Posted inଫୁରସତ

ପ୍ରେମିକାଙ୍କୁ ଡେଟ୍‌ରେ ଡାକିଥିଲେ ପ୍ରେମିକ, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକା-ପ୍ରେମିକ ଡେଟ୍‌ରେ ଯିବା ଏକ ସାଧାରଣ କଥା। ମାତ୍ର ଚାଇନାର ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ଡେଟ୍‌ ପାଇଁ ଡାକିବା ଭାରି ପଡ଼ିଛି। ଯୁବକଙ୍କ ଗର୍ଲଫ୍ରେଣ୍ଡ ନିଜର ୨୩ ସାଙ୍ଗଙ୍କୁ ଧରି ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହା ପରେ ବିଲ୍‌ ଏତେ ଅଧିକ ହୋଇଥିଲା ଯେ, ପ୍ରେମିକ ଜଣକ ସୁଯୋଗ ଦେଖି ସ୍ଥାନ ଛାଡ଼ି ପଳାଇଥିଲେ।
ଚାଇନାର ଝୋଜିୟାଙ୍ଗ୍‌ ଜିଲାରେ ସୋସିଆଲ ମିଡିଆ ଏବଂ ଫୋନ୍‌ ଯୋଗେ ଦୁଇ ଯୁବତୀ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହା ପରେ ଦୁଇଜଣ ଡେଟ୍‌ରେ ଯିବା ପାଇଁ ଯୋଜନା କରିଥିଲେ। ଏଥି ନିମନ୍ତେ ଏକ ରେଷ୍ଟୁରାଣ୍ଟକୁ ବାଛିଥିଲେ, ଯେଉଁଠି ଉଭୟଙ୍କର ପ୍ରଥମ ସାକ୍ଷାତ ହେବାର ଥିଲା। ଯୁବକ ଜଣଙ୍କ ଠିକ୍‌ ସମୟରେ ପ୍ରଥମେ ରେଷ୍ଟୁରାଣ୍ଟରେ ପହଞ୍ଚି ପ୍ରେମିକାଙ୍କୁ ଭେଟିବା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲେ।

ପ୍ରେମିକା ଜଣଙ୍କ ରେଷ୍ଟୁରାଣ୍ଟକୁ ଆସିଲେ ସତ ମାତ୍ର ଏକା ନୁହେଁ ସାଙ୍ଗରେ ଆଣିଥିଲେ ତାଙ୍କର ଆଉ ୨୩ ବନ୍ଧୁଙ୍କୁ। ପ୍ରାରମ୍ଭରେ ସବୁ ଠିକ୍‌ଠାକ୍‌ ଥିଲା। ଦୁହେଁ ଦୁହିଁଙ୍କୁ ଦେଖି ବହୁତ ଖୁସି ହୋଇଥିଲେ। ଏହା ସହିତ ଖାଇବା ପିଇବା ମଧ୍ୟ ହୋଇଥିଲା। ଏହା ପରେ ବିଲ୍‌ ଆସିଥିଲା। ବିଲ୍‌ ଦେଖି ବିଚରା ପ୍ରେମିକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ। ୧୯୮୦୦ ୟୁଆନ ଅର୍ଥାତ୍‌ ୨ ଲକ୍ଷ ୧୭ ହଜାର ଟଙ୍କାର ବିଲ୍‌ ଆସିଥିଲା। ଯାହାକୁ ଦେଖି ପ୍ରେମିକ ଜଣକ ସେଠାରୁ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ।


