ମା’ ହେବେ ଦୀପିକା

‘ସସୁରାଲ ସିମର କା’ର ଖ୍ୟାତିସମ୍ପନ୍ନ ଟିଭି ଅଭିନେତ୍ରୀ ଦୀପିକା କକ୍କର ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଦୀପିକା ଏବଂ ତାଙ୍କ ସ୍ବାମୀ ଶୋଏବ ଇବ୍ରାହିମ ଏହି ଖୁସିଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।
ଉଭୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଫଟୋରେ ଉଭୟ ପଛ ପାର୍ଶ୍ୱରୁ ପୋଜ ଦେଉଛନ୍ତି। ମା’ ଏବଂ ବାପା ସେମାନଙ୍କ କ୍ୟାପ୍‌ରେ ଲେଖାଯାଇଛି। ଦୀପିକା ଏବଂ ଶୋଏବ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ଏହା ଆମ ଜୀବନର ସବୁଠାରୁ ସୁନ୍ଦର ପର୍ଯ୍ୟାୟ … ଆମେ ଆମର ପ୍ରଥମ ସନ୍ତାନକୁ ଆଶା କରୁଛୁ। ଖୁବ୍‌ଶୀଘ୍ର ମାତାପିତା ହେବାକୁ ଯାଉଛୁ। ଆପଣଙ୍କ ଆଶୀର୍ବାଦ ଆମ ଶିଶୁ ପାଇଁ ନିହାତି ଆବଶ୍ୟକ।
ବିବାହର ୫ ବର୍ଷ ପରେ ଦୀପିକା ଜଣେ ମା’ ହେବାକୁ ଯାଉଛନ୍ତି। ଏହି ଦମ୍ପତି ୨୨ ଫେବୃଆରୀ ୨୦୧୮ରେ ବିବାହ କରିଥିଲେ।
ଦୀପିକା କକ୍କରଙ୍କୁ ଟିଭି ସିରିଏଲ ‘ସସୁରାଲ ସିମର କା’ରୁ ପରିଚୟ ସୃଷ୍ଟି କରିଥିଲେ। ଏହି ଶୋ’ରେ ଶୋଏବ ପ୍ରେମ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଉଭୟ ପରଦାରେ ସ୍ବାମୀ ଏବଂ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ ଏବଂ ସେମାନେ ବାସ୍ତବ ଜୀବନରେ ମଧ୍ୟ ପରସ୍ପରକୁ ଭଲ ପାଉଥିଲେ। ଏହା ହେଉଛି ଦୀପିକା କକ୍କରଙ୍କ ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ବିବାହ ରନକ ମେହେଟ୍ଟାଙ୍କ ସହ ହୋଇଥିଲା। ଶୋଏବଙ୍କ ସହ ଦୀପିକାଙ୍କ ଘନିଷ୍ଠତା ଯୋଗୁ ତାଙ୍କର ପ୍ରଥମ ବିବାହ ଭାଙ୍ଗି ଯାଇଥିଲା।

Share