Categories: ଜାତୀୟ

ମୈନପୁରୀରୁ ଲଢ଼ିବେ ଡିମ୍ପଲ…

ଲକ୍ଷ୍ନୌ,୧୦।୧୧ : ସମାଜବାଦୀ ପାର୍ଟି ପକ୍ଷରୁ   ମୈନପୁରୀ ଲୋକସଭା  ଉପ-ନିର୍ବାଚନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏସପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କୁ ପ୍ରାର୍ଥୀ କରାଯାଇଛି। ଗୁରୁବାର ଏସପି ତାଙ୍କ ନାମ ଘୋଷଣା କରିଛି। ଏସପି ପୃଷ୍ଠପୋଷକ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ମୈନପୁରୀ ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଡିମ୍ପଲ ଯାଦବଙ୍କ ବ୍ୟତୀତ ସମାଜବାଦୀ ପାର୍ଟି ତେଜ ପ୍ରତାପ ଯାଦବ ଏବଂ ଧର୍ମେନ୍ଦ୍ର ଯାଦବଙ୍କ ନାମ ମୈନପୁରୀରୁ ପ୍ରାର୍ଥୀ ଭାବରେ ବିଚାର କରୁଥିଲେ। କିନ୍ତୁ ଗୁରୁବାର  ଡିମ୍ପଲ ଯାଦବଙ୍କ ନାମରେ ମୋହର ଲାଗିଛି। ଡିମ୍ପଲ ପୂର୍ବରୁ କନୌଜର ଏମ୍‌ପି ଥିଲେ। ଏହାପରେ ସେ ଫିରୋଜାବାଦରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଡିମ୍ପଲ ଯାଦବଙ୍କ ନିର୍ବାଚନକୁ ଦଳର ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜେ ପରିଚାଳନା କରିବେ।

Share