ଅନ୍ୟପକ୍ଷରେ ଯୁବତୀ ଜଣଙ୍କ କହିଛନ୍ତି, ପ୍ରେମିକ ତାଙ୍କୁ ଡାକିବାରୁ ସେ ତାଙ୍କ ୨୩ ବନ୍ଧୁଙ୍କୁ ଧରି ଆସିଥିଲେ। ୨ ଲକ୍ଷରୁ ଅଧିକ ଟଙ୍କା ଦେଖି ପ୍ରେମିକ ତାଙ୍କୁ ଛାଡ଼ି ପଳାଇଛନ୍ତି। ଏହା ପରେ ଯୁବତୀ ଜଣଙ୍କ ପୋଲିସର ସହାୟତା ନେଇଥିଲେ। ପରେ ପ୍ରେମିକ କେବଳ ଦୁଇଜଣଙ୍କ ବିଲ୍‌ ଭରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜିନି ଶାକରପଟି ଭୋଗ ପରମ୍ପରା: ଜାଣନ୍ତୁ ଏହା କ’ଣ

ବରଗଡ଼,୨ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଐତିହ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ। ତେବେ ଏହି ପର୍ବ ଯେତିକି ପାଖେଇ ଆସୁଛି, ଲୋକଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢି ଚାଲିଛି।…

ଦେଖନ୍ତୁ ଭୟଙ୍କର ଭିଡ଼ିଓ, ଆମେରିକା ଆକ୍ରଣରେ IRGC ମୁଖ୍ୟାଳୟ ଧ୍ୱଂସ,US ସେଣ୍ଟ୍ରାଲ କମାଣ୍ଡ କହିଲେ…

ଓ୍ବାଶିଂଟନ,୨।୩: ଆମେରିକା ଏକ ବଡ଼ ଆକ୍ରମଣରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ମୁଖ୍ୟାଳୟକୁ ଧ୍ୱଂସ କରିଥିବା ନିଶ୍ଚିତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM)…

ଗୋଟି ଗୋଟି ହିସାବ ନେବୁ…ଇରାନକୁ ଟ୍ରମ୍ପଙ୍କ ଚେତାବନୀ

ଓ୍ବାଶିଂଟନ୍‌,୨।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟ ତେହେରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଜାରି ରହିଛି। ଆମେରିକା ସୈନ୍ୟବାହିନୀ…

ଯୁଦ୍ଧ ଭିତରେ ପ୍ରଥମେ UAE ପରେ ‘ବନ୍ଧୁ’ଙ୍କୁ ଫୋନ ଲଗାଇଲେ ମୋଦି, ଜାଣନ୍ତୁ କ’ଣ କଥା ହେଲେ

ନୂଆଦିଲ୍ଲୀ,୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ, ସେ ଏହି ଅଞ୍ଚଳରେ…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ଧୋନୀଙ୍କୁ ବଡ଼ ଝଟ୍‌କା: ମିଳିଲା ନୋଟିସ୍‌, ୧୫ ଦିନ ମଧ୍ୟରେ…

ରାଞ୍ଚି,୨।୩: ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ରାଞ୍ଚିର ହାର୍ମୁ ଅଞ୍ଚଳରେ ତାଙ୍କ ବାସସ୍ଥାନ ପାଇଁ ଆବଣ୍ଟିତ ଜମିର ବାଣିଜି୍ୟକ ବ୍ୟବହାର ସମ୍ପର୍କରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର…

୧୨ ଘଣ୍ଟାରେ ଇରାନ୍‌ର ୯୦୦ ଠିକଣାରେ ବୋମାମାଡ଼

ତେହରାନ୍‌ ,୨ା୩: ଆମେରିକା ଏବଂ ଇସ୍ରାଏଲର ମିଳିତ ସେନା ଗତ ୧୨ ଘଣ୍ଟା ମଧ୍ୟରେ ଇରାନ୍‌ର ପ୍ରମୁଖ ୯୦୦ ଠିକଣାରେ ବୋମାମାଡ଼ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ଇରାନ୍‌ର ସାମରିକ…

ଆକ୍ରମଣ, ଖାମେନେଇଙ୍କ ମୃତ୍ୟୁକୁ ନେଇ ବିଶ୍ୱନେତାଙ୍କ ପ୍ରତିକ୍ରିୟା

ବ୍ରୁସେଲ୍ସ, ୨ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣ ଏବଂ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁକୁ ନେଇ ବିଶ୍ୱନେତାମାନେ ମାପିଚୁପି ପ୍ରତିକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri