Categories: ଜାତୀୟ

ଡିମ୍ପଲ ଯାଦବ କରୋନା ପଜିଟିଭ

ଲକ୍ଷ୍ନୌ,୨୨ ।୧୨: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଓ ତାଙ୍କର ଜଣେ ଝିଅ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି । ଦ୍ୱିତୀୟ ଲହରରେ ଅଖିଳେଶ ଯାଦବ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏଥର ଡିମ୍ପଲ ଯାଦବ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମିତ ହୋଇଥିବା କଥା ଡିମ୍ପଲ ନିଜେ ସୂଚନା ଦେଇଥିବା ବେଳେ ଯେଉଁମାନେ ନିକଟ ଅତିତରେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ସମସ୍ତେ କରୋନା ଟେଷ୍ଟ କରାଇ ନେବାକୁ ଡିମ୍ପଲ କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏପଟେ ଓମିକ୍ରନ୍ ବି ତା’ର କାୟା ବିସ୍ତାର କରିବାରେ ଲାଗିଛି । ତେଣୁ ଏ ସମୟରେ ଟିକେ ଅଧିକ ସତର୍କତା ଜରୁରୀ ବୋଲି କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

Share