Categories: ଖେଳ

ମୟଙ୍କ ଯାଦବଙ୍କ ଫାଷ୍ଟେଷ୍ଟ ବଲରେ ଫିଦା ହେଲେ ଡିମ୍ପଲ ଗର୍ଲ, ରିଆକ୍ସନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୪ର ୧୧ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲଏସଜି)ର ଦ୍ରୁତ ବୋଲର ମୟଙ୍କ ଯାଦବଙ୍କ ନାମ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ବିପକ୍ଷରେ ଆଇପିଏଲ ଇତିହାସରେ ପଞ୍ଜୀକୃତ ହୋଇଥିଲା। ଏହି ଯୁବ ଫାଷ୍ଟ ବୋଲର କେବଳ ଚଳିତ ସିଜନରେ ଆଇପିଏଲର ଦ୍ରୁତତମ ବୋଲରଙ୍କୁ ବୋଲିଂ କରି ବ୍ୟାଟ୍ସମ୍ୟାନଙ୍କୁ ଆତଙ୍କିତ କରିନାହାଁନ୍ତି, ବରଂ ତାଙ୍କ ଦଳର ବିଜୟ ନିଶ୍ଚିତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ମୟଙ୍କ ଯାଦବ ଆଇପିଏଲ ୨0୦୨୪ରେ ଏପର୍ଯ୍ୟନ୍ତ ଦ୍ରୁତତମ ବଲ (୧୫୫.୮କିଲୋମିଟର) ବୋଲିଂ କରି ବ୍ୟାଟ୍ସମ୍ୟାନ ଏବଂ ପ୍ରଶଂସକଙ୍କ ମଧ୍ୟରେ ଶହରଣ ଖେଳାଇ ଦେଇଥିଲେ। ୧୫୦ କିମି ବେଗରେ ବୋଲିଂ କରୁଥିବା ବେଳେ ମ୍ୟାଚ ସମୟରେ ସେ ତିନୋଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ।
ତାଙ୍କ ଚାରି ଓଭରରେ ମାତ୍ର ୨୭ ରନ ପାଇଁ ଗୁରୁତ୍ୱପୂର୍ଣ୍ଣ ୩ ୱିକେଟ ନେଇଥିଲେ। ତାଙ୍କ ଓ୍ବିକଟେ ମଧ୍ୟରେ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଏବଂ ପ୍ରଭାସିମରନ ସିଂ ରହିଥିଲେ। ଉଭୟ ତାଙ୍କର ସର୍ଟ ଡେଲିଭରିରେ ଧୋକା ଖାଇଯାଇଥିଲେ। ପରେ ସେ ଜିତେଶ ଶର୍ମାଙ୍କୁ ଆଉଟ କରିଥିଲେ। ମୟଙ୍କଙ୍କ ସାଂଘାତିକ ବୋଲିଂ ଦେଖି ପଞ୍ଜାବ କିଙ୍ଗ୍ସର ମାଲିକ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ତାଙ୍କୁ ପ୍ରଶଂସା ନକରି ରହି ପାରିଲେ ନାହିଁ।
ପ୍ରୀତି ଜିଣ୍ଟା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ମୟଙ୍କ ଯାଦବଙ୍କ ପାଇଁ ଲେଖିଥିଲେ, ୨୧ ବର୍ଷ ବୟସ୍କା ମୟଙ୍କ ଯାଦବଙ୍କୁ ଏପରି ଚିତ୍ତାକର୍ଷକ ଆଇପିଏଲ ଡେବ୍ୟୁ ପାଇଁ ଅଭିନନ୍ଦନ! ବହୁତ ଭଲ!!! ଆଇପିଏଲ ୨୦୨୪ ର ଦ୍ରୁତତମ ବଲ !!! ୧୫୫.୮କିଲୋମିଟର ପ୍ରତି ଘଣ୍ଟା, ପଞ୍ଜାବ କିଙ୍ଗ୍ସ ସେମାନଙ୍କ ଖେଳର ପୁନବିର୍ଚାର କରିବାକୁ ଏବଂ ଅଧିକ ଶକ୍ତିଶାଳୀ ଫେରିବାକୁ ଚାହିଁବ। ଭଲ ଖେଳିଲା ଏଲଏସଜି!

Share