Posted inଫୁରସତ

ପର୍ଯ୍ୟଟନସ୍ଥଳୀ: ବାଲାସିନୋରର ଡାଇନୋସର ପାର୍କ

ଗୁଜରାଟର ମହିସାଗର ଜିଲା ଅନ୍ତର୍ଗତ ଏକ ସହର ହେଉଛି ବାଲାସିନୋର। ଉକ୍ତ ସହରରେ ରହିଛି ଏକ ଡାଇନୋସର ପାର୍କ ଓ ମ୍ୟୁଜିୟମ୍‌; ଯେଉଁଠାରେ ପର୍ଯ୍ୟଟକ ଡାଇନୋସରଙ୍କ ଅସ୍ଥିକଙ୍କାଳ ଓ ଜୀବାଶ୍ମ ଦେଖିବା ସହ ଅନେକ କିଛି ତଥ୍ୟ ଜାଣିପାରିବେ…

ଗୁଜରାଟ ନିଜ ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ତଥା ଆତିଥେୟତା ପାଇଁ ଦେଶ ବିଦେଶରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଖାସ୍‌ ଏହି କାରଣ ସକାଶେ ପ୍ରତିବର୍ଷ ଏଠାକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ବୁଲିବା ପାଇଁ ଆସିଥା’ନ୍ତି। ତେବେ ଗୁଜରାଟର ମହିସାଗର ଜିଲା ଅନ୍ତର୍ଗତ ବାଲାସିନୋର ହେଉଛି ଏପରି ଏକ ସହର, ଯେଉଁଠାକୁ ଗଲେ ଭ୍ରମଣର ଭରପୂର ମଜା ନେବା ସହ ପର୍ଯ୍ୟଟକ ବହୁ ତଥ୍ୟ ଜାଣିପାରିବେ। କାରଣ ଏଠାରେ ରହିଛି ଏକ ଡାଇନୋସର ଫସିଲ୍‌ (ଜୀବାଶ୍ମ) ପାର୍କ ଓ ମ୍ୟୁଜିୟମ୍‌। ସୂଚନାନୁଯାୟୀ, ଏହା ହେଉଛି ବିଶ୍ୱର ତୃତୀୟ ତଥା ଭାରତର ପ୍ରଥମ ଡାଇନୋସର ଫସିଲ୍‌ ପାର୍କ ଓ ମ୍ୟୁଜିୟମ୍‌।

ପାର୍କର ଇତିହାସ
ଇତିହାସରୁ ଯାହା ଜଣାଯାଏ, ୧୯୮୦-୮୧ ମସିହାରେ ବାଲାସିନୋରଠାରେ ଆକସ୍ମିକ ଭାବେ ଡାଇନୋସରର କିଛି ଅସ୍ଥି ଏବଂ ଜୀବାଶ୍ମ ମିଳିଥିଲା। ବାସ୍‌ ତା’ପରଠାରୁ ଏଠାରେ ବିଭିନ୍ନ ପ୍ରକାରର ପରୀକ୍ଷାନିରୀକ୍ଷା ପାଇଁ ବହୁ ଭୂତତ୍ତ୍ୱବିତ୍‌ଙ୍କ ଭିଡ଼ ଲାଗିବା ସହ ଅନେକ ଥର ଉକ୍ତ ସ୍ଥାନକୁ ଖୋଳା ମଧ୍ୟ ଯାଇଥିଲା। ଆଉ ସେହିଥିରୁ ଜଣାଗଲା ଯେ, ଅନେକ ବର୍ଷ ପୂର୍ବେ ଏଠାରେ କୁଆଡ଼େ ପ୍ରାୟ ୧୩ରୁ ଊର୍ଦ୍ଧ୍ୱ ପ୍ରଜାତିର ଡାଇନୋସର ସେମାନଙ୍କ ବଂଶ ବିସ୍ତାର କରି ରହୁଥିଲେ। ଆଉ ଯେତେବେଳେ ସେମାନେ ପରିବର୍ତ୍ତିତ ଜଳବାୟୁ ସହ ନିଜକୁ ଖାପ ଖୁଆଇ ଚଳିପାରିଲେ ନାହିଁ, ସେତେବେଳେ ସେମାନଙ୍କ ବଂଶ ଲୋପ ପାଇବାକୁ ଲାଗିଲା। କେବଳ ରହିଗଲା ଯାହା ସେମାନଙ୍କର ଅସ୍ଥିକଙ୍କାଳ ଆଉ ଜୀବାଶ୍ମ। ପରବର୍ତ୍ତୀ ସମୟରେ ଯେବେ ଜୀବାଶ୍ମ ସମ୍ପର୍କରେ ଚର୍ଚ୍ଚା ହେବାକୁ ଲାଗିଲା, ସେବେ ଏଠାରେ ଡାଇନୋସରର ଏକ ପାର୍କ ନିର୍ମାଣ କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା; ଯାହାର ଫଳସ୍ବରୂପ ପରେ ଆଧୁନିକ ଜ୍ଞାନକୌଶଳ ଜରିଆରେ ପ୍ରାୟ ୫୨ ହେକ୍ଟର ଜମି ଉପରେ ଏହି ଲୋକପ୍ରିୟ ପାର୍କଟି ଗଢ଼ି ଉଠିଲା।
କ’ଣ ରହିଛି ଏହି ପାର୍କରେ
ଏହି ପାର୍କରେ ପର୍ଯ୍ୟଟକ ବିଭିନ୍ନ ପ୍ରଜାତିର ଡାଇନୋସରମାନଙ୍କ ଅସ୍ଥି କଙ୍କାଳ ଓ ଜୀବାଶ୍ମ ଦେଖିବାକୁ ପାଇପାରିବେ। ତା’ ସହିତ ଉକ୍ତ ପାର୍କ ନିକଟରେ ଅବସ୍ଥିତ ମ୍ୟୁଜିୟମ୍‌ରୁ ବି ଡାଇନୋସରମାନଙ୍କ ଉତ୍ପତ୍ତି ଓ ବିକାଶ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିପାରିବେ। କେବଳ ସେତିକି ନୁହେଁ, ଏହି ମ୍ୟୁଜିୟମ୍‌ରେ ବିଭିନ୍ନ ପ୍ରଜାତିର ଡାଇନୋସରଙ୍କର ପ୍ରାୟ ୪୦ଟି ପ୍ରତିକୃତିକୁ ମଧ୍ୟ ସ୍ଥାନ ଦିଆଯାଇଛି, ଯାହାକୁ ଦେଖି ପର୍ଯ୍ୟଟକମାନେ ଜାଣିପାରିବେ ଯେ କେଉଁ ଡାଇନୋସରର ଆକାର କିପରି, ଉଚ୍ଚତା କେତେ, ବେକର ଲମ୍ବା କେତେ ଓ ସେମାନଙ୍କର ଖାଦ୍ୟାଭ୍ୟାସ କ’ଣ। କାରଣ ଏହି ପ୍ରତିକୃତିଗୁଡ଼ିକୁ ଡାଇନୋସରଙ୍କ ସମ୍ପର୍କରେ ବହୁ ଅଧ୍ୟୟନ ଓ ପରୀକ୍ଷାନିରୀକ୍ଷା କରିବା ପରେ ହିଁ ସେମାନଙ୍କୁ ଅବିକଳ ରୂପ ଦେବା ପାଇଁ ପ୍ରୟାସ କରି ଗଢ଼ାଯାଇଛି। ତା’ଛଡ଼ା ସବୁଠାରୁ ମୁଖ୍ୟକଥା ହେଉଛି, ପର୍ଯ୍ୟଟକଙ୍କୁ ବୁଲିବାରେ ତଥା ସେମାନଙ୍କୁ ତଥ୍ୟ ବୁଝାଇବା ପାଇଁ ବି ଏଠାରେ ଅନେକ ଗାଇଡ୍‌ ଅଛନ୍ତି।

କେବେ ଓ କେମିତି ଯିବେ
ଏଠାକୁ ବୁଲିଯିବାକୁ ହେଲେ ପର୍ଯ୍ୟଟକଙ୍କୁ ପ୍ରଥମେ ଗୁଜରାଟର ଅହମ୍ମଦାବାଦରେ ପହଞ୍ଚତ୍ବାକୁ ପଡ଼ିବ। ତା’ପରେ ସେଠାରୁ ଏହି ପାର୍କ ନିକଟକୁ ଯିବା ପାଇଁ ଲୋକାଲ୍‌ ବସ୍‌ ତଥା ଟ୍ୟାକ୍ସିର ସୁବିଧା ରହିଛି। ଏଠାକୁ ବୁଲିଯିବା ପାଇଁ ଅକ୍ଟୋବରରୁ ଫେବୃୟାରୀ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବା ନିମନ୍ତେ ଅନୁକୂଳ ରହିଥାଏ। ସୂଚନାନୁଯାୟୀ, ପ୍ରତି ସୋମବାର ପାର୍କ ବନ୍ଦ ରୁହେ। ତେଣୁ ସୋମବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ପର୍ଯ୍ୟଟକ ଏଠାକୁ ଯାଇ କିଛି ନିଆରା ଅନୁଭୂତି ସାଉଁଟିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri