନେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଏଠାରେ ବସିରହିବାକୁ ଚାହାନ୍ତି ବୋଲି ଦୀପ୍‌କେ କହିବା ସହ ଅନୁମତି ସମୟସୀମା ବଢ଼ାଇବାକୁ ଦିଲ୍ଲୀ ପୋଲିସକୁ ନିବେଦନ କରିଥିଲେ।

ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ଏବଂ ନିରୀହ ଛାତ୍ରୀଛାତ୍ରମାନେ ଏଠାରେ ବସିବାକୁ ଚାହାନ୍ତି ବୋଲି ଦୀପ୍‌କେ କହିଥିଲେ। ଆଲୋଚନା ପାଇଁ ଚ୍ୟାନେଲ ଖୋଲାରହିଛି। କିନ୍ତୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ଏକମାତ୍ର ସର୍ତ୍ତ ବୋଲି ସେ କହିଥିଲେ। କେନ୍ଦ୍ର ସହ ଆଲୋଚନା କରିବାକୁ ସେ ଦିଲ୍ଲୀ ପୋଲିସକୁ ଅନୁରୋଧ କରିଥିଲେ। ଯଦି ଗିରଫ କରାଯାଏ, ତେବେ ସେ ପ୍ରଥମେ ଗିରଫ ହେବେ ବୋଲି କହିଥିଲେ। ବିକ୍ଷୋଭ ଜାରି ରଖିବା ପାଇଁ ସମର୍ଥକମାନେ ସନ୍ଧ୍ୟା ୬ଟାରେ ଯନ୍ତରମନ୍ତରରେ ପହଞ୍ଚତ୍ବାକୁ ସିଜେପି ପ୍ରତିଷ୍ଠାତା ନିବେଦନ କରିଥିଲେ ଓ ପୋଲିସ ବିକ୍ଷୋଭ ଜାରି ରଖିବାକୁ ଅନୁମତି ଦେବ ବୋଲି ଦୃଢ଼ୋକ୍ତି କରିଥିଲେ।
ଯନ୍ତରମନ୍ତରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ମଧ୍ୟରେ ସକାଳେ ବିକ୍ଷୋଭ ଆରମ୍ଭ ହୋଇଥିଲା। ଛାତ୍ରୀଛାତ୍ରୀ ପ୍ଲାକାର୍ଡ ଧରି ସ୍ବଚ୍ଛ ପରୀକ୍ଷା ପରିଚାଳନାରେ ବିଫଳତାକୁ ନେଇ ସରକାରଙ୍କୁ ଜବାବ ମାଗିଥିଲେ। ସମର୍ଥକମାନଙ୍କୁ ଥାଳି ଚାମଚ ଆଣି ବିକ୍ଷୋଭ ସ୍ଥଳକୁ ଆସିବା ଲାଗି ଦୀପ୍‌କେ କହିଥିଲେ। ବିକ୍ଷୋଭର ପ୍ରତୀକ ସ୍ବରୂପ ସେଗୁଡ଼ିକୁ ବଜାଇବାକୁ କୁହାଯାଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

ଉପନିର୍ବାଚନରେ ପରାଜୟ ପରେ ଆକ୍ସନ ମୋଡକୁ ଆସିଲେ ପିଏମ୍‌ ମୋଦି: ନୀତୀଶ କୁମାର-ଶିବରାଜ ସିଂହଙ୍କୁ…

ନୂଆଦିଲ୍ଲୀ,୫।୮: ମଧ୍ୟପ୍ରଦେଶର ଦତିଆ ଏବଂ ବିହାରର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ କଡ଼ା ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ନେଇ ଦଳ ଭିତରେ ତୀବ୍ର…

ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ: ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଲେ ବିଇଓ

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପାଠପଢ଼ା ଚାଲିଥିବାରୁ…

ଅନଲାଇନ ପେମେଣ୍ଟବେଳେ ଏକ୍ସଟ୍ରା ଚାର୍ଜ ଲାଗିଲେ କେତେ ଲୋକ ଛାଡିଦେବେ UPI? ସର୍ଭେରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୮: ଭାରତରେ ୟୁପିଆଇ (UPI) ଏବେ ଏକ ନୂଆ ପ୍ରସ୍ତାବକୁ ନେଇ ବେଶ ଚର୍ଚ୍ଚାରେ ଅଛି। ପ୍ରକୃତରେ ସରକାର ଡିଜିଟାଲ୍ ପେମେଣ୍ଟ ସହିତ ଜଡ଼ିତ ଆଇନରେ ପରିବର୍ତ୍ତନ…

ଭାଜପାକୁ ବଡ଼ ଝଟକା! ୩ ଟିଏମସି ଏମପିଙ୍କ ନିଷ୍ପତ୍ତିକୁ ନେଇ ବଢିଲାଣି ରାଜନୈତିକ ଚର୍ଚ୍ଚା

କୋଲକାତା,୫।୮: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ସରଗରମ ହେବାରେ ଲାଗିଛି। ପୂର୍ବରୁ ଟିଏମସିରୁ ଅଲଗା ହୋଇ ଏକ ପୃଥକ ଗୋଷ୍ଠୀରେ ଯୋଗ ଦେଇଥିବା ତିନି ଜଣ ମୁସଲିମ ଏମପିଙ୍କ…

ରେଭେନ୍ସା ୱାର୍ଡେନଙ୍କୁ ଦୁର୍ବ୍ୟବହାର କଲେ ବିଧାୟକ: ଇସ୍ତଫା ପରେ ରାଜରାସ୍ତାକୁ ଓହ୍ଲାଇଲେ ୱାର୍ଡେନ

କଟକ,୫।୮(ପ୍ରଭୁ କଲ୍ୟାଣ ପାଲ୍‌): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନ୍ୟାୟ ଦାବି ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ଓ ୱାର୍ଡେନ। ପଦଯାତ୍ରା କରି କୁଳପତିଙ୍କୁ ଦାବି ଜଣାଇଛନ୍ତି ଆନ୍ଦୋଳନକାରୀ। ଗତକାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri