ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ ଖୋଜା ଆରମ୍ଭ ହୋଇଛି। ତେବେ ଡିପ୍‌ଥେରିଆ ରୋଗରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି) ଯେଉଁ ପଞ୍ଚମ ସାମ୍ପଲ ନେଇଥିଲା, ସେଥିରୁ ରୋଗୀଙ୍କୁ ଡିପ୍‌ଥେରିଆ ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ଅଧିକ ଯାଞ୍ଚ ଜାରି ରହିଛି। ଆଗକୁ ବର୍ଷାଋତୁ ଆସୁଥିବାରୁ ଏହା ପୂର୍ବରୁ ସମସ୍ତ ଅଞ୍ଚଳରେ ପାନୀୟଜଳ ବ୍ୟବସ୍ଥା ଠିକ କରିବା ସହ ଉପାନ୍ତ ଅଞ୍ଚଳର ରାସ୍ତା ମରାମତି ଲାଗି ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ ଦେଇଛି।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅଜଣା ରୋଗର କାରଣ ଖୋଜିବା ଲାଗି ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛି। ସେମାନଙ୍କ ସହିତ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଟିମ୍‌ ମଧ୍ୟ ଉପାନ୍ତ ଅଞ୍ଚଳ ମନୁଷପଦର ଗସ୍ତ କରିଛି। ଡାକ୍ତରୀ ଟିମ୍‌ ଗାଁରେ ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି। ଅନ୍ୟପକ୍ଷରେ ମନୁଷପଦରରେ ଯେଉଁ ୪ଜଣଙ୍କ ମୃତ୍ୟୁ ଘଟିଥିଲା, ସେମାନଙ୍କ ମୃତଦେହକୁ ଆଦିବାସୀ ପରମ୍ପରା ଅନୁଯାୟୀ ମାଟି ତଳେ ପୋତି ଦିଆଯାଇଛି। ଏହି ମୃତକମାନଙ୍କୁ ଡିପ୍‌ଥେରିଆ ହୋଇଥିଲା ବୋଲି ସନ୍ଦେହ କରାଯାଉଛି।
ସେପଟେ ଡିପ୍‌ଥେରିଆ ରୋଗର ଚିକିତ୍ସା ପାଇଁ ରବିବାର ୬୦ ଆଣ୍ଟିଟକ୍ସିନ ଇଞ୍ଜେକ୍ସନ ପହଞ୍ଚତ୍ଛି। ୩୦ଟି ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗରେ ଗଚ୍ଛିତ ରଖାଯାଇଥିବାବେଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ରୋଗୀ ଚିକିତ୍ସାଧୀନ ଥିବାରୁ ସେଠାକୁ ୩୦ଟି ଇଞ୍ଜେକ୍ସନ ପଠାଯାଇଥିବା ସୂଚନା ମିଳିଛି। ରାୟଗଡ଼ା ମେଡିକାଲ ଏବଂ ଅନ୍ୟତ୍ର ଚିକିତ୍ସାଧୀନ ଥିବା ସମସ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରକାଶଥାଉ କି, ଡିପ୍‌ଥେରିଆ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ହରି ମାଝି (୬୧), ବିଜୟ ମାଝି (୩) ଓ ମୋହନ ମାଝି (୫) ଚିକିତ୍ସିତ ହେଉଛନ୍ତି। ସେହିପରି ମହେନ୍ଦ୍ର ମାଝି (୫), ପବିତ୍ର ମାଝି (୮) ଓ ଜୟରାମ ମାଝି(୫)ଙ୍କର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ ଚିକିତ୍ସା ଚାଲିଛି। ଏହାବ୍ୟତୀତ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ଜଣ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସିଡିଏମଓ ଡା. ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ ସମସ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ପ୍ରଦାନ କରାଯାଇଛି। ଏହାସହିତ ମୁନୁଷପଦର ଗ୍ରାମ ସମେତ କାଶୀପୁର ବ୍ଲକର ସମସ୍ତ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ କ୍ୟାମ୍ପ କରାଯାଉଛି। ସୋମବାରଠାରୁ ଏହି ପ୍ରକ୍ରିୟା ଆହୁରି ବ୍ୟାପକ କରାଯିବ ବୋଲି ଡା ରାଉତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri