ଲୁଚାଛପାରେ ନିର୍ବନ୍ଧ କଲେ ବିଦ୍ୟୁତ ଜାମବାଲ୍‌; ଭାବିପତ୍ନୀ କିଏ ହେବ ଜାଣିଲେ…

ବମ୍ବେ: ବଲିଉଡ୍‌ ଅଭିନେତା ଡିନୋ ମୋରିଆ ଏବଂ ରଣବିର କପୁରଙ୍କୁ ଡେଟ୍‌ କରିଥିବା ଫ୍ୟାଶନ ଡିଜାଇନର୍‌ ନନ୍ଦିତା ମେହତାନୀ ପୁଣିଥରେ ଚର୍ଚ୍ଚାରେ। କାରଣଟି ହେଲା ନିକଟରେ ଭାଇରାଲ ହେଉଥିବା ତାଙ୍କର କିଛି ଫଟୋ। ଫଟୋରୁ ସେ ଅଭିନେତା ବିଦ୍ୟୁତ ଜାମବାଲଙ୍କ ସହ ନିର୍ବନ୍ଧ କରି ନେଇଥିବା ସ୍ପଷ୍ଟ ହୋଇଛି। ତାଜମହଲ ସମ୍ମୁଖରେ ଉଭୟ ଛିଡ଼ା ହୋଇଥିବା ବେଳେ ମୁଦିଟି ନଜର ଆସୁଛି। ନନ୍ଦିତା ବିଦ୍ୟୁତଙ୍କୁ ଗତ ପାଞ୍ଚ ମାସରୁ ଡେଟ୍‌ କରୁଥିଲେ। ଏବେ ସେ ହଠାତ୍‌ ନିର୍ବନ୍ଧ କରିବା ପରେ ଖୁବ୍‌ଶୀଘ୍ର ସାହାନାଇ ବାଜିପାରେ ବୋଲି ଚର୍ଚ୍ଚା ହେଉଛି।

କହିରଖୁଛୁ, ନନ୍ଦିତା କରିନା କପୁରଙ୍କ ପୂର୍ବ ସ୍ବାମୀ ସଞ୍ଜୟ କପୁରଙ୍କ ପ୍ରଥମ ସ୍ତ୍ରୀ ଥିଲେ। ସେ ଦୀର୍ଘ ୫ ବର୍ଷର ବୈବାହିକ ଜୀବନ ପରେ ୨୦୦୨ରେ ସଞ୍ଜୟଙ୍କଠାରୁ ଅଲଗା ହୋଇଥିଲେ। ପରେ ‘ରାଜ୍‌’ ଫିଲ୍ମର ଲୋକପ୍ରିୟତା ପରେ ସେ ଡିନୋଙ୍କୁ ଡେଟ୍‌ କରିଥିଲେ। ଦୀର୍ଘ ଦିନ ଧରି ପରସ୍ପର ସହ ସମ୍ପର୍କରେ ରହିବା ପରେ ସେ ୨୦୧୬ରେ ବ୍ରେକ୍‌ଅପ୍‌ କରିନେଇଥିଲେ। ଏହାପରେ ନିଜଠାରୁ ଦଶ ବର୍ଷ ସାନ ରଣବିରଙ୍କ ସହ ତାଙ୍କର ଲିଙ୍କଅପ୍‌ ନେଇ ସେ ଚର୍ଚ୍ଚାରେ ରହିଥିଲେ। କ୍ୟାରିୟରର ପ୍ରାରମ୍ଭିକ ଦିନରେ ସେ ଅଭିନେତାଙ୍କୁ ଡେଟ୍‌ କରୁଥିଲେ। ରଣବିର ମଧ୍ୟ ନନ୍ଦିତାଙ୍କୁ ତାଙ୍କ କ୍ରଶ୍‌ ବୋଲି କହିଥିଲେ। ପରେ ଉଭୟ ନିଜ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଇ ଅଲଗା ହୋଇଯାଇଥିଲେ।

Share