ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା ଦେହର ଜୀବମାନେ ଏଇ ଜାତିର। ପୃଥିବୀକୁ ମଣିଷ ଆସିବାର ବହୁ ବର୍ଷ ପୂର୍ବରୁ ସରୀସୃପମାନେ ଏଠାରେ ରହୁଥିଲେ। ଡାଇନୋସର ହେଉଛି ପୃଥିବୀରେ ବାସକରିଥିବା ସବୁଠାରୁ ବଡ଼ ସରୀସୃପ। ମଣିଷମାନେ ମାତ୍ର ୬୦ ଲକ୍ଷ ବର୍ଷ ତଳେ ପୃଥିବୀରେ ପ୍ରଥମେ ଦେଖାଦେଇଥିଲେ। କିନ୍ତୁ ପ୍ରାୟ ୨,୨୫୦ ଲକ୍ଷ ପୂର୍ବେ ଡାଇନୋସର ପୃଥିବୀପୃଷ୍ଠରେ ଜନ୍ମ ହୋଇଥିଲେ। ପ୍ରାୟ ୨,୨୫୦ ଲକ୍ଷରୁ ୬୫୦ ଲକ୍ଷ ବର୍ଷ ପୂର୍ବରୁ ବିଶାଳକାୟ ଡାଇନୋସର ଆମ ପୃଥିବୀରେ ବାସ କରୁଥିଲେ। ଏହାର ଅର୍ଥ ମଣିଷ ଯେତେଦିନହେଲା ପୃଥିବୀପୃଷ୍ଠରେ ରହିଆସୁଛି, ତା’ଠାରୁ ବେଶିଦିନ ଡାଇନୋସରମାନେ ଏଠାରେ ବାସକରିଥିଲେ। କିନ୍ତୁ ଏତେଦିନଧରି ବାସକରିଆସୁଥିବା ବିଶାଳକାୟ ଜୀବମାନେ ହଠାତ୍‌ କେମିତି ଲୋପ ପାଇଗଲେ, ତା’ର ଠିକ୍‌ ଉତ୍ତର ଏଯାଏ ମିଳିନି। ତେବେ ଖାଇବାକୁ ନ ପାଇ ସେମାନେ ପୃଥିବୀପୃଷ୍ଠରୁ ଲୋପ ପାଇଗଲେ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି।
ମଙ୍ଗଳ ଓ ବୃହସ୍ପତି ଗ୍ରହର କକ୍ଷପଥ ମଝିରେ ଅସଂଖ୍ୟ ଗ୍ରହାଣୁ ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଛନ୍ତି। କେତେକ ଗ୍ରହାଣୁର ଆକାର ସାଧାରଣ ଶିଳାଖଣ୍ଡ ପରି। ଆଉ କେତେକ ଖୁବ୍‌ ବଡ଼। ଅନେକ ଗ୍ରହାଣୁ ପୃଥିବୀର ଆକର୍ଷଣ ହେତୁ ଆମ ବାୟୁମଣ୍ଡଳକୁ ପଶିଆସନ୍ତି। ସେଗୁଡ଼ିକ ଖୁବ୍‌ ଅଧିକ ବେଗରେ ଖସିବା ସମୟରେ ବାୟୁକଣିକା ସହିତ ଘଷିହୋଇ ଜଳିଉଠନ୍ତି। ସେଗୁଡ଼ିକୁ ଆମେ ଉଲ୍‌କା ବୋଲି କହୁ। ଛୋଟ ଉଲ୍‌କାଗୁଡ଼ିକ ପୃଥିବୀରେ ପହଞ୍ଚତ୍ବା ଆଗରୁ ବାୟୁମଣ୍ଡଳୀୟ ଘର୍ଷଣଜନିତ ଉତ୍ତାପରେ ଜଳି ପାଉଁଶ ହୋଇଯାଆନ୍ତି। ମାତ୍ର ଗ୍ରହାଣୁର ଆକାର ବଡ଼ଥିଲେ ଉଲ୍‌କାଗୁଡ଼ିକ ପୂରାପୂରି ଜଳି ନ ପାରି ଶେଷରେ ବଡ଼ ବଡ଼ ପଥର ରୂପରେ ଆସି ପୃଥିବୀପୃଷ୍ଠରେ ପଡ଼ନ୍ତି। ବୈଜ୍ଞାନିକଙ୍କ ମତରେ, ଏକ ବିରାଟ ଉଲ୍‌କାପିଣ୍ଡ ଗ୍ରହାଣୁପୁଞ୍ଜରୁ ଆସି ପୃଥିବୀ ଉପରେ ପଡ଼ିଥିଲା। ଏହା ପୃଥିବୀପୃଷ୍ଠରେ କିଲୋମିଟର ବ୍ୟାପୀ ବିରାଟ ଗାତ ସୃଷ୍ଟି କଲା। ବର୍ଷ ବର୍ଷ ଧରି ଆକାଶରେ ଧୂଳିର ବାଦଲ ଛାଇଗଲା। ସୂର୍ଯ୍ୟକିରଣ ବିନା ପୃଥିବୀପୃଷ୍ଠ ଖୁବ୍‌ ଶୀତଳ ଓ ଅନ୍ଧକାରମୟ ହୋଇଗଲା। ସୂର୍ଯ୍ୟକିରଣ ଅଭାବରୁ ଗଛଲତା ସବୁ ମରିଗଲେ। ଧୀରେ ଧୀରେ ଗଛଲତା ଉପରେ ନିର୍ଭର କରୁଥିବା ତୃଣଭୋଜୀ ଡାଇନୋସର ଓ ଅନ୍ୟ କେତେକ ଜୀବ ମରିଗଲେ। ତୃଣଭୋଜୀମାନଙ୍କୁ ଖାଇ ବଞ୍ଚୁଥିବା ମାଂସାସୀ ଜୀବ ଆଉ ଖାଇବାକୁ ପାଇଲେନାହିଁ। ଖାଦ୍ୟ ନ ପାଇ ୧୦୦ ଭାଗରୁ ପ୍ରାୟ ୬୫ ଭାଗ ପ୍ରାଣୀ ତଥା ମାଂସାସୀ ଡାଇନୋସର ଲୋପ ପାଇଗଲେ।
୧୯୯୦ ଦଶକରେ ଏହାର ପ୍ରମାଣ ମିଳିଲା। ବୈଜ୍ଞାନିକମାନେ ପୃଥିବୀପୃଷ୍ଠରେ କେତେକ ବିରାଟ ଗର୍ତ୍ତର ସନ୍ଧାନ ପାଇଲେ। ଆମେରିକାର ଇଉକୁଟାନ୍‌ ଉପଦ୍ୱୀପ (ମେକ୍ସିକୋ) ଅଞ୍ଚଳରେ ଗୋଟିଏ ବିରାଟ ଗର୍ତ୍ତର ସନ୍ଧାନ ପାଇଲେ, ଯାହାର ଚଉଡ଼ା (ବ୍ୟାସ) ୧୬୦ କି.ମି.। ଏହା ପ୍ରାୟ ୬୫୦ ଲକ୍ଷ ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିଲା। ଆଉ ଗୋଟିଏ ଗର୍ତ୍ତ ମିଳିଲା ଆମେରିକାର ଆଇୱା ଦେଶର ମାନସୋନ୍‌ ଅଞ୍ଚଳରେ। ଏହି ଗର୍ତ୍ତର ଲମ୍ବ ୪୦ କି.ମି. ଓ ଓସାର ୨୯ କି.ମି.। ଏହା ପ୍ରାୟ ୬୫୦ ଲକ୍ଷ ବର୍ଷର ପୁରୁଣା ଗର୍ତ୍ତ। ଦକ୍ଷିଣ ସାଇବେରିଆରେ ମଧ୍ୟ ବିରାଟ ଗର୍ତ୍ତର ସନ୍ଧାନ ମିଳିଛି। ଏହାର ଓସାର (ବ୍ୟାସ) ୯୫ କି.ମି.। ଏହି ଗର୍ତ୍ତଟି ମଧ୍ୟ ୬୬୦ ଲକ୍ଷ ବର୍ଷ ତଳେ ସୃଷ୍ଟି ହେଇଥିଲା। ଡାଇନୋସର ବିଲୋପ ହେବାର ସମୟ ସହିତ ଏହି ସମୟ ମେଳଖାଉଛି।
୨୦୦୯ ଏପ୍ରିଲ ୨୮ରେ ‘ସାଇନ୍ସ ଡେଲି’ ପତ୍ରିକାରେ ଡାଇନୋସରମାନଙ୍କର ନିପାତ ଉଲ୍‌କା ବିତ୍ପାତରୁ ହୋଇନାହିଁ ବୋଲି ଅଭିଯୋଗ କରାଯାଇଥିଲା। ନିଉଜର୍ସି ଓ ସୁଇଜରଲାଣ୍ଡର ଦୁଇଜଣ ଗବେଷକ ଅଭିଯୋଗ କରିଥିଲେ ଯେ, ମେକ୍ସିକୋରେ ଉଲ୍‌କା ବିତ୍ପାତରୁ ସୃଷ୍ଟି ହୋଇଥିବା ଗର୍ତ୍ତଟି ୬୫୦ ଲକ୍ଷ ବର୍ଷ ତଳର ନୁହେଁ ବରଂ ଆହୁରି ୩ ଲକ୍ଷ ବର୍ଷ ତଳର। ତେଣୁ ଡାଇନୋସରମାନଙ୍କର ଅକାଳ ମୃତ୍ୟୁ ସକାଶେ ସେହି ଉଲ୍‌କା ବିତ୍ପାତକୁ ଦାୟୀ କରାଯାଇ ନ ପାରେ। କିନ୍ତୁ ଅନେକ ଅନୁଶୀଳନ ପରେ ଜଣାପଡ଼ିଲା ଯେ, ଆଜିକୁ ପ୍ରାୟ ୬୫୦ ଲକ୍ଷ ବର୍ଷ ତଳେ ବିଶାଳ ଉଲ୍‌କା ବିତ୍ପାତ ଘଟିଥିଲା। ତା’ ପୂର୍ବରୁ ନୁହେଁ। ସେହି ଉଲ୍‌କାର ଓସାର ଥିଲା ପ୍ରାୟ ୧୫ କି.ମି.। ହିରୋଶିମାରେ ପଡ଼ିଥିବା ପରମାଣୁ ବୋମାଠାରୁ ବିଶାଳ ଉଲ୍‌କା ବିତ୍ପାତ ଥିଲା ୧୦୦ କୋଟି ଗୁଣ ଅଧିକ ଶକ୍ତିଶାଳୀ। ବନ୍ଧୁକ ଗୁଳିର ୨୦ ଗୁଣ ବେଗରେ ଏହି ଗ୍ରହାଣୁ ଆସି ପୃଥିବୀପୃଷ୍ଠରେ ବାଡ଼େଇ ହୋଇଥିଲା। ଏହା ପୃଥିବୀକୁ ଥରେଇ ଦେଲା। ଭୂକମ୍ପନର ମାତ୍ରା ଥିଲା ରିକ୍ଟର ସ୍କେଲ୍‌ରେ ୧୦ ଅଙ୍କରୁ ଅଧିକ। ଏଭଳି ଏକ ସଂଘର୍ଷ ବିଶାଳ ଡାଇନୋସର ପ୍ରଜାତିର ବିନାଶ ପାଇଁ ଯଥେଷ୍ଟ ଥିଲା।
ତେବେ ଆଜି ବି ଡାଇନୋସର ଅଛନ୍ତି ବୋଲି କେତେଜଣ ବୈଜ୍ଞାନିକ ନିକଟରେ ମତ ଦେଇଛନ୍ତି। ‘ରୟାଲ ଆଷ୍ଟ୍ରନୋମିକାଲ ସୋସାଇଟି ଜର୍ନାଲ’ ନାମକ ଗବେଷଣା ପତ୍ରିକାରେ ଏକଥା କୁହାଯାଇଛି। ଅବଶ୍ୟ ଡାଇନୋସରମାନେ ଆମ ପୃଥିବୀରେ ନାହାନ୍ତି, କିନ୍ତୁ ପୃଥିବୀ ବାହାରେ କୌଣସି ଦୂର ଗ୍ରହରେ ରହିଥାଇପାରନ୍ତି ବୋଲି କୁହାଯାଇଛି। ଆଜି ପୃଥିବୀ ବାହାରେ କୌଣସି ଗ୍ରହରେ ଜୀବଜଗତ ରହିଥିଲେ, ସେକଥା ବୈଜ୍ଞାନିକମାନେ ପୃଥିବୀରେ ରହି ବି ଜାଣିପାରୁଛନ୍ତି। ଆମ ପୃଥିବୀପୃଷ୍ଠରେ ଯେଉଁ ସମୟରେ ଡାଇନୋସର ରହୁଥିଲେ, ସେତେବେଳେ ଆମ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ଆଜିର ପରିମାଣଠାରୁ ଅଧିକ ଥିଲା। ଆଜି ଆମ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ୨୧ ପ୍ରତିଶତ ଅଛି। ଅର୍ଥାତ୍‌ ୧୦୦ ବୋତଲ ବାୟୁରେ ୨୧ ବୋତଲ ଅମ୍ଳଜାନ ରହିଛି। କିନ୍ତୁ ସେତେବେଳେ ଅମ୍ଳଜାନର ପରିମାଣ ୩୦ ପ୍ରତିଶତ ଥିଲା। ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ଅଧିକ ରହିଲେ ବିଶାଳକାୟ ଜୀବ ସମ୍ଭବ ଏବଂ ମଣିଷ ଶରୀରର ଗଠନ ଅପେକ୍ଷା ଆହୁରି ଜଟିଳ ଗଠନର ଜୀବ ସମ୍ଭବ। ଆଜି ବାହାର ଗ୍ରହରେ ଅମ୍ଳଜାନର ପରିମାଣ ଅଧିକ ରହିଥିବାର ସୂଚନା ମିଳିଲେ, ସେଠାରେ ଡାଇନୋସରମାନେ ରହୁଥିବାର ସମ୍ଭାବନାକୁ ଆମେ ଏଡ଼େଇ ଦେଇପାରିବା ନାହିଁ। ଆମ ପୃଥିବୀରେ ଡାଇନୋସରମାନେ ରହୁଥିଲା ସମୟରେ ଯେଉଁ ଯୌଗିକ ପଦାର୍ଥ ଥିଲା, ଆମ ଗ୍ରହରେ ଏବେ ତାହା ମିଳୁନାହିଁ। ତେଣୁ କୌଣସି ବାହ୍ୟଗ୍ରହରେ ଡାଇନୋସର ସମୟର ଯୌଗିକ ପଦାର୍ଥ ରହିଥିବାର ସୂଚନା ମିଳିଲେ ମଧ୍ୟ ସେହି ଗ୍ରହରେ ଡାଇନୋସର ରହିଥିବାର ଅନୁମାନ କରାଯାଇପାରିବ।

ଡ. କମଳାକାନ୍ତ ଜେନା
-ସହକାରୀ ପ୍ରଫେସର
(ପଦାର୍ଥ ବିଜ୍ଞାନ ବିଭାଗ)
ଭଦ୍ରକ ଅଟୋନୋମସ୍‌ କଲେଜ, ଭଦ୍ରକ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri