Categories: ଖେଳ

କ୍ୱାଲିଫାୟାର-୨ ମୁକାବିଲା ପୂର୍ବରୁ କାର୍ତ୍ତିକଙ୍କୁ ତାଗିଦ୍‌

ମୁମ୍ବାଇ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ର କ୍ୱାଲିଫାୟାର-୨ ମୁକାବିଲା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକଙ୍କୁ ତାଗିଦ କରାଯାଇଛି। ଆଇପିଏଲ୍‌ ଆଚରଣ ସଂହିତା ଉଲ୍ଲଂଘନରେ ଦୋଷୀ ସାବ୍ୟସ୍ତ କରାଯାଇଛି। କାର୍ତ୍ତିକ ଏଯାବତ ସିଜନରେ ୧୫ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ସେ ୩୨୪ ରନ୍‌ କରିଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ଖେଳାଯିବାକୁ ଥିବା କ୍ୱାଲିଫାୟାର-୨ ମୁକାବିଲା ବାଙ୍ଗାଲୋର ଟିମ୍‌ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। ଦଳ ଏହି ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିବ। ଏହି ମୁକାବିଲା ଜିତିଲେ ଦଳ ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହେବ।

Share